ETV Bharat / state

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ଭୁବନେଶ୍ବର: ଜଳ ନିଷ୍କାସନ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ, ଟୋଲ ଫ୍ରି ନମ୍ବର - ଜଳ ନିଷ୍କାସନ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଚ୍ରୋଲ ରୁମ

ମୌସୁମୀ ଜନିତ ବର୍ଷା ପ୍ରଭାବରେ ଭୁବନେଶ୍ବର ତଳି ଅଞ୍ଚଳ ମାନଙ୍କରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା । ଜଳ ନିଷ୍କାସନ ପାଇଁ ବିଏମସି ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି ହେବା ସହ ୨୪ ଘଣ୍ଟିଆ କଣ୍ଚ୍ରୋଲ ରୁମ ଖୋଲା ଯାଇଛି । ଅଧିକ ପଢ଼ନ୍ତୁ

water logging situation in bhubaneswar
ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା
author img

By

Published : Jun 24, 2023, 8:55 PM IST

ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଅଗ୍ରସର ହେବା ସହ ଆରମ୍ଭ ହୋଇଛି ବର୍ଷା । ପ୍ରଥମ ଦିନର ବର୍ଷାରେ ବେହାଲ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ମୂଷଳ ଧାରାରେ ବର୍ଷା ହେବା ହେତୁ କେତେକ ତଳି ଅଞ୍ଚଳରେ ଜଳବନ୍ଦୀ ଜନିତ ସମସ୍ୟା ଦେଖାଦେଇଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମର ପ୍ରସ୍ତୁତି ଜାରି ରହିଛି । ବିଶେଷ ଭାବେ କୌଣସି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଲେ ଏଥିରେ ଭୟଭିତ ନ ହୋଇ ନାଗରିକମାନେ ବିଏମ୍‌ସିକୁ ସୂଚନା ଦେବାକୁ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି । ଏଥିପାଇଁ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଦୁଇଟି ଟୋଲ ଫ୍ରି ନମ୍ବର ୧୯୨୯ ଏବଂ ୭୦୦୮୪୭୫୪୫୫ ଜାରି କରାଯାଇଛି । ସ୍ୱତନ୍ତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲା ଯାଇଛି । ଏଥିରେ ବର୍ଷା ବିତ୍ପାତ ଏବଂ ଜଳବନ୍ଦୀ ଜନିତ ସମସ୍ୟା ବାବଦରେ ନାଗରିକମାନେ ସୂଚନା ଦେବାକୁ କୁହାଯାଇଛି ।

ମୌସୁମୀ ଜନିତ ବର୍ଷା ଯୋଗୁଁ ଯେପରି କୌଣସି ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ଉପ-ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ସେ ଆହୁରି ମଧ୍ୟ କହିଛନ୍ତି, " ସଂଯୁକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୌସୁମୀ ସମୟରେ ଡ୍ରେନ କାର୍ଯ୍ୟ, ଜଳ ନିଷ୍କାସନ, ପରିମଳକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଚାଲୁ ରହିବ । କେବଳ ଡ୍ରେନ ସାଙ୍ଗକୁ ସଂଲଗ୍ନ ରାସ୍ତା ଏବଂ କଞ୍ଜରଭେନ୍ସି ଇତ୍ୟାଦିରେ ପେଭର ବ୍ଲକ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି । ବିବେକାନନ୍ଦ ମାର୍ଗ ସ୍ଥିତ ଆର୍ ଆଣ୍ଡ ବି ରାସ୍ତା ବାମପାର୍ଶ୍ବ ଡ୍ରେନକୁ ୫୫ ନମ୍ବର ୱାର୍ଡରେ ଥିବା ୭ ନମ୍ବର ମୁଖ୍ୟ ଡ୍ରେନ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ ନିର୍ମାଣ, ୩୨ ନମ୍ବର ୱାର୍ଡର ମହାଦେବ ନଗର ଛକରୁ ଗଙ୍ଗୁଆ ବ୍ରିଜ ପର୍ଯ୍ୟନ୍ତ ବକ୍ସ ଡ୍ରେନ ଓ ରାସ୍ତା ନିର୍ମାଣ, ଦୟା ୱେଷ୍ଟ କେନାଲରୁ ଲକ୍ଷ୍ମୀ ସାଗର ମୁଖ୍ୟ ରାସ୍ତା ଓସ୍କାର ସିଟି ଦେଇ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ଆରସିସି ଡ୍ରେନ ସହ ସ୍ଲାବ ନିର୍ମାଣ, ୱାର୍ଡ ନଂ ୫, ସତ୍ୟ ବିହାର ଭିତରେ ଥିବା ଶାଖା ଡ୍ରେନଗୁଡିକୁ ମୁଖ୍ୟ ଡ୍ରେନ ସହ ସଂଯୋଗ କରିବା ଏବଂ ସେଗୁଡିରେ ସ୍ଲାବ ପକାଇବା, ୩୮ ନଂ ୱାର୍ଡରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ସର୍ଭି ରୋଡ ପର୍ଯ୍ୟନ୍ତ ଆରସିସି ଡ୍ରେନ ଓ ସ୍ଲାବ ନିର୍ମାଣ, ୪୩ ନଂ ୱାର୍ଡରେ ଅନ୍ତର୍ଗତ ଲକ୍ଷ୍‌ମୀସାଗର ଫିସେରୀ ଟ୍ୟାଙ୍କ ଆଖପାଖରେ ଆରସିସି ବକ୍ସ ସେଲ ଡ୍ରେନ ନିର୍ମାଣ ପାଇଁ ଯୋଜନା ରହିଛି ।"

ଏହା ବ୍ୟତୀତ ୩୫ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ-୩, ଖାରବେଳ ନଗର ଲେବର କଲୋନୀ କଞ୍ଜରଭେନ୍ସି ଲେନରେ ପେଭର ବ୍ଲକ କାର୍ଯ୍ୟକୁ ଅନୁମୋଦନ ମିଳିଛି । ତେବେ ମୌସୁମୀ ସମୟରେ ନିୟମିତ ଭାବେ ଅଧିକାରୀ ଓ କର୍ମଚାରୀ ନେଇ ଜୋନ ସ୍ତରୀୟ ଟିମ ଗଠନ କରାଯିବାକୁ ନିର୍ଦେଶ ଦିଆଯାଇଛି । ନିୟମିତ ପରିମଳ କାର୍ଯ୍ୟ ବ୍ୟତୀତ ଜରୁରୀ ଡ୍ରେନ କାର୍ଯ୍ୟ ଇତ୍ୟାଦି ପାଇଁ ଅଧିକ କର୍ମୀଙ୍କୁ ମହଜୁଦ ରଖିବାକୁ କୁହାଯାଇଛି । ବର୍ଷା ସମୟରେ ମେୟର ବିଭିନ୍ନ ଜଳବନ୍ଦୀ ସ୍ଥାନକୁ ବୁଲିବାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.