ETV Bharat / state

Lakshmi Puja: ରାଜଧାନୀରେ ଲକ୍ଷ୍ମୀପୂଜା ପାଇଁ ଜଗିବେ ୨୭ ପ୍ଲାଟୁନ ପୋଲିସ୍ - ଧନଦାତ୍ରୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବ

ଧନଦାତ୍ରୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବ । ଦୁର୍ଗା ପୂଜା ସମୟରେ ଭିଡ଼କୁ ଦେଖି ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୋଲିସ୍ । ଅଧିକ ପଢନ୍ତୁ

ଧନଦାତ୍ରୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବ
ଧନଦାତ୍ରୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବ
author img

By ETV Bharat Odisha Team

Published : Oct 28, 2023, 6:50 AM IST

ଧନଦାତ୍ରୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବ

ଭୁବନେଶ୍ବର: ଆଜି ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା । ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଧନଦାତ୍ରୀଙ୍କ ଆବାହନ ଉତ୍ସବ ମୁଖରିତ ପରିବେଶ । ଦୁର୍ଗା ପୂଜା ସମୟରେ ଭିଡ଼କୁ ଦେଖି ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୋଲିସ୍ । ଶାନ୍ତି ଶୃଙ୍ଖଳିତ ଭାବେ ପୂଜା ଆୟୋଜନ ପାଇଁ ୨୭ପ୍ଲାଟୁନ ଫୋର୍ସ ରାଜଧାନୀକୁ ଜଗିବାକୁ ହୋଇଛି ପ୍ରସ୍ତୁତି । ମାଆଙ୍କ ସ୍ବାଗତ କରିବା ପାଇଁ ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ଆଜି(ଶନିବାର) ଠାରୁ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ଗଜଲକ୍ଷ୍ମୀ । ଏଥର ରାଜଧାନୀର ପ୍ରାୟ ୩୦ରୁ ଅଧିକ ପୂଜା ମଣ୍ଡପରେ ବଡ଼ ଆକାରରେ ଗଜଲକ୍ଷ୍ମୀ ପୂଜା କରାଯାଉଛି । ଏଥିପାଇ ନୀତି ନିୟମ ଅନୁସାରେ ପୂଜା ପାଇଁ ବିଭିନ ନଦୀ ବା ପୋଖରୀରୁ ମା’ଙ୍କ ପାଖରେ ବସୁଥିବା କଳସ ପାଇଁ ଜଳ ଅଣାଯାଇଥିଲା ।

ଏହା ମଧ୍ଯ ପଢନ୍ତୁ...Lunar eclipse: କେଉଁ ସମୟରେ କରିବେ ଚନ୍ଦ୍ର ପୂଜା ସହ ଜହ୍ନି ଓଷା ଉଦଯାପନ, ଜାଣନ୍ତୁ ପଣ୍ତିତଙ୍କ ମତ

ଶୁକ୍ରବାର ରାତି ୯ଟାରୁ ୧୨ଟା ମଧ୍ୟରେ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ଓ ବିଭିନ୍ନ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଶନିବାର ଠୁ ମା‘ ମଣ୍ଡପରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ । ତେଣୁ ତାଙ୍କ ଦର୍ଶନ ଲାଗି ପୂଜା ମଣ୍ଡପରେ ଲାଗିବ ଗହଳି ଚହଳି । ଏହାର ଭିତରେ ଟ୍ରାଫିକ ପରିଚାଳନା ସହ ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ଚିନ୍ତଜନକ ବିଷୟ । ତେଣୁ ଦୁର୍ଗାପୂଜାରେ ଅପରାଧ ଓ ଅପରାଧୀଙ୍କ ଉତ୍ପାତ ଦେଖି ଏଥର ରାଜଧାନୀରେ ଜଗିବେ ୨୭ ପ୍ଲାଟୁନ ଫୋର୍ସ । କିଛି ପେସାଦାର ଅପରାଧ ତଥା ପର୍ସ ଓ ମୋବାଇଲ ଚୋର ସହ ଆଉ କିଛି ନୂଆ ଢଙ୍ଗରେ ଅପରାଧ ରଚୁଥିବା ଅପରାଧୀଙ୍କୁ କାବୁ କରିବା ପାଇଁ ପୋଲିସ ଗାଡି ପାଟ୍ରୋଲିଂ କରିବ ।

ଏହା ମଧ୍ଯ ପଢନ୍ତୁ...କୁଆଁରୀ ପାଳିଲେ ଜହ୍ନିଓଷା, ଭଲ ବର ଦେବେ ମା’ ବୃନ୍ଦାବତୀ !

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗୀତ ଓ ଲାଉଡ଼ ସ୍ପିକର ବଜାଇବା ପାଇଁ ଅନୁମତି ରହିଛି । ଏହା ବାଦ୍ ସମସ୍ତ ସାଉଣ୍ତ ସିଷ୍ଟମ ଉପରେ ରୋକ୍ ଲଗାଇଛି ପୋଲିସ । ସବୁ ପୂଜା ପେଣ୍ତଲ ବାହାରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ପୋଲିସ ନିର୍ଦ୍ଦେଶ ଦେଇଛି । ପାର୍କିଂ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତ ଉପୁଜିଲେ ତୁରନ୍ତ ପିସିଆରକୁ କଲ କରିବାକୁ ଅନୁରୋଧ କରିଛନ୍ତି ଡିସିପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.