ETV Bharat / state

ସାବାଡ୍‌ ହେବେ ସାଇବର ଠକ, ଆସିଲା ହେଲ୍ପଲାଇନ ନମ୍ବର 1930 - Cyber helpline centre

ସାଇବର ଠକାମୀ ରୋକିବା ପାଇଁ କ୍ରଇମବ୍ରାଞ୍ଚର ସାଇବର ସେଲ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି। କମିକ ସାଇବର ଠକାମୀ। ଅଧିକ ପଢ଼ନ୍ତୁ

ସାଇବର ହେଲ୍ପଲାଇନ ନମ୍ବର 1930
ସାଇବର ହେଲ୍ପଲାଇନ ନମ୍ବର 1930
author img

By ETV Bharat Odisha Team

Published : Sep 6, 2023, 6:54 AM IST

ଭୁବନେଶ୍ବର: ବଢ଼ିବାରେ ଲାଗିଛି ସାଇବର ଠକେଇ ମାମଲା । ସବୁ ସୀମା ଟପି ଗଲେଣି ସାଇବର ଠକ । ବିଭିନ୍ନ ଆଳରେ ଠକାମିର ଶିକାର ହେଉଛନ୍ତି ଲୋକେ । ସେପଟେ ଏହାକୁ ରୋକିବାରେ ପୋଲିସ ବିଫଳ ହେଉଛି । ତେବେ ସାଇବର ଠକଙ୍କୁ ସାବାଡ କରିବା ପାଇଁ ପୋଲିସର ବଡ଼ ପଦକ୍ଷପ । ଆରମ୍ଭ ହେଲା ସାଇବର ହେଲ୍ପଲାଇନ ୧୯୩୦। ଏନେଇ ଭୁବନେଶ୍ୱର ସ୍ଥିତି କେଶରୀ ନଗର ଠାରେ ଏହି ହେଲପଲାଇନ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ ଡିଜିପି ସୁନିଲ ବଂଶଲ ।

ତେବେ ସାଇବର ଠକାମୀକୁ ରୋକିବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ତେବେ ସାଇବର ଠକାମୀ ରୋକିବା ପାଇଁ କ୍ରଇମବ୍ରାଞ୍ଚର ସାଇବର ସେଲ ପକ୍ଷରୁ ଏପରି କଲ ସେଣ୍ଟର ଖୋଲାଯାଇଛି । ଏହା ସହ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁମାନେ ସାଇବର ଠକେଇର ଶିକାର ହୋଇଥିବେ ସେମାନେ ତୁରନ୍ତ ୧୯୩୦କୁ କଲ କରି ଜଣାଇଲେ ଠକର ମୋବାଇଲ ନମ୍ବର‌ ସହ ଯେଉଁ କଲରୁ କଲ ଆସୁଛି ତାର ଆଇପି ଆଡ୍ରେସ ବା ଆଇଏମଆଇ ନମ୍ବରକୁ ଶୀଘ୍ର ବ୍ଲକ କରିହେବ । ଫଳରେ ତୁରନ୍ତ ଠକଙ୍କୁ ଚିହ୍ନଟ ସହ ତା ଉପରେ କର୍ଯାନୁଷ୍ଠାନ ହୋଇପାରିବ ।

ଖୋଲା ଯାଇଥିବା କଲ ସେଣ୍ଟରରେ ଏକକାଳୀନ ୧୦ଟି କଲକୁ ଉଠାଇଲା ଭଳି ସିଷ୍ଟମ୍ ରହିଛି । ଏହାସହ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ କିପରି ସାଇବର ଠକେଇର କଲ ଆସିଲେ ଲୋକମାନଙ୍କୁ‌ ସହଯୋଗ କରିବେ ସେ ନେଇ ତାଲିମ ମଧ୍ୟ ଦିଆଯାଇଛି । ତେବେ ତିନୋଟି ସିଫ୍ଟରେ ୧୦ଜଣ ଲେଖାଏଁ ସାଇବର ତାଲିମପ୍ରାପ୍ତ ପୋଲିସ କର୍ମଚାରୀ ଡ୍ୟୁଟି କରି ଠକର ଚାଲ ଓ ଠକ କରିଥିବା ଠକେଇର ତଥ୍ୟ ରେକର୍ଡ କରିବେ । ଅର୍ଥାତ୍ କେହି ଠକେଇର ଶିକାର ହୋଇଥିଲେ ସେ ଏହି ୧୯୩୦ ହେଲ୍ପ ଡେସ୍କକୁ କଲ କଲେ ତୁରନ୍ତ ତାକୁ ସହାୟତା ଯୋଗାଇବେ ସାଇବର ହେଲ୍ପ ଡେସ୍କ କର୍ମଚାରୀ ।

