ETV Bharat / state

ଛୋଟ ବୟସରେ ଦୁନିଆ ଜାଣିବାର ଇଚ୍ଛା, 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

author img

By ETV Bharat Odisha Team

Published : Dec 11, 2023, 6:35 PM IST

3 years old girl enters India Book of records: ଛୋଟ ବୟସରେ ଦୁନିଆ ବିଷୟରେ ଜାଣିବାର ଇଚ୍ଛା । ମାତ୍ର ୩ ବର୍ଷ ବୟସରେ ଶିଶୁକନ୍ୟା ହାତେଇଲେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସ । ଅଧିକ ପଢନ୍ତୁ

3 years old girl enters India Book of records

ଛୋଟ ବୟସରେ ଦୁନିଆ ଜାଣିବାର ଇଚ୍ଛା

ଭୁବନେଶ୍ବର: ଛୋଟ ବୟସରେ ଦୁନିଆ ବିଷୟରେ ଜାଣିବାର ଇଚ୍ଛା ଆଣିଦେଇଛି ସଫଳତା । ଫଳରେ ମାତ୍ର ୩ ବର୍ଷ ବୟସରେ କୁନି ଶିଶୁକନ୍ୟା ଜଣକ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ ନିଜ ସ୍ଥାନ ପକ୍କା କରିଛନ୍ତି । ବୟସରେ ସାନ ହୋଇଥିଲେ ମଧ୍ୟ ତାଙ୍କ ଜ୍ଞାନର ପରିଧି ଅପେକ୍ଷାକୃତ ଅଧିକ । ଏହି କୁନି ଝିଅ ଜଣକ ହେଉଛନ୍ତି ଶିଶୁ କନ୍ୟା ଭୁବନେଶ୍ବରରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଯୁବ ଇଞ୍ଜିନିଅର ଚନ୍ଦନ ରାଉତ ଓ ମାଆ ଇଂ ସ୍ବପ୍ନାଶ୍ରୀ ସାମଲଙ୍କ ଝିଅ ଆରଭି ୟୁଭାନିକା । ଜାତୀୟ ସଙ୍ଗୀତଠୁ ଆରମ୍ଭ କରି ଅନେକ କଥା ତାଙ୍କ ତୁଣ୍ଡରେ ରହିଛି ।

ଆରଭିଙ୍କ ମୁହଁରୁ ବାହାରୁଛି ଅନର୍ଗଳ ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଓଡ଼ିଶାର ବନ୍ଦେ ଉତ୍କଳ ଜନନୀ, ସାଧାରଣ ଜ୍ଞାନ ଓ ଇଂଲିଶ କବିତା । ଖାଲି ସେତିକି ନୁହେଁ ମାତ୍ର ୩ ବର୍ଷ ୩ ମାସ ବୟସରେ ପ୍ରତିଭା ସମ୍ପନ୍ନ କୁନି ଶିଶୁ ଭାରତର ୨୮ ରାଜ୍ୟ ଓ ତାହାର ରାଜଧାନୀ,୧୬ଟି ଶବ୍ଦର ବିପରୀତ ଶବ୍ଦ,୧୨ ଜଣ କବି ଓ ସେମାନଙ୍କ ଉପାଧିଙ୍କ ନାମ, ୯ ଜଣ ସ୍ବାଧୀନତା ଦେଶପ୍ରେମ ସ୍ଲୋଗାନ,୧୦ ଜଣ ଲେଖକ ରଚନା କରିଥିବା ଗ୍ରନ୍ଥଙ୍କ ଓ ଉପନ୍ୟାସର ନାମ,୧୨ ଟି ରଙ୍ଗର ନାମ ଓ ଇଂରାଜୀ ୧୨ ମାସର ନାମ, ୬ ଋତୁ, ସପ୍ତାହର ୭ ଦିନର ନାମ,୧୬ଟି ଶିଶୁ ବାଟିକା ପଦ୍ୟ ଆବୃତ୍ତି, ୯ଟି କ୍ଷେତ୍ରର ନାମ, ୨୬ଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, ୭ଟି ମହାଦେଶ ଓ ୮ଟି କେନ୍ଦ୍ରଶାସିତ ରାଜ୍ୟର ନାମ କହୁଛନ୍ତି ।

ଏହା ବି ପଢନ୍ତୁ- ୨ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ, ପ୍ରଶ୍ନ ନସରୁଣୁ ପାଟିରୁ ବାହାରୁଛି ଉତ୍ତର

ଏହାବାଦ ୯ଟି ଗ୍ରହ ଓ ମଣିଷ ଶରୀରର ୨୫ ଟି ଅଙ୍ଗ ପ୍ରତ୍ୟଙ୍ଗର ନାମ, ୨୦ଟି ଫଳର ନାମ ଓ ୨୫ଟି ପଶୁର ନାମ, ୨୦ଟି ପନିପରିବାର ନାମ, ଇଂରାଜୀରେ ୩୦ଟି ଜରୁରୀକାଳୀନ ଶବ୍ଦ, ସଂଖ୍ୟା ଗଣନା, ବନ୍ଦେ ଉତ୍କଳ ଜନନୀ ଗାନ, ୪ଟି ସଂସ୍କୁତ ଶ୍ଳୋକ ଓ ହନୁମାନ ଚାଳିଶା ପଠନ, ୪୭ଟି ସାଧାରଣ ଜ୍ଞାନ ପ୍ରଶ୍ନ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ଶିଶୁକନ୍ୟା ଜଣକ ଛୋଟ ବୟସରେ ବି ଜ୍ଞାନ ଆହରଣ କରିବା ଜାରି ରଖିଥିବା ବେଳେ ଆଗକୁ ଏସିଆ ଓ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି ଆରଭିର ମାତାପିତା ।

ଏହା ବି ପଢନ୍ତୁ- ବିସ୍ମୟ ବାଳିକା ଦିବ୍ୟାନ୍ସି: ବୟସ ମାତ୍ର 2ବର୍ଷ, ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ପାଇଲେ ସ୍ଥାନ

ଆରଭିର ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ମିଳିଛି ସ୍ବାଗତ ସମ୍ବର୍ଦ୍ଧନା । ଭୁବନେଶ୍ବର ରୋଟାରି ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଜଜବା ଟ୍ରଷ୍ଟ ଅଧ୍ୟକ୍ଷ ସଫଦର ହାସିମ, ବିଶିଷ୍ଟ ଆଇନଜୀବୀ ହାସନ ଖାଁ, ଅଭିନେତା ବାବୁ ରାଜା, ଯୁବ ସମାଜସେବୀ ଗାୟତ୍ରୀ ମିଶ୍ର ଯୋଗ ଦେଇ ଏହି କୁନି ଶିଶୁକୁ ଆଶୀର୍ବାଦ ପ୍ରଦାନ କରିଥିଲେ । କମ ବୟସରେ ଏଭଳି ପ୍ରତିଭା ଦେଖି ସମସ୍ତେ ଏହି ଶିଶୁକନ୍ୟାକୁ ଉତ୍ସାହିତ କରିଥିଲେ । ସେପଟେ ଆରଭିର ଏହି ସଫଳତା ପାଇଁ ପରିବାର ବେଶ ଖୁସି ପ୍ରକଟ କରିବା ସହ ଆଗକୁ ଉତ୍ତୋରତର ଉନ୍ନତି କରୁ ଏହି କାମନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.