ଭୁବନେଶ୍ବର: 2022 ବର୍ଷର ନନ୍ଦନାକାନନ ପ୍ରାଣୀ ଉଦ୍ୟାନର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ସଂଖ୍ୟା 4012କୁ ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା 87କୁ ବଢ଼ିଛି । ସେଥିମଧ୍ୟରୁ ରହିଛି ସ୍ତନ୍ୟପାୟୀ 39, ପକ୍ଷୀ 47 ଓ 2ଟି ସରୀସୃପଙ୍କ ମୃତ୍ୟୁ ଘଟିଛି । ଏହାସହ ନନ୍ଦନକାନନରେ ଜନ୍ମ ହୋଇଛନ୍ତି 273 ଜୀବଜନ୍ତୁ । ଏଥିରେ 151ଟି ସ୍ତନ୍ୟପାୟୀ ଜୀବ ରହିଥିବା ବେଳେ 108ଟି ପକ୍ଷୀ ଓ 14ଟି ସରୀସୃପ ରହିଛନ୍ତି ।
2020-21ଆର୍ଥିକ ବର୍ଷରେ 3826ଟି ଜୀବଜନ୍ତୁ ପ୍ରାଣୀ ଉଦ୍ୟାନରେ ରହିଥିବା ବେଳେ ମାତ୍ର 74ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିଲା । 2019-20 ଆର୍ଥିକ ବର୍ଷରେ 3671 ଜୀବଜନ୍ତୁ ରହିଥିବା ବେଳେ 98 ଜଣଙ୍କ ମୃତ୍ୟୁ ଘଟିଛି । 2018-19 ଆର୍ଥିକ ବର୍ଷରେ 3517ଟି ଜୀବଜନ୍ତୁ ରହିଥିଲେ । ସେଥିମଧ୍ୟରୁ 60ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । 2021-22 ଆର୍ଥିକ ବର୍ଷରେ 87ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ରହିଛନ୍ତି ସ୍ତନ୍ୟପାୟୀ 39, ପକ୍ଷୀ 47 ଓ 2ଟି ସରୀସୃପଙ୍କ ମୃତ୍ୟୁ ଘଟିଛି । ଏହାସହ ନନ୍ଦନକାନନରେ ଜନ୍ମ ହୋଇଛନ୍ତି 273 ଜୀବଜନ୍ତୁ । ଏଥିରେ ଅଛନ୍ତି 151ଟି ସ୍ତନ୍ୟପାୟୀ ଜୀବ ରହିଥିବା ବେଳେ 108ଟି ପକ୍ଷୀ ଓ 14ଟି ସରୀସୃପ ରହିଛନ୍ତି । ତେବେ ନନ୍ଦନକାନନରେ ମୋଟ ଜୀବଜନ୍ତୁଙ୍କ ସଂଖ୍ୟା 4012 । ଗତ 6 ବର୍ଷ ମଧ୍ୟରେ ନନ୍ଦନକାନନରେ ଅଧିକ ଜୀବଜନ୍ତୁ ରହିଛନ୍ତି । 4012ଟି ଜୀବଜନ୍ତୁଙ୍କ ମଧ୍ୟରୁ 480 ପ୍ରଜାତିର 1836ଟି ସ୍ତନ୍ୟପାୟୀ ପ୍ରାଣୀ, 77 ପ୍ରଜାତିର 1852ଟି ପକ୍ଷୀ, 30 ପ୍ରଜାତିର ସରୀସୃପ ଓ 303ଟି ଜୀବଜନ୍ତୁ ଅଛନ୍ତି । ଉଭୟଚର ପ୍ରାଣୀ 6 ପ୍ରଜାତିର 21ଟି ରହିଛନ୍ତି । ମୋଟ ଆକାରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ 161 ପ୍ରଜାତିର ଜୀବଜନ୍ତୁ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ନରଗପାଳଙ୍କୁ ଦୁର୍ବ୍ୟବହାର ଘଟଣା, BJPର ନବରଙ୍ଗପୁର ବନ୍ଦ ଡାକରା
ଅନ୍ୟପଟେ କୋରୋନା ମହାମାରୀ ଦୃଷ୍ଟିରୁ ନନ୍ଦନକାନନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ 2022 ବର୍ଷରେ ଆର୍ଥିକ ସ୍ଥିତିରେ ସଫଳତା ଆଣିଛି । 2020-21 ବର୍ଷରେ ଏପ୍ରିଲଠାରୁ ଆରମ୍ଭ କରି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବନ୍ଦ ଥିଲା ନନ୍ଦନକାନନ । ହେଲେ ଅକ୍ଟୋବରରେ ଖୋଲାବା ପରେ କୋରୋନା ଯୋଗୁଁ ପର୍ଯ୍ୟଟକ ଆସିନଥିଲେ। ତେବେ 2022ରେ କୋରୋନା ସଂକ୍ରମଣ କମ ରହିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । 2021-22 ଆର୍ଥିକ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା 14 ଲକ୍ଷ 16 ହଜାର ରହିଥିବା ବେଳେ 814.40 ଲକ୍ଷ ରାଜସ୍ବ ଆୟ ହୋଇଛି । ସେହିପରି 2020-21 ଆର୍ଥିକ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା 8 ଲକ୍ଷ ରହିଥିଲା ଏବଂ ଆର୍ଥିକ ଆୟ ହୋଇଥିଲା 518.40 ଲକ୍ଷ। 2019-20 ଆର୍ଥିକ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା 26.295 ଲକ୍ଷ ରହିଥିବା ବେଳେ ଆର୍ଥିକ ରାଜସ୍ବ ଆୟ 1503.48 ଲକ୍ଷ ରହିଛି । ଅନ୍ୟପଟେ ନନ୍ଦନାକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କୁ ପୋଷ୍ୟ ଗ୍ରହଣ କରିବାରେ ମଧ୍ୟ ସଫଳତା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର