ETV Bharat / state

Supplementary Budget: 28200 କୋଟିର ଅତିରିକ୍ତ ବଜେଟ, ଆମ ଓଡିଶା ନବୀନ ଓଡିଶାକୁ 1302 କୋଟି

author img

By ETV Bharat Odisha Team

Published : Sep 22, 2023, 6:02 PM IST

Updated : Sep 22, 2023, 7:29 PM IST

ଆସିଲା ଚଳିତ ବର୍ଷର ଅତିରିକ୍ତ ବଜେଟ । 28 ହଜାର 200 କୋଟି ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି । ଅଧିକ ପଢନ୍ତୁ

supplementary budget tabled in odisha assembly
ଆସିଲା ଅତିରିକ୍ତ ବଜେଟ
Supplementary Budget

ଭୁବନେଶ୍ବର: ଚଳିତ ବର୍ଷର ଅତିରିକ୍ତ ବଜେଟ ଆଗତ ହୋଇଛି । 28 ହଜାର 200 କୋଟି ଟଙ୍କାର ବଜେଟ ଗୃହରେ ଉପସ୍ଥାପିତ ହୋଇଛି । 2023-24 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ଓ ଅର୍ଥ ସଚିବ ବିଶାଳ ଦେବ ।

ପ୍ରଶାସନିକ ବ୍ୟୟ 2,864 କୋଟି, କାର୍ଯ୍ୟକ୍ରମ ବ୍ୟୟ 20100 କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି 4,664 କୋଟି, ରାଜ୍ୟ ବଜେଟରୁ ସ୍ଥାନାନ୍ତର 572 କୋଟି ଟଙ୍କା ରହିଛି । ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ଆମ ଓଡିଶା ନବୀନ ଓଡିଶା' ପାଇଁ 1,302 କୋଟି ଟଙ୍କା ପ୍ରଦାନ କରାଯାଇଛି । Location Accessible Multi-modal Initiative (LAccMI) ଯୋଜନା ପାଇଁ 556 କୋଟି ଟଙ୍କା ପ୍ରଦାନ କରାଯାଇଛି । ପଞ୍ଚାୟତିରାଜ ସଂସ୍ଥା ଜରିଆରେ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ 153 କୋଟି ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଛାତ୍ର-ଛାତ୍ରୀ ପରିଧାନ ଯୋଜନା ପାଇଁ 110 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ପାଇଁ 12 କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡିଶା ମେଟ୍ରୋ ରେଳ ପରିବହନ ପାଇଁ 210 କୋଟି ଟଙ୍କା ପ୍ରଦାନ କରାଯାଇଛି । ସହରୀ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ 100 କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡିଶା ପରିବହନ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ ଯୋଜନା ପାଇଁ 21 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜାଗୃତି ଯୋଜନା ଅଧୀନରେ ଲିଙ୍ଗ-ଭିତ୍ତିକ ହିଂସା ପୀଡ଼ିତା ମହିଳା ମାନଙ୍କର ସୁରକ୍ଷା, ବିକାଶ ଏବଂ ସଶକ୍ତିକରଣ ପାଇଁ 38 କୋଟି ପ୍ରଦାନ କରାଯାଇଛି । ICDS ଅଧୀନରେ ରାଜ୍ୟ ସହାୟତା କେନ୍ଦ୍ର ପାଇଁ 11 କୋଟି ଟଙ୍କା ପ୍ରଦାନ କରାଯାଇଛି । CM's Research, Innovation & Fellowship ଯୋଜନାରେ 5 କୋଟି ଟଙ୍କା ଦିଆଯାଇଛି । କୁଶଳୀ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇବାକୁ Nano Unicorn ଯୋଜନା ଅଧୀନରେ 5 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସଂଖ୍ୟାଲଘୁ ବରକୁ ବିବାହ ସହାୟତା ପାଇଁ 15 କୋଟି ଟଙ୍କା ପ୍ରଦାନ କରାଯାଇଛି । ବ୍ଲକସ୍ତରୀୟ ବସ ଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ 14 କୋଟି ଟଙ୍କା ପ୍ରଦାନ କରାଯାଇଛି । ଗ୍ରାମ ପଞ୍ଚାୟତକୁ ସୂଚନା ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ ପାଇଁ 252 କୋଟି ଟଙ୍କା ପ୍ରଦାନ କରାଯାଇଛି। ସୁଦକ୍ଷା ଯୋଜନା ଅଧୀନରେ, ସରକାରୀ ଇଂଜିନିୟରିଂ ଏବଂ ପଲିଟେକନିକରେ ପଢୁଥ‌ିବା ଛାତ୍ରମାନଙ୍କର ଚାକିରି ଦକ୍ଷତା ବୃଦ୍ଧି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୨ କୋଟି ପ୍ରଦାନ କରାଯାଇଛି । ବୟନିକାର ଓ ସମ୍ବଲପୁରୀ ବସ୍ତ୍ରାଳୟର Working Capital-Revolving Fund ପାଇଁ 20 କୋଟି ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ....ବିଜେଡି ବିଧାୟକ ଦଳ ବୈଠକ: ନବୀନ ଦେଲେ ଟିପ୍ସ

