ETV Bharat / state

ମାନସିକ ଚାପରୁ ମୁକ୍ତି ପାଇବେ ଡାକ୍ତର, ରାଜ୍ୟ ବାହାରକୁ ଯାଇ କରିବେ ଯୋଗ

author img

By ETV Bharat Odisha Team

Published : Oct 28, 2023, 1:22 PM IST

ଡାକ୍ତରଙ୍କୁ ମାନସିକ ଚାପରୁ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ଯୋଗ ଦ୍ବାରା ଚାପରୁ ମୁକ୍ତି ପାଇବା ପାଇଁ ରାଜ୍ୟ ବାହାରକୁ ଯିବେ 220 ଡାକ୍ତର । ଅଧିକ ପଢନ୍ତୁ

220 doctors will go out of odisha
220 doctors will go out of odisha

ଭୁବନେଶ୍ବର: ଦିନକୁ ଦିନ କାର୍ଯ୍ୟ ଭାର ବୃଦ୍ଧି ଯୋଗୁଁ ଲୋକେ ମାନସିକ ଚାପର ଶିକାର ହେଉଛନ୍ତି । ଏମିତି କେହି ନଥିବେ, ଯିଏ ଚାପର ସମ୍ମୁଖୀନ ହେଉନଥିବେ। ଏଥିରୁ ବାଦ ପଡୁନାହାନ୍ତି ଡାକ୍ତର । ତେବେ ଏଭଳି ସ୍ତରରେ ମାନସିକ ଚାପରୁ ମୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ରାଜ୍ୟ ବାହାରକୁ ଯାଇ ଯୋଗ କରିବେ ଡାକ୍ତର । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓଟିଡିସି ପରିଚାଳକଙ୍କୁ ଚିଠି କରାଯାଇଛି ।

ମାନସିକ ଚାପକୁ ଦୂର କରିବା ପାଇଁ ରାଜ୍ୟ ବାହାରକୁ ଯିବେ ୨୨୦ ଡାକ୍ତର । କେରଳ, ବେଙ୍ଗାଲୁରୁ, ଗୁଜୁରାଟ ଓ କୋଏମ୍ବାଟୁର ହଲିକୁ ଯିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନେକ ସମୟରେ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରି ମାନସିକ ଭାବରେ ଚାପଗ୍ରସ୍ତ ହେଉଛନ୍ତି । ଯାହା ଫଳରେ ଅନେକ ଡାକ୍ତର ଡିପ୍ରେସନର ଶିକାର ହେଉଥିବା ଦେଖାଦେଉଛି । ଡାକ୍ତରଙ୍କୁ କିଭଳି ଭାବରେ ମାନସିକ ଚାପରୁ ମୁକ୍ତ କରାଯାଇ ପାରିବ ସେନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଆରମ୍ଭ କରିଛି । ତେବେ ପର୍ଯ୍ୟାୟ କ୍ରମେ ଡାକ୍ତରମାନେ ମାନସିକ ଚାପରୁ ମୁକ୍ତି ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ମାନଙ୍କୁ ୮ଟି ପର୍ଯ୍ୟାୟରେ କେରଳ, ବେଙ୍ଗାଲୁରୁ, ଗୁଜୁରାଟ ଓ କୋଏମ୍ବାଟୁରରେ ଥିବା ଯୋଗାଶ୍ରମ ପଠାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେଠାରେ ୨୨୦ ଡାକ୍ତର ଯୋଗାଭ୍ୟାସ କରି ମାନସିକ ଚାପ ହଟାଇବା ଲାଗି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହିକ୍ରମରେ ବିଭାଗ ପକ୍ଷରୁ ଓଟିଡିସି ପରିଚାଳକଙ୍କୁ ଚିଠି କରାଯାଇଛି।

ଏହା ମଧ୍ୟ ପଢନ୍ତୁ: Stress: ସବୁବେଳେ ଚାପ ଲାଗି ରହୁଛି କି, ରୋଷେଇ କଲେ ଦୂର ହେବ ସମସ୍ୟା !

