ଭୁବନେଶ୍ବର: ଗୋଟିଏ ଟ୍ରାକରେ 3ଟି ଟ୍ରେନ । ଅଳ୍ପକେ ଟଳିଲା ବଡ ଟ୍ରେନ ଦୁର୍ଘଟଣା । ତେବେ ଭୁବନେଶ୍ଵର ରେଳ ଷ୍ଟେସନ ନିକଟରେ ଥିବା ଲିଙ୍ଗରାଜ ଷ୍ଟେସନ ରୋଡ଼ ଓ ପଳାଶପଲ୍ଲୀ ଓଭର ବ୍ରିଜ ମଧ୍ୟରେ ଗୋଟିଏ ଟ୍ରାକରେ ତିନିଟି ଟ୍ରେନ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇଯିବା ସହ ଟ୍ରେନରୁ ଓହ୍ଲାଇ ପଡିଥିଲେ । ତେବେ ସିଗ୍ନାଲ ନଥିବାରୁ ଟ୍ରାକରେ ଏକକାଳୀନ ୩ଟି ଟ୍ରେନ ଅଟକିଥିଲା ।
ବାହାନଗା, ଆନ୍ଧ୍ରପ୍ରଦେଶ ଟ୍ରେନ ଟ୍ରାଜେଡି ସମସ୍ତଙ୍କ ମନରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଏହା ମଧ୍ୟରେ ଆଉ ଏକ ବଡ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିବା କୁହାଯାଉଛି । ଭୁବନେଶ୍ଵର ରେଳ ଷ୍ଟେସନ ନିକଟରେ ଥିବା ଲିଙ୍ଗରାଜ ଷ୍ଟେସନ ରୋଡ଼ ଓ ପଳାଶପଲ୍ଲୀ ଓଭର ବ୍ରିଜ ମଧ୍ୟରେ ଗୋଟିଏ ଟ୍ରାକରେ ତିନିଟି ଟ୍ରେନ ଦେଖିବାକୁ ମିଳିଥିଲା । ସିଗ୍ନାଲ ନଥିବାରୁ ଟ୍ରାକରେ ଏକକାଳୀନ ୩ଟି ଟ୍ରେନ ଅଟକିଥିଲା । ଏହାକୁ ଦେଖି ଏକ ବଡ଼ ଦୁର୍ଘଟଣା ହେବା ନେଇ ଆଶଙ୍କା କରିଥିଲେ ଲୋକେ । ଭୟରେ କିଛି ଲୋକେ ଟ୍ରେନରୁ ଓହ୍ଲାଇ ପଡିଥିଲେ ।
ଏହାମଧ୍ୟ ପଢନ୍ତୁ..AP Train Tragedy: ୧୪ ନୁହେଁ ୧୩ ମୃତ, ଆହତଙ୍କ ଚିକିତ୍ସା ପାଇଁ ତତ୍ପର ପ୍ରଶାସନ
ତେବେ ରେଳ ଲାଇନ୍ କାମ ଚାଲିଥିବାରୁ ମଝି ଟ୍ରାକଟି ବନ୍ଦ ରହିଥିଲା ବେଳେ କିଛି ସମୟ ମଧ୍ୟରେ ରେଳବାଇ ପକ୍ଷରୁ ଲାଇନ୍ କ୍ଲିୟର କରାଯାଇଥିଲା । ଅନ୍ୟପଟେ ଏନେଇ ରେଳବିଭାଗ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଏହାକୁ ନେଇ ଭୟଭୀତ ନହେବାକୁ ରେଲୱେ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ..Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ
ସୂଚନାଯୋଗ୍ୟ, ବାଲେଶ୍ବର ବାହାନଗାରେ ଟ୍ରେନ ଦୁର୍ଘଟଣା ଓ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରେ ହୋଇଥିବା ରେଳ ଦୁର୍ଘଟଣା ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଛି । ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପାଖାପାଖି 290ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗର-କୋଟ୍ଟାଭାଲାସା ରେଳ ବିଭାଗର ଆଲାମଣ୍ଡା- କଣ୍ଟାକାପଲ୍ଲୀ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ 100 ଜଣ ଆହତ ହୋଇଥିବା ବେଳେ ପାଖାପାଖି 13 ଜଣଙ୍କ ଜୀବନ ଯାଇଥିଲା । ତେବେ ବର୍ଷକ ମଧ୍ୟରେ 5ରୁ ଉର୍ଦ୍ଧ୍ବ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର