ETV Bharat / state

ବିବାହ ଭୋଜି ଖାଇ ୩୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବୋଲଗଡ ବ୍ଳକ ବାଙ୍କୋଇ ପଞ୍ଚାୟତରେ ବାହାଘର ଭୋଜି ଖାଇ ୩୦ ଜଣ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି

ବିବାହ ଭୋଜି ଖାଇ ୩୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ବିବାହ ଭୋଜି ଖାଇ ୩୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
author img

By

Published : Mar 13, 2021, 10:51 PM IST

ଖୋର୍ଦ୍ଧା : ବୋଲଗଡ ବ୍ଳକ ବାଙ୍କୋଇ ପଞ୍ଚାୟତରେ ବାହାଘର ଭୋଜି ଖାଇ ୩୦ ଜଣ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ସମସ୍ତ ଅସୁସ୍ଥଙ୍କୁ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏପରି ଅଭାବନୀୟ ଗଟଣା ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ବିବାହ ଭୋଜି ଖାଇ ୩୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଗାଁରେ ବାହାଘର ଭୋଜି ଆୟୋଜନ ହୋଇଥିଲା । ଗ୍ରାମବାସୀ ବିବାହ ଭୋଜି ଖାଇବାକୁ ଯାଇଥିଲେ । ଶନିବାର ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଅସ୍ବଭାବିକ ଭାବେ ପେଟ କାଟିବା ସହ ଝାଡା ଓ ବାନ୍ତି ହୋଇଥିଲା । ପରେ ଗାଁର ୩୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟ ବିଷାକ୍ତ ହୋଇଯାଇଥବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.