ETV Bharat / state

ଆଦିବାସୀଙ୍କ ମହାସମ୍ମିଳନୀ; SDCରେ ସାମିଲ ହେବ ଆଉ 14 ଜିଲ୍ଲା - SDC ରେ ସାମିଲ ହେବ ଆଉ 14 ଜିଲ୍ଲା

2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଖେଳିବାକୁ ଯାଉଛନ୍ତି ଆଦିବାସୀ କାର୍ଡ । ମାଧ୍ୟମ ହେବ ସ୍ବତନ୍ତ୍ର ଉନ୍ନୟନ ପରିଷଦ (SDC)। ଆଉ ଲକ୍ଷ୍ୟ 2024 ନିର୍ବାଚନ ଦଖଲ । ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ଅଛନ୍ତି 9 ଜିଲ୍ଲାର ଆଦିବାସୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 11, 2023, 9:14 PM IST

ଭୁବନେଶ୍ବର: ଭୋଟ ବ୍ୟାଙ୍କ ପଲିଟିକ୍ସରେ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାର । ସ୍ବତନ୍ତ୍ର ଉନ୍ନୟନ ପରିଷଦ (SDC) ରେ ଆଉ 14 ଜିଲ୍ଲା ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ସରକାର । SDC ଜରିଆରେ ଆଦିବାସୀଙ୍କ ବିକାଶ ଲାଗି ହଜାରେ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିପାରନ୍ତି ସରକାର । ଆସନ୍ତା 14 ତାରିଖରେ ଭୁବନେଶ୍ବରର ଆଦିବାସୀ ପଡିଆରେ ଆୟୋଜିତ ହେବାକୁ ଥିବା ଆଦିବାସୀଙ୍କ ମହା ସମ୍ମିଳନୀରେ ଏହା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଖେଳିବାକୁ ଯାଉଛନ୍ତି ଆଦିବାସୀ କାର୍ଡ । ମାଧ୍ୟମ ହେବ ସ୍ବତନ୍ତ୍ର ଉନ୍ନୟନ ପରିଷଦ (SDC)। ଆଉ ଲକ୍ଷ୍ୟ 2024 ନିର୍ବାଚନ ଦଖଲ । ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ଅଛନ୍ତି 9 ଜିଲ୍ଲାର ଆଦିବାସୀ । ଆଦିବାସୀ ବହୁଳ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ସୁନ୍ଦରଗଡ ଓ କନ୍ଧମାଳ ଜିଲ୍ଲା ଏହି ତାଲିକାରେ ଅଛନ୍ତି । ଏହି ତାଲିକାରେ ଯୋଡି ହେବାକୁ ଯାଉଛନ୍ତି ଆଉ 14 ଜିଲ୍ଲାର ଆଦିବାସୀ । ସେଗୁଡିକ ହେଲା ବାଲେଶ୍ଵର, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଝାରସୁଗୁଡା, ବରଗଡ଼, ଦେଓଗଡ଼, ବୌଦ୍ଧ ଓ ଗଞ୍ଜାମ ।

ଏହାବି ପଢନ୍ତୁ- Jharsuguda By Poll: ମହିଳା ଭୋଟ ହୋଇପାରେ ନିର୍ଣ୍ଣାୟକ

କେବଳ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ସୋନପୁର ଜିଲ୍ଲା SDCରେ ସାମିଲ ହେବନାହିଁ । ଆସନ୍ତା 14 ତାରିଖରେ ଏନେଇ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟ ସରକାର । ଏଥିପାଇଁ ଆସନ୍ତା 14 ତାରିଖ ତଥା ରବିବାର ଦିନ ଭୁବନେଶ୍ବରର ଆଦିବାସୀ ପଡିଆରେ ଆୟୋଜନ ହେଉଛି SDC ର ବିଶେଷ କାର୍ଯ୍ୟକ୍ରମ । SDC ପକ୍ଷରୁ ଆଦିବାସୀଙ୍କ ମହାସମ୍ମିଳନୀର ଆୟୋଜନ ହେଉଛି । ଏହି ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଆଦିବାସୀଙ୍କ ବିକାଶ ଲାଗି ହଜାରେ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି SDC ଜରିଆରେ ପ୍ରତି ବ୍ଲକ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

SDC ରେ ସାମିଲ ହେବା ପରେ 23 ଜିଲ୍ଲାରେ ଆଦିବାସୀଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କ୍ରୀଡ଼ା, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟରେ ବିଜେପିକୁ ଚେକ ଓ ଆଦିବାସୀ ଭୋଟକୁ ନିଜ ପକେଟକୁ ଆଣିବାକୁ ବିଜେଡି ଖେଳିଛି ଏହି ମହା ଆଦିବାସୀ କାର୍ଡ଼ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ବିଜେପି ନେଇଥିବା ମାଇଲେଜକୁ ପ୍ରତିହତ କରିବାରେ SDC ସଫଳ ହେବ ବୋଲି ବିଜେଡିର ଥିଙ୍କ ଟ୍ୟାଙ୍କମାନେ ଦୃଢ଼ ଆଶାବାଦୀ ଅଛନ୍ତି । ସେହିପରି SDC ରେ ସାମିଲ 14 ଜିଲ୍ଲା ସାମିଲ ହେବା ପରେ ସେଥିରେ ଥଇଥାନ ହେବେ ଦଳୀୟ ନେତା । ଆଦିବାସୀ ନେତାଙ୍କୁ ନୂଆ 14 ଜିଲ୍ଲାର ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ କରାଯିବ । ମାଛ ତେଲରେ ମାଛ ଭାଜିବା ନୀତିରେ ଗୋଟିଏ ଗୁଳିରେ ଅନେକ ଶିକାର କରିବାକୁ ଯୋଜନା କରିଛନ୍ତି ନବୀନ ସରକାର ।

ଏହାବି ପଢନ୍ତୁ- ଗ୍ରୀଷ୍ମପ୍ରଭାବରେ ସଂଗ୍ରହ ହୋଇପାରୁନି ରକ୍ତ, ଭଣ୍ଡାରରେ ଦେଖାଦେଲାଣି ସଙ୍କଟ

ସେପଟେ ଆଦିବାସୀଙ୍କ ମହା-ସମ୍ମିଳନୀ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଭାଗ ଓ ପରିଷଦ । ରାଜ୍ୟର କୋଣ ଅନୁକୋଣରୁ ରାଜଧାନୀକୁ ଆସିବେ ଆଦିବାସୀ ।14ରେ ଦୁଲୁକିବ ରାଜଧାନୀ ଓ ଆସିବାସୀ ପଡିଆ । ଏକାଠି ହେବେ ରାଜ୍ୟର ହଜାର ହଜାର ଆଦିବାସୀ । ସେମାନଙ୍କୁ ନେବା ଆଣିବା ଓ ଅନୁସାଙ୍ଗିକ ବ୍ୟବସ୍ଥା ଦାଇତ୍ବ SDC ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଉପରେ ନ୍ୟସ୍ତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.