ETV Bharat / state

ଅଢେଇ ଲକ୍ଷ ଟଙ୍କାର ବାଣ ଜବତ, ୯ ଗିରଫ

author img

By

Published : Nov 3, 2021, 9:33 PM IST

କୋର୍ଟର ନିର୍ଦ୍ଦେଶକୁ ବେଖାତିର କରି ଖୋର୍ଦ୍ଧା ଜିଲ୍ଲାରେ କିଛି ବାଣ ବ୍ୟବସାୟୀ ବେପାର କରୁଥିବାବେଳେ ପୋଲିସର ଚଢାଉ । ପ୍ରାୟ ଅଢେଇ ଲକ୍ଷ ଟଙ୍କାର ବାଣ ଓ ବାଣ ପାଇଁ ବ୍ୟବହୃତ ସାମଗ୍ରୀ ଜବତ । ଅଧିକ ପଢନ୍ତୁ...

ଅଢେଇ ଲକ୍ଷ ଟଙ୍କାର ବାଣ ଜବତ, ୯ ଗିରଫ
ଅଢେଇ ଲକ୍ଷ ଟଙ୍କାର ବାଣ ଜବତ, ୯ ଗିରଫ

ଖୋର୍ଦ୍ଧା: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ ପ୍ରଦୂଷଣମୁକ୍ତ ବାଣ ଫୁଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବାଣ ବ୍ୟବସାୟୀମାନେ ପ୍ରଶାସନ ଠାରୁ ଅନୁମତି ନେଇ ସବୁଜ ବାଣ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଢେଇ ଲକ୍ଷ ଟଙ୍କାର ବାଣ ଜବତ, ୯ ଗିରଫ

କିନ୍ତୁ, ଖୋର୍ଦ୍ଧା ଜିଲ୍ଲାରେ କିଛି ବାଣ ବ୍ୟବସାୟୀ ଏହାକୁ ଅଣଦେଖା କରି ବାଣ ବ୍ୟବସାୟ କରୁଥିବାବେଳେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ବାଣ ଓ ବାଣ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ୯ ଜଣଙ୍କୁ ଗିରଫ କରାଯାଇଥିବା ଏସପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.