ETV Bharat / state

ଶିମିଳିପାଳ ଟାଇଗର ରିଜର୍ଭକୁ ସୁରକ୍ଷା ଦେବ 14 ଅତ୍ୟାଧୁନିକ ଯାନ - Tiger Reserve

Similipal Tiger Reserve : ଶିମିଳିପାଳ ଟାଇଗର ରିଜର୍ଭକୁ ସୁରକ୍ଷା ଦେବ 14 ଅତ୍ୟାଧୁନିକ ଯାନ । ପ୍ରାଣୀଙ୍କ ସୁରକ୍ଷା ସହିତ ବନ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆଗକୁ ପଢନ୍ତୁ,

ଟାଇଗର ରିଜର୍ଭକୁ ସୁରକ୍ଷା
ଟାଇଗର ରିଜର୍ଭକୁ ସୁରକ୍ଷା
author img

By ETV Bharat Odisha Team

Published : Dec 28, 2023, 10:55 PM IST

ଟାଇଗର ରିଜର୍ଭକୁ ସୁରକ୍ଷା

ଭୁବନେଶ୍ବର : ଶିମିଳିପାଳ ଟାଇଗର ରିଜର୍ଭକୁ ସୁରକ୍ଷା ଦେବ 14 ଅତ୍ୟାଧୁନିକ ଯାନ । ଏହା ଦ୍ବାରା ଶିମିଳିପାଳ ଜଙ୍ଗଲରେ କାର୍ଯ୍ୟ କରୁଥିବା ବନ କର୍ମ୍ୟଚାରୀଙ୍କୁ ଏହା ଅଧିକ ସାହାଯ୍ୟ ଯୋଗାଇ ପାରିବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିବେ । ପ୍ରାଣୀଙ୍କ ସୁରକ୍ଷା ସହିତ ବନ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଶିମିଳିପାଳ ଟାଇଗର ରିଜର୍ଭକୁ ସୁରକ୍ଷା ଦେବ 14 ଅତ୍ୟାଧୁନିକ ଯାନ । ଏଣିକି ଟିକିନିଖି ଭାବରେ ଶିମିଳିପାଳ ଉପରେ ନଜର ରଖି ପାରିବେ ବନ କର୍ମଚାରୀ । ଯାହା ଦ୍ବାରା ଶିମିଳିପାଳ ଜଙ୍ଗଲରେ କାର୍ଯ୍ୟ କରୁଥିବା ବନ କର୍ମଚାରୀଙ୍କୁ ଏହା ଅଧିକ ଶକ୍ତି ଯୋଗାଇବାରେ ସାହାଯ୍ୟ କରିବ । ଏନେଇ ଆସନ୍ତାକାଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହି 14ଟି ଅତ୍ୟାଧୁନିକ ଯାନକୁ ଶୁଭାରମ୍ଭ କରିବେ । ଏହା ଦ୍ବାରା ଶିମିଳିପାଳ ଜଙ୍ଗଲ ମଧ୍ୟରେ ବନ କର୍ମଚାରୀ ଅତି ସହଜରେ ଗମନା ଗମନ କରିପାରିବେ । ଫଳରେ ଜୀବଜନ୍ତୁଙ୍କ ଗତିକୁ ସେମାନେ ନିରିକ୍ଷଣ କରିପାରିବେ । ଜୀବଜନ୍ତୁଙ୍କ ଗତିବିଧି ଉପରେ ସ୍ବତନ୍ତ୍ର ଧ୍ୟନ ଦିଆଯାଇ ହେବ । ସେ କେଉଁ ସମୟରେ କେଉଁ ସ୍ଥାନରେ ଥିଲେ ତାର ସୂଚନା ମଧ୍ୟ ସଠିକ ଭାବରେ ମିଳିପାରିବ । ତେବେ ଜଙ୍ଗଲର ନିଶିଧାଞ୍ଚଳ ମଧ୍ୟରେ କ୍ୟାମେରା ଲଗାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି ଚିତା ବାଘ

ଏହା ସହ ଶିକାରୀ ମାନଙ୍କ ଉପରେ ମଧ୍ୟ କଡାକଡି ଭାବରେ ନଜର ରଖାଯାଇ ହେବ । ଦିନ ହେଉ ଅବା ରାତି ସମୟରେ ବନ କର୍ମଚାରୀ ନିର୍ଭୟରେ ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେଇପାରିବେ । ଜଙ୍ଗଲରେ ହାତୀ ହେଉ ଅବା ବାଘ କିମ୍ବା ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଶିକାରୀଙ୍କ ଠାରୁ ସୁରକ୍ଷା ଦିଆଯାଇ ହେବ । ତେବେ ବାଘ ମାନଙ୍କର ସୁରକ୍ଷା ପାଇଁ ଗାଁ ସାଥି ମାନଙ୍କୁ ନିୟୋଜିତ କରାଯାଉଛି । ଏନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ତେବେ ସେହି ଜଙ୍ଗଲରେ ଦୁଇଟି ମହାବଳ ବାଘ ଟି୩୧ ଏବଂ ଟି୩୫ ରହିଛନ୍ତି । ଗତ କିଛି ଦିନ ପୂର୍ବରୁ ଏହି ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢେଇ ହୋଇଥିବା ସିସିଟିଭିରୁ ସୂଚନା ମିଳିଛି । ତେବେ ଦୁଇ ମହବଳଙ୍କ ବୟସ ସମାନ ବୋଲି କୁହାଯାଉଛି । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା । ତେବେ ଦେଶରେ କେବଳ ଶିମିଳିପାଳରେ କଳା ବାଘ ଦେଖିବାକୁ ମିଳିଥାଏ । ଦେଶରେ ଯେଉଁ ୧୦ଟି କଳା ମହାବଳ ବାଘ ଅଛନ୍ତି, ସେସବୁ ଶିମିଳିପାଳରେ ଅଛନ୍ତି । ଏହି ମହାବଳ ବାଘ ଗୁଡ଼ିକ ମେଲାନି ଷ୍ଟିକ୍ ପ୍ରଜାଭିର କୁହାଯାଉଥିବା ବେଳେ ଏମାନେ ଜେନେଟିକାଲ ଡିଜଅଡର ପାଇଁ ଜନ୍ମ ହୁଅନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.