ETV Bharat / state

ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ଜୁନ ପହିଲାରୁ କଣ୍ଟ୍ରୋଲରୁମ - ଖୋର୍ଦ୍ଧାରେ ଜୁନ ପହିଲାରୁ 24 ଘଣ୍ଟିଆ କଣ୍ଟ୍ରୋଲରୁମ

ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ଜୁନ ପହିଲାରୁ 24 ଘଣ୍ଟିଆ କଣ୍ଟ୍ରୋଲରୁମ ହେବ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଅଧିକ ପଢନ୍ତୁ

ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ଜୁନ ପହିଲାରୁ 24 ଘଣ୍ଟିଆ କଣ୍ଟ୍ରୋଲରୁମ

author img

By

Published : May 12, 2022, 6:17 PM IST

Updated : May 12, 2022, 10:16 PM IST

ଖୋର୍ଦ୍ଧା: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ଜୁନ ପହିଲାରୁ 24 ଘଣ୍ଟିଆ କଣ୍ଟ୍ରୋଲରୁମ ହେବ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । 2022 ମସିହାରେ ବନ୍ୟା ବତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଠକ DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା , ଯୋଜନାବୋର୍ଡର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ , ଖୋର୍ଦ୍ଧା ବିଧାୟକ ଜ୍ୟୋତ୍ରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ଜୁନ ପହିଲାରୁ କଣ୍ଟ୍ରୋଲରୁମ

କିଭଳି ଭାବରେ ପ୍ରାକୃତିକ ବିପର୍ଯ୍ୟର ମୁକାବିଲା କରିହେବ ସେବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କରି ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆଲୋଚନା କରାଯାଇଥିଲା । ସେହିଭଳି ଜୁନ ପହିଲାରୁ 24 ଘଣ୍ଟିଆ କଣ୍ଟ୍ରୋଲରୁମ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ଖୋଲିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବିଭିନ୍ନ ବ୍ଲକରେ 8 ବୋଟ 51ଟି ବତ୍ୟା ଆଶ୍ରୟ ସ୍ଥଳୀ ଏବଂ ଆବଶ୍ୟକ ସ୍ଥଳେ 195ଟି ଅତିରିକ୍ତ ବତ୍ୟା ଆଶ୍ରୟ ସ୍ଥଳୀକୁ ମରାମତି କରି ପ୍ରସ୍ତୁତ ରଖିବାପାଇଁ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବତ୍ୟା ଫାନି ଓ ଜୱାଦରେ କ୍ଷତିଗସ୍ତ ମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ଯୋଗାଇଦେବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 12, 2022, 10:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.