ସେହିପରି ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ 2,863 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପୋଲିସ ବ୍ୟବସ୍ଥା ସହିତ ନିର୍ବାଚନ ପରିଚାଳନା ପାଇଁ 196 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଅଣ-ଆବାସିକ ଅଟ୍ଟାଳିକାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ 150 କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ 9 ଓଡିଶା ସବଅର୍ଡିନେଟ କର୍ମଚାରୀ ଚୟନ ଆୟୋଗ ପାଇଁ 4 କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ପାଠ୍ୟ ପୁସ୍ତକ ପ୍ରେସ ପାଇଁ 10 କୋଟି ଏବଂ ମାଧ୍ଯମିକ ବିଦ୍ୟାଳୟ ଗୁଡ଼ିକରେ ସରକାରୀ ଅତିଥି ଅଧ୍ୟାପକଙ୍କ ଦରମା ପାଇଁ 6 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଡିଶାର ମାଧ୍ୟମିକ ଶିକ୍ଷା ବୋର୍ଡକୁ ଅନୁଦାନ ଭାବରେ 21 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ହଷ୍ଟେଲରେ ବୋର୍ଡର ମାନଙ୍କର ଚିକିତ୍ସା ପାଇଁ ଓ କୋଟି ଟଙ୍କା ଏବଂ ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲାବୋରେଟୋରୀ ଉପକରଣ ପାଇଁ 6 କୋଟି ଟଙ୍କା ପ୍ରଦାନ କରାଯାଇଛି । ଯାଜପୁର ଓ କଳାହାଣ୍ଡିରେ ନୂତନ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାଇଁ 27 କୋଟି ଟଙ୍କା ପ୍ରଦାନ କରାଯାଇଛି । ମଣିଷ ଓ ପଶୁ ମୁହାଁମୁହିଁ ଘଟଣାରେ ପୀଡିତଙ୍କୁ ଅନୁକମ୍ପା ମୂଳକ ଅନୁଦାନ ପ୍ରଦାନ ଦିଗରେ 16 କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଉଠା ଜଳସେଚନ ନିଗମକୁ ଅନୁଦାନ ପ୍ରଦାନ ଦିଗରେ 20 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିର ଥିବା ବଳକା ଅର୍ଥ ବାବଦକୁ 4664 କୋଟି ବ୍ୟୟ ବରାଦ କରାଯାଇଛି । ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ସ୍ଥାନାନ୍ତର ବାବଦକୁ 572 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ 4,433 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଫସଲ ଉତ୍ପାଦନ ପରିଚାଳନା ପାଇଁ 223 କୋଟି ଟଙ୍କା ପ୍ରଦାନ କରାଯାଇଛି । ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ 253 କୋଟି ଟଙ୍କା ପ୍ରଦାନ କରାଯାଇଛି । Capital Investment & Farm Mechanisation ପାଇଁ 150 କୋଟି ଟଙ୍କା, ଖାଦ୍ୟ ସଂରକ୍ଷଣ ଏବଂ ଗୋଦାମ ଅଧୀନରେ Procurement Operation Support System ପାଇଁ 464 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଅଧୀନରେ ପ୍ରିମିୟମ ସବସିଡି ପାଇଁ 400 କୋଟି ଟଙ୍କା ପ୍ରଦାନ କରାଯାଇଛି । ବୃହତ ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ବିକାଶ ପାଇଁ 441 କୋଟି ଟଙ୍କା ପ୍ରଦାନ କରାଯାଇଛି । ମିଶନ୍ ଶକ୍ତି ବିଭାଗ ପାଇଁ 783 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସାମାଜିକ ସୁରକ୍ଷା ପାଇଁ ସମୁଦାୟ 77.1 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧୁବାବୁ ପେନସନ ଯୋଜନା ପାଇଁ 500 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ 214 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ 862 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 123 କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ସେବା ମିଶନ ପାଇଁ 83 କୋଟି ଟଙ୍କା ପ୍ରଦାନ କରାଯାଇଛି । Tertiary Health Care Super Speciality Services ପାଇଁ 58 କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଅନୁସନ୍ଧାନ ତଥା ମାନବ ସମ୍ବଳ ବିକାଶ ପାଇଁ 147 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ ସ୍ଵାସ୍ଥ୍ୟ ମିଶନ (NHM) ଅଧୀନରେ ରାଜ୍ୟ ଅଂଶଧନ ବିବାଦକୁ 359 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 22, 2023, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.