ETV Bharat / state

ଜଟଣୀରୁ 31 କେଜି ଗଞ୍ଜେଇ ଜବତ, ଜଣେ ଗିରଫ - ଗଞ୍ଜେଇ ଜବତ

16 ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ପୁରୁଣା ଟୋଲ ଗେଟ ନିକଟରୁ ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରିଛି ଜଟଣୀ ପୋଲିସ । ଏହି କାରରେ କୋରାପୁଟରୁ ଗଞ୍ଜେଇ ଆସୁଥିଲା ।

ଡିଜାଇନ ଫଟୋ
author img

By

Published : Aug 22, 2019, 11:30 AM IST

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକ୍ ଲଗାଇବା ପାଇଁ ଖୋର୍ଦ୍ଧା ପୋଲିସ ପ୍ରୟାସ ଜାରି ରଖିଛି । ତେବେ 31 କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜଟଣୀ ପୋଲିସ ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ 16 ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ପୁରୁଣା ଟୋଲ ଗେଟ ନିକଟରୁ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ୱାଗନର କାରକୁ ମଧ୍ୟ ଜବତ କରିଛି ଜଟଣୀ ପୋଲିସ । ଏହି ଘଟଣାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛି ବିଭୂତି ଦାସ । ସେ ଜଟଣୀ ଥାନା ଅନ୍ତର୍ଗତ ବାଛେରାପାଟଣା ଅଞ୍ଚଳର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ବିଭୂତି କୋରାପୁଟରୁ କାର ଯୋଗେ 31କେଜି ଗଞ୍ଜେଇ ଆଣୁଥିଲା । ବିଶ୍ବସ୍ଥ ସୁତ୍ରରୁ ଖବର ପାଇବା ପରେ ଜଟଣୀ ପୋଲିସ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଲୋକଙ୍କ ଜୀବନ ଶୈଳୀ ବଦଳାଇବାରେ ସହାୟକ ହେବ ଓଡ଼ିଶାର ଏକମାତ୍ର ପିଆଜ ତଥା ଉଦ୍ୟାନ ଗବେଷଣା କେନ୍ଦ୍ର ।ଏଭଳି କିଛି ଆଶା ବ୍ୟକ୍ତ କରିଛନ୍ତି ପ୍ରଥମ ଥର ଏନ ଏଚ ଆରଡି ଏଫ ପରିଦର୍ଶନରେ ଆସିଥିବା ବୌଦ୍ଧ ଜିଲ୍ଲାପାଳ ।
ବୁଧବାର ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ର ପାଲଝାର ଠାରେ ଥିବା ପିଆଜ ଗବେଷଣା ସଂସ୍ଥା ର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।ଏକାବନ ଏକରର ପରିମିତ ସ୍ଥାନରେ ହୋଇଥିବା ଏହି ଜାତୀୟ ଅନୁଷ୍ଠାନ ୨୦୧୪ ମସିହାରେ ଆତ୍ମପ୍ରକାଶ କରିଥିଲା ।ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ଏହି ଅନୁଷ୍ଠାନର ଉପଯୁକ୍ତ ବ୍ୟବହାର କିଭଳି କରାଯାଇ ପାରିବ ତଥା ସ୍ଥାନୀୟ ମହିଳା ଓ ଚାଷୀ କିଭଳି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ ।ଏହି ଅବସରରେ ନୂତନ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜାତୀୟ ଗବେଷଣା କେନ୍ଦ୍ର ର ନିର୍ଦ୍ଦେଶକ ଡ ପି କେ ଗୁପ୍ତା,ଚିପିଲିମା ଓୟୁଏଟିର ଆରକେ ପଟ୍ଟନାୟକ, ଉଦ୍ୟାନ ଅଧିକାରୀ ସୂର୍ଯ୍ୟ ମଣି ମହାରଣା ଓ ବୌଦ୍ଧ ପିଆଜ ଗବେଷଣା କେନ୍ଦ୍ର ର ଡ ରଜନିଶ ମିଶ୍ର, ମନୋଜ କୁମାର ଶ୍ରୀବାସ୍ତବ ଙ୍କ ସହିତ ଚିପିଲିମା ଓୟୁଏଟିର ଛାତ୍ରୀ ମାନେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Body:ବୌଦ୍ଧ ଜିଲ୍ଲାପାଳ ଙ୍କ ପିଆଜ ଗବେଷଣା କେନ୍ଦ୍ର ପରିଦର୍ଶନ ।

Conclusion:ବାଇଟ-୧-ଲଲାଟେନ୍ଦୁ ମିଶ୍ର, ଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.