ETV Bharat / state

ଜମୁଛି ଡଟ୍ ଫେଷ୍ଟ: ଝୁମ ବରାବର ଗୀତରେ ଝୁମିଲା ଭୁବନେଶ୍ୱର, ମନ ଛୁଇଁଲା ଦିପ୍ତୀରେଖାଙ୍କ ସ୍ୱର - ଡଟ୍‌ ଫେଷ୍ଟର ଦ୍ବିତୀୟ ସନ୍ଧ୍ୟା

ଡଟ୍‌ ଫେଷ୍ଟର ଦ୍ବିତୀୟ ସନ୍ଧ୍ୟାରେ ଓଲିଉଡ ଓ ବଲିଉଡ କଳାକାରଙ୍କ ଜଲୱା । ପ୍ରିୟଙ୍କାଙ୍କ କବିତା ଏବଂ ସୁଫି ମେଲୋଡି ସନ୍ଧ୍ୟାରେ ଝୁମିଲା ଭୁବନେଶ୍ବର । ଅଧିକ ପଢ଼ନ୍ତୁ

dotfest
ଡଟ୍ ଫେଷ୍ଟ
author img

By

Published : Jan 17, 2023, 3:35 PM IST

ଝୁମ ବରାବର ଗୀତରେ ଝୁମିଲା ଭୁବନେଶ୍ବର

ଭୁବନେଶ୍ବର: ଡଟ୍ ଫେଷ୍ଟର ଦିତୀୟ ସନ୍ଧ୍ୟାରେ ନାଚିଲା ଭୁବନେଶ୍ୱର। ଓଲିଉଡ ଏବଂ ବଲିଉଡ ଗୀତରେ ଝୁମିଲେ ଦର୍ଶକ । ରୋମାଣ୍ଟିକ ସୁଫି ଓ ପଞ୍ଜାବୀ ହିନ୍ଦୀ ଗୀତର ତାଳେ ତାଳେ ନାଚି ଉଠିଲେ ଦର୍ଶକ । ଡଟ୍ ଫେଷ୍ଟ୍‌ର ୨ୟ ସନ୍ଧ୍ୟାରେ ହର୍ଷଦୀପ କୌର, ନବରାଜ ହଂସ, ପ୍ରିୟା ମଲିକ୍ ଓ ଦୀପ୍ତିରେଖା ପାଢୀଙ୍କ ଭଳି ପ୍ରଖ୍ୟାତ ଗାୟକଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମେ ଫେଷ୍ଟ ଆରମ୍ଭରୁ ଓଡ଼ିଆ କଣ୍ଠଶିଳ୍ପୀ ଦିପ୍ତିରେଖାଙ୍କ ଗୀତର ଜଲଓ୍ବା ଦେଖିବାକୁ ମିଳିଥିଲା ।

'ଟିକେ ଟିକେ ଅଚିହ୍ନା ତୁ...ଜେମିତି ମୌସୁମୀ..... ଧିମା ଧିମା ଆଖି.... ତୋର ହାଲକା ହାଲକା...ହାଏ ତୋ ପ୍ରେମର ଗଜଲରେ...' ବିମୋହିତ ହେଲେ ରାଜଧାନିବାସୀ । ପରେ ପରେ ଜମିଥିଲା ବଲିଉଡ ଷ୍ଟୋରି ଟେଲର ପ୍ରିୟା ମଲିକ୍‌ଙ୍କ କବିତା ଆସର। ମା'ଙ୍କ ଉଦ୍ଦେଶ୍ୟରେ 'କୁଛନେହିଁ ମମି...ଆଜକା ଦୋ ମିନିଟକା ନୁଡୁଲ୍ସ ଜମାନା ମେ ୧୯୯୦ କା ଭେଜ ଚାଓମିନ୍ ଢୁଣ୍ଡ ରାହା ହୁଁ.....' କବିତା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ପ୍ରିୟା ମଲ୍ଲିକଙ୍କ ପରେ ଷ୍ଟେଜକୁ ଓହ୍ଲାଇଥିଲେ ହର୍ଷଦୀପ କୌର । ଆଉ ତାଙ୍କ ସୁଫି ମେଲୋଡ଼ିରେ ବିଭୋର ହୋଇଥିଲେ ଦର୍ଶକ । ହର୍ଷଦୀପ କୌରଙ୍କ ସୁଫିଆନା ପରିପାଟୀ ସହ ଗୀତର ମାଦକତା ଲୋକଙ୍କୁ ସ୍ତବ୍ଦ କରିଥିଲା ।

'ଆଜ ଦିନ ଚଢେୟା ତେରେ ରଙ୍ଗ .....କବିରା..ତେରି ଓ ତେରି ....ଲମ୍ବି ଜୁଦାଇ....ଓ ଜାଲିମା.....ଉଙ୍ଗୁଲି ପକଡକେ ତୁନେ ଚଲନା ଶିଖାୟା ଥା...ନା....ଶେଷରେ ଝୁମ ବରାବର' ଗୀତରେ ନାଚି ନାଚି ବେଦମ ହୋଇଥିଲେ ଦର୍ଶକ। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ନବରାଜ ହଂସ । ଷ୍ଟେଜକୁ ଆସିବା କ୍ଷଣି ମୋହାଲ ସରଗରମ ହୋଇଗଲା । ଦର୍ଶକ ନିଜ ସ୍ଥାନ ଛାଡି ଷ୍ଟେଜ ପାଖକୁ ଚାଲିଯାଇଥିଲେ। ଆଉ ପଞ୍ଜାବୀ ତଡକା ଧୁନର ନନଷ୍ଟପ ନାଚିଥିଲେ । ଦର୍ଶକଙ୍କ ଜୋସ ଭରିବା ପାଇଁ ପ୍ରଥମେ ପଞ୍ଜାବୀ ଠୁମକା ଲଗାଇ ଥିବା ବେଳେ ନିଜେ ମଧ୍ୟ ନାଚିଥିଲେ, ଆଉ ନିଜ ଅନ୍ଦାଜରେ ଲୋକମାନଙ୍କୁ ନଚାଇଥିଲେ ।

