ETV Bharat / state

Flower Exhibition: ଏକାମ୍ର କ୍ଷେତ୍ରରେ ରଙ୍ଗବେରଙ୍ଗ ଫୁଲର ସମ୍ଭାର, ମହକି ଉଠିଲା ଚତୁର୍ଦ୍ଦିଗ

author img

By

Published : Jan 14, 2023, 9:30 PM IST

ଭୁବନେଶ୍ବର ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ହେଲା ଦୁଇ ଦିନିଆ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ । ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

flower exhibition at Ekamra Kanan
flower exhibition at Ekamra Kanan
Flower Exhibition

ଭୁବନେଶ୍ବର: ରାଜଧାନୀ ଏକାମ୍ର କାନନରେ ଆରମ୍ଭ ହେଲା ୩୪ତମ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ । ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ଏହି ପୁଷ୍ପ ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏକାମ୍ର କାନନରେ ବିଭିନ୍ନ କିସମର ଫୁଲର ସମ୍ଭାର ଦେଖିବାକୁ ମିଳିଛି । ପ୍ରାୟ ୧୬ଟି ଷ୍ଟଲରେ ୧୪ଟି ବିଭିନ୍ନ ଏଜେନ୍ସି ଅଂଶଗ୍ରହଣ କରିଥିବା ବେଳେ ୪ହଜାରରୁ ଅଧିକ ବିଭିନ୍ନ ଫୁଲ ପ୍ରଜାତି ପ୍ରଦର୍ଶନୀର ଶୋଭାକୁ ବର୍ଦ୍ଧିତ କରିଛି ।

ଏହି ପୁଷ୍ପ ପ୍ରଦର୍ଶନୀରେ ଭଳିକି ଭଳି କିସମର ଫୁଲ ଦେଖିବାକୁ ମିଳିଛି । ଚଳିତ ଥର ଫୁଲର ଆସର ଦେଖିବାକୁ ମିଳିଛି । ପୁଷ୍ପ ହେଉଛି ଈଶ୍ବରଙ୍କ ଅନବଦ୍ୟ ସୃଷ୍ଟି । ପୁଷ୍ପର ସୁଗନ୍ଧରେ ସାରା ସଂସାର ମହକି ଉଠେ। ଆଜି ଭୁବନେଶ୍ବର ପୂର୍ବାପେକ୍ଷା ଚଳିତ ଥର ୬୦ ପ୍ରତିଶତରୁ କମ ନର୍ସରୀ ଓ ବଗିଚା ଉପକରଣ ବ୍ୟବସାୟୀ ଅଂଶଗ୍ରହଣ କରିଛନ୍ତି । କୋଭିଡର ପ୍ରଭାବରେ କମିଛି ଅଂଶଗ୍ରହଣକାରୀଙ୍କ ସଂଖ୍ୟା । ଏହି ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଜାନୁଆରୀ ୧୫ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଚାଲିବ । ପୁଷ୍ପ ପ୍ରଦର୍ଶନୀରେ ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜରବେରା, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆ ଭଳି ବିଭିନ୍ନ କିସମର ଫୁଲ ପ୍ରଦର୍ଶିତ ହୋଇଛି ।

ଏହା ବି ପଢନ୍ତୁ- ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା: ମୋତେ ଟିକେଟ ମିଳିବ, ମୁଁ ଜିତିବି କହିଲେ ଚିଲିକା ବିଧାୟକ

ଏ ବର୍ଷ ପ୍ରଦର୍ଶନୀରେ ନୂଆ ଆକର୍ଷଣ ରହିଛି ସ୍ଵତନ୍ତ୍ର ବୋନସାଇ, ଅର୍କିଡ, ସକୁଲେଣ୍ଟ ପ୍ରଦର୍ଶନୀ । ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି ପ୍ଲାଣ୍ଟ ବଜାର । ବହୁ ନର୍ସରୀ ଓ ବଗିଚା ଉପକରଣ ବ୍ୟବସାୟୀ ୪୬ଟି ଷ୍ଟଲ ଜରିଆରେ ସେମାନଙ୍କ ଚାରା, ମଞ୍ଜି, କଲମୀକରା ଡାଳ, ବଲବ୍ ଆଦିର ପସରା ଖୋଲିଛନ୍ତି । ତେବେ କୋଭିଡ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୁଷ୍ପ ମେଳାରେ ଅଂଶଗ୍ରହଣ କମୁଛି ବୋଲି କହିଛନ୍ତି ଉଦ୍ଭିଦ ପ୍ରେମୀ ।

ସୃଷ୍ଟି ମହିଳା କ୍ଳବର ସଭାପତି ଗାୟତ୍ରୀ ସାମନ୍ତରାୟ କହିଛନ୍ତି, "ପ୍ରତିବର୍ଷ ମାଗଣାରେ କିଛି ଘରୋଇ ପ୍ଲାଣ୍ଟ ବଣ୍ଟନ କରୁ । ଲୋକମାନଙ୍କୁ ସଚେତନ କରିବାରେ ଏହା ସହାୟକ ହୁଏ। କୋଭିଡ ଯୋଗୁ ଏହା ବନ୍ଦ ଥିଲା ହେଲେ ଚଳିତବର୍ଷ ପୁଣି ଆରମ୍ଭ ହେଲା। ଫୁଲର ମୂଲ୍ୟ କେହି ଦେଇପାରିବେ ନାହିଁ ।" ଏହି ପ୍ରଦର୍ଶନୀ ଯୋଗୁଁ ବିଭିନ୍ନ ପ୍ରଜାତିର ଫୁଲରେ ସଜେଇ ହୋଇଛି ଭୁବନେଶ୍ବର। ଖୁବ ସୁନ୍ଦର ଭାବରେ ପ୍ରତିଯୋଗିତା ହୋଇଛି । "ସମସ୍ତେ ଆସନ୍ତୁ, ଫୁଲ ପଦର୍ଶନୀ ଦେଖନ୍ତୁ" ବୋଲି କହିଛନ୍ତି ସାଂସଦ ସୁଲତା ଦେଓ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.