ETV Bharat / state

6ରୁ ରାଜଧାନୀରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, ସପ୍ତାହକୁ ଦୁଇଥର ଉଡାଣ - ଜୟପୁର ଭୁବନେଶ୍ବର ବିମାନ ସେବା

ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ । ସପ୍ତାହକୁ ଯୋଗାଇବ ଦୁଇ ଥର ବିମାନ ସେବା । ଅଧିକ ପଢନ୍ତୁ

6 ରୁ ରାଜଧାନୀରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, ସପ୍ତାହକୁ ଦୁଇଥର ଉଡାଣ

author img

By ETV Bharat Odisha Team

Published : Nov 4, 2023, 7:32 PM IST

ଭୁବନେଶ୍ବର: ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ । ଆସନ୍ତା ୬ ତାରିଖରୁ ଏହି ବିମାନ ଆରମ୍ଭ ହେବ ବିମାନ ସେବାକୁ ଯାଉଛି । ସପ୍ତାହକୁ ସୋମବାର ଓ ଶୁକ୍ରବାର ଦୁଇ ଦିନ ଧରି ଉଡ଼ିବ ବିମାନ । ‘ଇଣ୍ଡିଆ ୱାନ୍‌ ଏୟାର’ ସଂସ୍ଥା ଏହି ବିମାନ ସେବା ଯୋଗାଇବ । ଏହି ବିମାନ ଭୁବନେଶ୍ବରରୁ ସକାଳ ୭ ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଏୟାରଲାଇନ୍ସ ସଂସ୍ଥା ‘ଇଣ୍ଡିଆ ୱାନ୍‌ ଏୟାର’ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ । ତେବେ ପ୍ରଥମ ଶୁଭାରମ୍ଭ ପାଇଁ ଅଫର୍ ରହିଛି 2999 ଟଙ୍କା ।

ଅନ୍ୟପଟେ ଭୁବନେଶ୍ଵର ଛଡା ରାଜ୍ୟରେ ଥିବା ଅନ୍ୟ ଏକ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କଲକତା ଓ ବେଙ୍ଗାଲୁରୁକୁ ବିମାନ ସେବା ଚଳିତ ମାସରେ ଆରମ୍ଭ ହେବ । ଇଣ୍ଡିଗୋ ଏୟାର ଲାଇନ୍ସ ଏହାକୁ ଚଳାଚଳ କରିବ । ଆସନ୍ତାକାଲି (ରବିବାର) ଝାରସୁଗୁଡ଼ାରୁ କୋଲକତାକୁ ଇଣ୍ଡିଗୋ ବିମାନ ଭୁବନେଶ୍ବର ବିମାନ ବନ୍ଦର ଦେଇ ଚଳାଚଳ କରିବ । ଏହା ସହ ଚଳିତ ମାସ ୧୫ ତାରିଖରୁ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ମଧ୍ୟ ବିମାନ ଚଳାଚଳ କରିବ । ଶିଳ୍ପାଞ୍ଚଳ ଝାରସୁଗୁଡ଼ାରୁ ଦୁଇ ପ୍ରମୁଖ ସହରକୁ ସିଧାସଳଖ ବିମାନସେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଆଖାପଖ ଅଞ୍ଚକର ଲୋକମାନେ ବେଶ ଲାଭବାନ ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ:- Mahadev App betting case: ଇଡି ସ୍କାନରରେ ଭୁପେଶ ବଘେଲ, ବେଟିଂ ଆପଠୁ ୫୦୮ କୋଟି ନେବା ଅଭିଯୋଗ

ଏପଟେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ନୂଆ ଅତ୍ୟାଧୁନିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ ହୋଇଛି । ଏହି ଅତ୍ୟାଧୁନିକ ଏଟିସିରେ ଜିରୋ ଭିଜିବିଲିଟିରେ ବିମାନ ଅବତରଣ କରିବାର କ୍ଷମତା ରଖିଛି । ଯାହା ଫଳରେ ଭୁବନେଶ୍ଵର ଆକାଶ ପଥ ଦେଇ ଯାଉଥିବା ବିମାନ ଗୁଡିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ । ଏହି ନୂତନ ATC କଣ୍ଟ୍ରୋଲ ରୁମରେ କେବଳ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦେଶରେ ପ୍ରଥମ ଭାବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହିଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.