ଚିଠିରେ ଉଲ୍ଲେଖ ରହିଛି ଯେ, ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୦ ଜଣ ଡାକ୍ତର ଭୁବନେଶ୍ୱର ବିମାନ ବନ୍ଦରରୁ କୋଚିନ ଯିବେ । ସେଠାରେ କାଲାଡ଼ିସ୍ଥିତ ଆଶ୍ରମରେ ମାନସିକ ଚାପ ଲାଘବ କରିବେ। ସେହିପରି ଭାବରେ ଆସନ୍ତା ୧୮ ତାରିଖରେ ଆଉ ୩୦ ଜଣ ଡାକ୍ତର ଉକ୍ତ ଆଶ୍ରମ ଯିବାକୁ ଥ‌ିବାବେଳେ ୧୯ ଏବଂ ୨୩ ତାରିଖରେ ୩୦ ଡାକ୍ତର ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂ ଗସ୍ତ କରିବେ । ନଭେମ୍ବର ୩୦ ଏବଂ ଡିସେମ୍ବର ୫ ତାରିଖରେ ଗୁଜରାଟ ଯୋଗାଶ୍ରମ ଲାଗି ଦୁଇଟି ପର୍ଯ୍ୟାୟରେ ୬୦ ଜଣ ଡାକ୍ତର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ନଭେମ୍ବର ୧୩ ଏବଂ ୧୮ ଟାରେ ଦୁଇଟି ପର୍ଯ୍ୟାୟରେ କୋଏମ୍ବାଟୁରକୁ ୪୦ ଜଣ ଡାକ୍ତର ମାନସିକ ଚାପ ମୁକ୍ତ ଲାଗି ଯିବେ ବୋଲି ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି । ଯୋଗ ବ୍ୟାୟାମ ଦ୍ବାରା ଡାକ୍ତମାନଙ୍କ ଚାପ କେତେକାଂଶରେ କମ ହୋଇପାରିବ ବୋଲି ଆଶା କରାଯାଇଛି ।

ପ୍ରକାଶଥାଉକି, ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତର 10,000 ଲୋକଙ୍କ ଜୀବନ କାଳ ମଧ୍ୟରୁ ପ୍ରାୟ 2,443 ବର୍ଷ ମାନସିକ ସମସ୍ୟା, ବିଶେଷକରି ଚାପର ମୁକାବିଲା ପାଇଁ ଅତିବାହିତ ହେଉଛି । NCRB(ନ୍ୟାସନାଲ୍ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ) ରିପୋର୍ଟ ଅନୁଯାୟୀ, 2021 ମସିହାରେ 13,792 ଲୋକ ମାନସିକ ରୋଗ କାରଣରୁ ଜୀବନ ହାରିଛନ୍ତି, ଯାହା ଆତ୍ମହତ୍ୟା ଜନିତ ମୃତ୍ୟୁର ତୃତୀୟ ବୃହତ୍ତମ କାରଣ ଥିଲା । ଜୀବନ ହାରିଥିବା ଏହି ମୋଟ ଲୋକଙ୍କ ମଧ୍ୟରୁ 6,134 ମାମଲା 18 ରୁ 45 ବର୍ଷ ମଧ୍ୟରେ ଯୁବକ ଥିଲେ, ଯେଉଁମାନେ କି ଏକ ପ୍ରକାର ମାନସିକ ଚାପ କିମ୍ବା ଏହା ହେତୁ ଉପୁଜୁଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଅନ୍ୟପକ୍ଷରେ, ପରାମର୍ଶଦାତା ଏଜେନ୍ସି ଡେଲୋଏଟ୍ ଅନୁଯାୟୀ, ମାନସିକ ସମସ୍ୟାର ଶିକାର ହେଉଥିବା ବିଶ୍ୱର 15% ନାଗରିକ ହେଉଛନ୍ତି ଭାରତୀୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.