'କି କରିୟେ କି କରିୟେ' ଗୀତ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଥିଲା। ପରେ ପରେ 'ରୂପ ତେରା ପ୍ୟାର ମେରା ଦିବାନା...… ଚୁରାଲିୟା ଜୋ ତୁନେ ହେ ଦିଲ କୋ .....ଓ ହାସିନା ଜୁଲଫୋବାଲି...ଜାନେ ଜାନା... ' ଗୀତରେ ମତୁଆଲା ହେଇଥିଲେ ଦର୍ଶକ । ଦର୍ଶକଙ୍କ ଖଚାଖଚ୍ ଭିଡରେ ଦ୍ବିତୀୟ ଦିନ ଫେଷ୍ଟ ଶେଷ ହୋଇଛି ଏବଂ ଉଭୟ ବଲିଓଡ଼ ଓ ଓଲିଓଡ଼ କଳାକାରଙ୍କ ଗୀତକୁ ସମସ୍ତେ ମନଭରି ଉପଭୋଗ କରିଛନ୍ତି ।

ଅନ୍ୟପଟେ ଡଟ୍ ଫେଷ୍ଟର ୨ୟ ଦିନରେ ଭୁବନେଶ୍ୱରକୁ ଏକ ଆବେଗପୂର୍ଣ୍ଣ ଅନୁଭୂତି ଦେଇଛି ସୁଫି ମେଲୋଡି ନାଇଟ୍ । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଥିବା ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣର ଦ୍ବିତୀୟ ଦିନ ୧୨,୦୦୦ରୁ ଅଧିକ ଦର୍ଶକଙ୍କ ଆଗମନର ସାକ୍ଷୀ ହୋଇଥିଲା । ପ୍ରଥମ ଦିନର ଏହି ଅତୁଳନୀୟ ସଫଳତା ପରେ ଡଟ୍ ଫେଷ୍ଟର ୨ୟ ଦିନରେ ଏକ ଭାବପୂର୍ଣ୍ଣ ସୁଫି ମେଲୋଡି ନାଇଟ୍‌ର ଆୟୋଜନ ହୋଇଥିଲା ।

ଏଥିରେ ହର୍ଶଦୀପ କୌର, ନବରାଜ ହଂସ, ପ୍ରିୟା ମଲିକ୍ ଓ ଦୀପ୍ତିରେଖା ପାଢୀଙ୍କ ଭଳି ଲୋକପ୍ରିୟ ଗାୟକଙ୍କ ଦ୍ୱାରା ଆକର୍ଷଣୀୟ ଆଧୁନିକ, ପାରମ୍ପରିକ ଓ ସୁଫି ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଯାହା ଭୁବନେଶ୍ୱରବାସୀଙ୍କୁ ବିମୋହିତ କରିଛି । ଏହାସହ ଏଠାରେ ସବୁ ବର୍ଗର ଲୋକମାନେ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଆଞ୍ଚଳିକ ଖାଦ୍ୟ, ଓଡିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ ଏବଂ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଆନ୍ତର୍ଜାତୀୟ ଖାଦ୍ୟକୁ ଉପଭୋଗ କରିଥିଲେ । ସେହିପରି ନାଇଟ୍ ବଜାର / ଫ୍ଲି ମାର୍କେଟ୍ ଭୁବନେଶ୍ୱରର ଶୀତୁଆ ରାତିକୁ ଆହୁରି ଉଜ୍ଜୀବିତ କରିଥିଲା ।

ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ ନିଜର ସାମଗ୍ରୀ ଓ କଳାର ପ୍ରଦର୍ଶନ କରିବା ପାଇଁ ଏକ ଉନ୍ନତ ମଞ୍ଚ ପ୍ରଦାନ କରିଥିଲା । ସେପଟେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଡଟ୍ ଫେଷ୍ଟର ୩ୟ ଦିନରେ ପୁଣିଥରେ ସତେଜ ଓ ଆକର୍ଷଣୀୟ ଅବତାରରେ ଚମତ୍କାର ପ୍ରଦର୍ଶନଗୁଡିକୁ ଦେଖିବାକୁ ମିଳିବ । ବଲିଉଡ୍ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଦିବ୍ୟା କୁମାର ନିଜର ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବେ, ସେହିପରି ଲୋକପ୍ରିୟ ଗାୟିକା ନୀତି ମୋହନ, ଓଡିଆ ଗାୟକ ପ୍ରଜ୍ଞା ହୋତା ରୋମାଞ୍ଚକର ପ୍ରଦର୍ଶନ ଦେବେ । ଏହି ୧୫ ଦିନିଆ ମହୋତ୍ସବ ପ୍ରତିଦିନ ସନ୍ଧ୍ୟା ୫ଟାରୁ ଆରମ୍ଭ ହେଉଛି ଏବଂ ମଧ୍ୟରାତ୍ରିରେ ଶେଷ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.