ETV Bharat / state

Odisha Cabinet meeting: ୧୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର - ରାଜ୍ୟ କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟରେ ଆଇନ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ୩, ଗ୍ରାମ୍ୟ ଉନ୍ନୟନ ବିଭାଗର ୪ଟି, ଏସସି ଏବଂ ଏସଟିର ୧ , ଷ୍ଟିଲ ଆଣ୍ଡ ମଇନ୍ସର ଗୋଟିଏ, ପୂର୍ତ୍ତ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଗୋଟିଏ, ଅର୍ଥ ବିଭାଗର ଗୋଟିଏ, ସାଧାରଣ ପ୍ରଶାସନ ବିଭାଗର ୨ ପ୍ରସ୍ତାବରେ ମୋହର ବାଜିଛି । ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହା ରାଜ୍ୟ କ୍ୟାବିନେଟ ଦ୍ବାରା କେନ୍ଦ୍ରକୁ ସୁପାରିଶ କରାଯିବ । ଅଧିକ ପଢନ୍ତୁ

୧୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର
୧୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର
author img

By

Published : Jun 21, 2023, 9:13 PM IST

Updated : Jun 21, 2023, 9:24 PM IST

Odisha Cabinet meeting: ୧୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ନବୀନ ନିବାସରୁ ଉପସ୍ଥିତ ଥିଲେ । ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗ ଦେଇଛନ୍ତି । ରାଜ୍ୟ କ୍ୟାବିନେଟ ୧୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି ।

ରାଜ୍ୟ କ୍ୟାବିନେଟରେ ଆଇନ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ୩, ଗ୍ରାମ୍ୟ ଉନ୍ନୟନ ବିଭାଗର ୪ଟି, ଏସସି ଏବଂ ଏସଟିର ୧ , ଷ୍ଟିଲ ଆଣ୍ଡ ମଇନ୍ସର ଗୋଟିଏ, ପୂର୍ତ୍ତ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଗୋଟିଏ, ଅର୍ଥ ବିଭାଗର ଗୋଟିଏ, ସାଧାରଣ ପ୍ରଶାସନ ବିଭାଗର ୨ ପ୍ରସ୍ତାବରେ ମୋହର ବାଜିଛି । ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହା ରାଜ୍ୟ କ୍ୟାବିନେଟ ଦ୍ବାରା କେନ୍ଦ୍ରକୁ ସୁପାରିଶ କରାଯିବ । ରାୟଗଡାର ଭିତ୍ତିଭୂମି ଓ ମା’ ମଝିଘରିଆଣୀ ମନ୍ଦିର ବିକାଶ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ମୋହର ମାରିଛି କ୍ୟାବିନେଟ । ରାୟଗଡ଼ା ଜିଲ୍ଲାରେ ଥିବା ମା’ ମଝିଘରିଆଣୀ ମନ୍ଦିରର ହେବ ଉନ୍ନତି । ମନ୍ଦିର ରୂପାନ୍ତରଣ ପାଇଁ ଜମି ଦେବେ ସରକାର । ମନ୍ଦିର ପାଇଁ ସରକାର ଦେବେ ୬ ଏକର ଜମି । ବିନା ପ୍ରିମିୟମରେ ମିଳିବ ଜମି । ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଏହାବି ପଢନ୍ତୁ- ଆଜି ରାଜ୍ୟ କ୍ୟାବିନେଟ; ମୁଖ୍ୟମନ୍ତ୍ରୀ ସଡକ ଓ ଅଭଡା ଯୋଜନାରେ ବଢିବ ଅନୁଦାନ

ଯୋଗାଯୋଗ ନଥିବା ରାଜ୍ୟର ସବୁ ଗାଁକୁ ହେବ ରାସ୍ତା । ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ, ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନାରେ ୩୬୧ କିମି ରାସ୍ତା ହେବ । ମୋଟ ୯୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏସବୁ ଗାଁକୁ ରାସ୍ତା ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜମି ଦେବେ ସରକାର । ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ କରିଛନ୍ତି ସରକାର ।

ଅନାଥଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ପାଇଁ ସ୍ବତନ୍ତ୍ର ରେଣ୍ଟ ବ୍ୟବସ୍ଥା । ସ୍ବତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତିକୁ କ୍ୟାବିନେଟ ମୋହର ବାଜିଛି । ଓଡ଼ିଶା ଜିଏସଟି ଆଇନରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅବଢ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଅବଢ଼ା ଯୋଜନା ଲାଗୁ ହୋଇଛି । ଏହି ଯୋଜନାର ଅଟକଳ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ୩୨୦୮ କୋଟିର ବ୍ୟୟବରାଦକୁ ୪୨୨୪.୨୨ କୋଟିକୁ ବୃଦ୍ଧି ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 21, 2023, 9:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.