ETV Bharat / state

ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ୨ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା EOW - ଲୋନ ଠକେଇ

Bank Loan Fraud Case: ସରକାରୀ ସ୍କିମ ଆଢ଼ୁଆଳରେ ଲୋନ ଜାଲିଆତି । ନିରୀହ ଲୋକଙ୍କ ନାଁରେ ଲୋନ ନେଇ ଠକେଇ । 2 ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା ଇଓଡବ୍ଲୁ । ଅଧିକ ପଢ଼ନ୍ତୁ

୨ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା EOW
୨ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା EOW
author img

By ETV Bharat Odisha Team

Published : Dec 8, 2023, 4:52 PM IST

Updated : Dec 8, 2023, 9:21 PM IST

୨ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା EOW

ଭୁବନେଶ୍ବର: ସରକାରୀ ସ୍କିମ ଆଢ଼ୁଆଳରେ ଲୋନ ଜାଲିଆତି । ନିରୀହ ଲୋକଙ୍କ ନାଁରେ ଲୋନ ନେଇ ଠକେଇ । ବ୍ୟାଙ୍କ ଜାଲିଆତି ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋନ ଜାଲିଆତିରେ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି ଇଓଡବ୍ଲୁ । ଜଣେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଡମ୍ବୁରୁଧର ନାୟକ ଥିବା ବେଳେ ଆଉ ଜଣେ ବ୍ୟାଙ୍କ କର୍ମଚାରୀ ତଥା ଏଗ୍ରିକଲଚର ଫାଇନାନ୍ସିଆଲ୍ ଅଫିସର ଦେବିଦତ୍ତ ପାଣିଗ୍ରାହୀ ରହିଛନ୍ତି ।

ସୂଚନା ମୁତାବକ, ଲୋନ ଠକେଇ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ ମୁଖ୍ୟଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । 2015 ରୁ 2018 ମସିହା ଭିତରେ କଟକ ଭଦ୍ରେଶ୍ବର‌ ବ୍ରାଞ୍ଚରୁ ବିଭିନ୍ନ ସରକାରୀ ସ୍କିମରେ ଚାଷୀ ଓ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ନିବେଶକଙ୍କ ନାରେ ବିଭିନ୍ନ ସବସିଡି ହାତେଇବା ପାଇଁ 3 କୋଟି 33 ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଛି । ଏପରିକି କିଛି‌ ଲୋନ ନେଇଥିବା‌ ଲୋକଙ୍କ ଅଜାଣତରେ ‌ଲୋନ ନିଆଯାଇଛି । କିଛି‌ ବୋଗସ ଲୋକଙ୍କ ନାଁରେ‌ ଲୋନ ନେଇ ଟଙ୍କା ଚଳୁ କରାଯାଇଛି । ଏହି ଘଟଣା‌ ବ୍ୟାଙ୍କର ଇଣ୍ଟରନାଲ ଇନକ୍ବାରି‌ ବେଳେ ଜଣାପଡିଥିଲା । ଏହା ପଛରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ସହ ଏଗ୍ରିକଲଚର ଫାଇନାନ୍ସିଆଲ ଅଫିସର ରହିଛନ୍ତି ।

ତେବେ ଏନେଇ‌ ଇଓଡବ୍ଲୁ ଅଭିଯୋଗ ହେବା ‌ପରେ ଜଣାପଡିଥିଲା ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ, ଟର୍ମ ଲୋନ ଭଳି ଅନେକ ଲୋନ ହୋଇଛି । ଯାହାକି ବିଶେଷ କରି ଲୋକମାନେ‌ ଅବଗତ ନଥାନ୍ତି । ସେସବୁ ସ୍କିମ ଆଳରେ ବିଭିନ୍ନ ସ୍କିମରେ ବ୍ୟାଙ୍କ କର୍ମଚାରୀ ଭାବେ ନିଜର ପଦର ଅପବ୍ୟବହାର‌ କରି ଦୁର୍ନୀତି କରିଥିଲେ । ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଲୋନ ନେଇଥିବା ଦର୍ଶାଇ ଟଙ୍କା ଚଳୁ କରିଥିଲେ ବ୍ୟାଙ୍କ କର୍ମଚାରୀ । ସରକାରୀ ସବସିଡ଼ିକୁ ମଧ୍ୟ ହଡ଼ପ କରି ୩ କୋଟି ୩୩ ଲକ୍ଷ ଟଙ୍କାର ଜାଲିଆତି କରିଥିଲେ । ଏନେଇ‌ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଡମ୍ବୁରୁଧର ନାୟକଙ୍କୁ ଏଭଳି ଜାଲିଆତି ପାଇଁ ବ୍ୟାଙ୍କରୁ ବହିଷ୍କାର କରାଯାଇଛି ‌।

ଏହା ମଧ୍ୟ ପଢ଼ନ୍ତୁ.....ପେନସନ ଲୋନ ଆଳରେ ୮କୋଟି ଠକେଇ, ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମେତ ୨ ଗିରଫ

ସେପଟେ ଏଗ୍ରୀକଲଚର ଫାଇନାନ୍ସ ଅଫିସର୍ ଦେବିଦତ୍ତ ପାଣିଗ୍ରାହୀ ଏବେ ବାଲିଅନ୍ତାରେ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । ଏନେଇ ଅପରାଧିକ ପୃଷ୍ଟଭୁମି ଯୋଗୁଁ ତାଙ୍କୁ ମଧ୍ୟ ଗିରଫ‌ କରାଯାଇ ତଦନ୍ତ ଚାଲିଛି । ଏନେଇ ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ‘‘ଯେଉଁ ଲୋନ ବେଆଇନ ଭାବେ ମଞ୍ଜୁରୀ ହୋଇଛି ଏବଂ ଯାହା ନାଁରେ ଲୋନ ନେଇଛନ୍ତି ସେମାନଙ୍କ ନାଁରେ ଲୋନ ଲିମିଟ ବଢାଇ ଟଙ୍କାକୁ ନିଜେ ହାତେଇଥିଲେ । ଏସବୁ ଦୁର୍ନୀତି କରି ବ୍ୟାଙ୍କରେ ଆର୍ଥିକ କାରବାରରେ ଘୋଟାଲା କରିଛନ୍ତି । ଯାହାକୁ ନେଇ ତଦନ୍ତ ଜାରି ରହିଛି ।’’ ତେବେ ଏହା ପଛରେ ଆଉ କେହି ଅଧିକାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ସେମାନଙ୍କ ବ୍ୟକ୍ତିଗତ ଆର୍ଥିକ କାରବାର ସହ ଠକେଇ ଟଙ୍କା କୁଆଡେ ଯାଇଛି ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ଇଓଡବ୍ଲୁ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 8, 2023, 9:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.