ଖୋର୍ଦ୍ଧା: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ଵୃଦ୍ଧି ପାଉଛି । ବିଶେଷ କରି ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ପ୍ରତିଦିନ ଅଧିକ ରହୁଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ନିୟମକୁ କଡାକଡି ଲାଗୁ କରିଛି । ପୌରାଞ୍ଚଳରେ ନିୟମ ନ ମାନିବାରୁ 3ଟି ଦୋକାନ ସିଲ କରିଛି ପ୍ରଶାସନ ।
ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକଡାଉନ ଏବଂ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଲକଡାଉନରେ ସକାଳୁ ଦିନ 11ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ଅମାନିଆ ବ୍ୟବସାୟୀ ଏହାକୁ ଅଣଦେଖା କରି ଆଜି(ଶୁକ୍ରବାର) ଖୋର୍ଦ୍ଧା ପୌରାଞ୍ଚଳ ଅଞ୍ଚଳରେ ନିଜ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ଜଣାପଡିବା ପରେ ପୌର କର୍ମଚାରୀ ଚଢ଼ାଉ କରି 3ଟି ଦୋକାନକୁ ସିଲ କରିଛନ୍ତି । ସେହିଭଳି ସହରର ବିଭିନ୍ନ ସ୍ଥାନରେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