ETV Bharat / state

ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ଗିରଫ ହେଲେ 3 ଅଭିଯୁକ୍ତ

ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ପଶି ଦୁର୍ବୁତ୍ତଙ୍କ ଆତଙ୍କରାଜ ଘଟଣାରେ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଅଧିକ ପଢନ୍ତୁ

creating ransack in  ladies hostel
creating ransack in ladies hostel
author img

By

Published : May 8, 2023, 6:21 PM IST

ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଭୁବନେଶ୍ବର: ଲେଡିଜ ହଷ୍ଟେଲରେ ପଶି ଦୁର୍ବୁତ୍ତଙ୍କ ଆତଙ୍କରାଜ ଘଟଣା । ଏନେଇ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏବେ ସୁଦ୍ଧା ପୋଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସନିଆ ଦାସ, ଶଶିକାନ୍ତ ଭୋଇ ଓ ସଞ୍ଜୟ ଦାସ । 3 ଅଭିଯୁକ୍ତଙ୍କ ଘର ନୟାପଲ୍ଲୀ ଭୋଇସାହି ବୋଲି ଜଣାପଡ଼ିଛି । ସେହିପରି ଦୁର୍ବୁତ୍ତଙ୍କ ଆତଙ୍କରାଜରୁ ବର୍ତ୍ତିବା ପାଇଁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିବା ନେଇ କହିଛନ୍ତି ଏସିପି ସଞ୍ଜୀବ ଶତପଥୀ ।

ତେବେ ଶୁକ୍ରବାର ରାତିରେ ହଷ୍ଟେଲ୍‌ରେ ପଶି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା ସହ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ସେ ସମୟର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ତାହାକୁ ଭିତ୍ତି କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପ୍ରକାଶ ଥାଉକି, ରାତି ପ୍ରାୟ ୯ଟା ସମୟରେ ଉଗ୍ରତାରା ହଷ୍ଟେଲର ମାଲିକାଣୀ ଲୀଲା ହଷ୍ଟେଲ ପାଖରେ କଥା ହେଉଥିବା ବେଳେ କିଛି ଦୁର୍ବୃତ୍ତ ସେହି ବାଟ ଦେଇ ଯାଇଥିଲେ । ଏହାପରେ ହଷ୍ଟେଲ ମାଲିକାଣୀଙ୍କୁ ଦେଖି କମେଣ୍ଟ ମାରିଥିଲେ । ଏନେଇ ମାଲିକାଣୀ ପୋଲିସକୁ ଡାକୁଛି କହିବାରୁ ଦୁର୍ବୃତ୍ତ ମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ ଦୁର୍ବୃତ୍ତ ଏଥିସହ ମାଲିକାଣୀ ସହ ପାଟିତୁଣ୍ଡ କରିଥିଲେ ଦୁର୍ବୃତ୍ତ । ଏଥିରେ ହସ୍ତକ୍ଷେପ କରିବାରୁ ହଷ୍ଟେଲର କିଛି ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- Cyclone Mocha Update: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ସେହିପରି ମାଲିକାଣୀଙ୍କ ଜଣେ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ । ଏତିକିରେ ମନ ଶାନ୍ତି ନହେବାରୁ ହଷ୍ଟେଲ୍‌କୁ ଟେକାମାଡ଼ କରିଥିଲେ । ଫଳରେ ଘରର କାଚ ଭାଙ୍ଗିବା ସହ ହଷ୍ଟେଲ୍‌ରେ ଥିବା ଗାଡି ମଧ୍ୟ ଭାଙ୍ଗି ଯାଇଥିଲା । ଏହି ଘଟଣା ପରେ ହଷ୍ଟେଲର ମାଲିକାଣୀ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ତେବେ ନୟାପଲ୍ଲୀ ଅଞ୍ଚଳରେ ଏପରି ଘଟଣା ନୁଆ ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଛି । ପୋଲିସର ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ଅପରାଧୀଙ୍କ ପୋଲିସ ପ୍ରତି ଭୟ ରହୁନି । ଫଳରେ ଏଭଳି ଘଟଣା ବାରମ୍ବାର ଅନେକ ସମୟରେ ଘଟି ଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.