ETV Bharat / state

ମୃତ ବଜ୍ରକାପ୍ତା ସହ ବିପୁଳ ପରିମାଣର ଚୋରି ଅଳଙ୍କାର ଉଦ୍ଧାର, ତିନି ଗିରଫ

author img

By

Published : Jul 27, 2023, 10:44 PM IST

ଖୋର୍ଦ୍ଧା ପୋଲିସକୁ ବଡ ସଫଳତା । 3 ଜଣ ଲୁଟେରାଙ୍କୁ ଧରିଲା ପୋଲିସ । 5କେଜି ରୂପା ଅଳଙ୍କାର, 250 ଗ୍ରାମ ସୁନା ଅଳଙ୍କାରସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

3 ଜଣ ଲୁଟେରାଙ୍କୁ ଧରିଲା ପୋଲିସ
3 ଜଣ ଲୁଟେରାଙ୍କୁ ଧରିଲା ପୋଲିସ
3 ଜଣ ଲୁଟେରାଙ୍କୁ ଧରିଲା ପୋଲିସ

ଖୋର୍ଦ୍ଧା: ଦିନରେ ସାପୁଆକେଳା ରାତିରେ ଚୋର । ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ । ଏହା ସହ ସେମାନଙ୍କଠାରୁ ବିପୁଳ ପରିମାଣର ସୁନା, ରୂପା ଅଳଙ୍କାର, ଘର ଭଙ୍ଗା ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଖୋର୍ଦ୍ଧା ସ୍ପେଶାଲ ସ୍କ୍ୱାଡ୍‌ ଓ ବୋଲଗଡ଼ ପୋଲିସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ।

ଏସ୍‌ପିଙ୍କ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ଅଭିଯୋଗ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ବୋଲଗଡ଼ ଥାନା ମାଣିକାଗୋଡ଼ା କୁମୁଟିସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ଏକ ଟିମ୍‌ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଘଟଣାସ୍ଥଳରୁ ପୋଲିସ 3 ଜଣଙ୍କୁ ଅଟକ ରଖି ତାଲାସି ଆରମ୍ଭ କରିଥିଲା । ସେମାନଙ୍କଠାରୁ 5କେଜି ରୂପା ଅଳଙ୍କାର, 250 ଗ୍ରାମ ସୁନା ଅଳଙ୍କାରସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଅଟକ ରଖିବା ସହ ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା ଆରମ୍ଭ କରିଥିଲା । ଅଧିକ ପଚରାଉଚରା କରିବା ପରେ ସେମାନେ ଏହି ସାମଗ୍ରୀକୁ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଚୋରି କରିଥିବା ନେଇ ସୂଚନା ଦେଇଥିବା ଏସ୍‌ପି କହିଛନ୍ତି ।

ଅଟକ ଥିବା 3ଜଣ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକ । ଏମାନେ ସମସ୍ତେ କେଳା ସମ୍ପ୍ରଦାୟର ବୋଲି କହିଛନ୍ତି ଏସ୍‌ପି । ସେହିପରି ସେମାନଙ୍କଠାରୁ ଉଦ୍ଧାର ମୃତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଏସ୍‌ପି । ସେହିପରି ଏମାନଙ୍କ ନାମରେ 100ରୁ ଉର୍ଦ୍ଧ୍ବ ମାମଲା ରହିଥିବା ବେଳେ ଏମାନଙ୍କ ସହ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ୍‌ପି ସିଦ୍ଧାର୍ଥ କଟାରିଆ । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲ ଅପିଲ୍‌ କରାଯିବ ବୋଲି ଏସ୍‌ପି କହିଛନ୍ତି ।

ଅଧିକ ପଢନ୍ତୁ: ବିହାରରୁ ଆସି ବ୍ରହ୍ମପୁର ଚଲାଇଥିଲେ ଲୁଟପାଟ, 3 ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁରରେ ମଧ୍ୟ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡିଛନ୍ତି । କୌଣସି ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ଏହି ଲୁଟେରାମାନେ ସେମାନଙ୍କୁ ଟାର୍ଗେଟ କରୁଥିଲେ । କିଛି ରାସାୟନିକ ସାମଗ୍ରୀ ସେମାନଙ୍କୁ ଉପରକୁ ଫିଙ୍ଗି ଟଙ୍କା ଝାମ୍ପି ନେଇ ଚମ୍ପଟ ମାରୁଥିଲେ । ବ୍ରହ୍ମପୁର ପୋଲିସ ଗାଡି ଯାଞ୍ଚ କରିବା ବେଳେ ଏହି ଆନ୍ତଃ ରାଜ୍ୟ ଲୁଟେରାମାନଙ୍କୁ ଗିରଫ କରିଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.