ଖୋର୍ଦ୍ଧା: ଚିଲିକା ବ୍ଲକ ଅଞ୍ଚଳରୁ ଚୋରି ହୋଇଥିବା ଏକ ବାଇକର ଛାନଭିନ କଲାବେଳେ ଧରାପଡିଲା ବାଇକ ଚୋର । ପୋଲିସ ତାକୁ ପଚରାଉଚୁରା କରିବାରୁ ଆହୁରି ଦୁଇଜଣ ଏହି ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଜଣାପଡିଲା ।
ପୋଲିସ ଏମାନଙ୍କ ଠାରୁ 15ଟି ବାଇକ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ତିନି ଲୁଟେରାଙ୍କୁ ଗିରଫ କରିଛି । ଏନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ବାଣପୁର ଥାନା କୁଲେଇ ଗାଁର ସନ୍ତୋଷ କୁମାର ଜଗଦେବ, ଅଭି ଜୟସିଂ ଏବଂ ସାଗର ହାତୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