ଏହା ମଧ୍ୟ ପଡ଼ନ୍ତୁ...AI Toolsର ଦୁରୂପଯୋଗ, ସମ୍ପର୍କୀୟଙ୍କ ସ୍ବରରେ ଟଙ୍କା ମାଗି ୨ ଲକ୍ଷ ଲୁଟିଲେ ସାଇବର ଠକ

ସାଇବର ହେଲ୍ପଲାଇନର କର୍ମଚାରୀମାନେ ଠକ କରିଥିବା ଠକେଇର ସମ୍ପର୍କରେ ଜାଣି ଠକର ଶିକାର ହୋଇଥିବା ଲୋକଠାରୁ ତଥ୍ୟ ନେଇ ଠକ ବିରୋଧରେ ତୁରନ୍ତ ଆକ୍ସନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ । ଏନେଇ ଯଦି ଠକେଇ ହୋଇଥିବା ଟଙ୍କା ବା ଠକ ନେଇଥିବା ଆକାଉଣ୍ଟରେ ତାହା ମହଜୁଦ ଥିବ ତେବେ ସେସବୁକୁ ଫ୍ରିଜ୍ କରି ତାକୁ ଫେରାଇବାକୁ ଚେଷ୍ଟା କରିବେ । ଏନେଇ ପୂର୍ବରୁ CID-CBରେ ଚାଲୁଥିଲା ଏହି ସାଇବର ସମ୍ପର୍କିତ ଅଭିଯୋଗ ଆଧାରରେ ୧କୋଟି ୧୯ଲକ୍ଷ ୧୧ହଜାର‌୪୭୮ ଠକେଇ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି ପୋଲିସ । ସେହିପରି ୧କୋଟି ୫୮ଲକ୍ଷ ୮୭ ହଜାର ୩୭ଟଙ୍କାକୁ ବ୍ଲକ କରିବାରେ ସହାୟକ ହୋଇଛି ।

ଏନେଇ ସାଇବର ଠକେଇ ସମ୍ପର୍କିତ ଟ୍ରେଣ୍ଡ ସମ୍ପର୍କରେ ଡିଜି ସମୀକ୍ଷା କରିବା ସହ ଏହାକୁ ରୋକିବାକୁ କିପରି ଅଧିକରୁ ଅଧିକ ସାଇବର ହେଲପଲଇନ ବଢାଯିବ ଏବଂ ଏହି ୟୁନିଟକୁ କିପରି ସକ୍ଷମ କରାଇ ଏଭଳି କ୍ରାଇମ୍ ଦିଗରେ ସଠିକ ଭାବେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ସେନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ କିଛି ଦିନ ପୂର୍ବେ ସରକାରି ସଂସ୍ଥାର ଅବିକଳ ଓ୍ବେବସାଇଟ କରି ଚାକିରି କରାଇଦେବା ଆଳରେ ଅନଲାଇନରେ ଠକେଇ କରୁଛନ୍ତି ସାଇବର ଠକ।ସେହିପରି ନମୀ ଦାମୀ ଲୋକଙ୍କ ସୋସିଆଲ ମିଡ଼ିଆ ହ୍ୟାକ କରି ଅନ୍ୟଙ୍କୁ ଟଙ୍କା ମାଗିବା ସହ ଲୋକଙ୍କୁ ଭିନ୍ନ ଭିନ୍ନ ଲୋଭ ଓ ବିଭିନ୍ନ ଭୟ ଦେଖାଇ ଲୁଟ କରୁଛନ୍ତି ସାଇବର ଠକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.