ETV Bharat / state

ଆଜିଠୁ ଶିମିଳିପାଳ ଜଗିବ ୧୪ ସ୍ବତନ୍ତ୍ର ଗାଡ଼ି, ରହିଛି ଜିପିଏସ ଲୋକେସନ ଟ୍ରାକର - Similipal Tiger Reserve

Customised Vehicles Flagged Off To Protect Similipal: ଶିମିଳିପାଳରେ ମାଫିଆଙ୍କୁ ସାବାଡ଼ କରିବାକୁ ୧୪ ଗାଡ଼ି ମୁତୟନ କରାଯିବ । ଗାଡ଼ିରେ ରିମୋଟ୍‌ କଣ୍ଟ୍ରୋଲ ସର୍ଚ୍ଚଲାଇଟ ସହିତ ଲୋକେସନ ଟ୍ରାକର ରହିଛି ।

୧୪ ଗାଡ଼ି ମୁତୟନ
ଶିମିଳିପାଳକୁ ୧୪ ଗାଡ଼ି
author img

By ETV Bharat Odisha Team

Published : Dec 30, 2023, 8:42 AM IST

Updated : Dec 30, 2023, 12:24 PM IST

ଶିମିଳିପାଳକୁ ୧୪ ଗାଡ଼ି

ଭୁବନେଶ୍ବର: ଶିମିଳିପାଳରେ ସାବାଡ ହେବେ ଜଙ୍ଗଲ ମାଫିଆ । କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେବ ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଅଲିଭ ଗ୍ରୀନ ରଙ୍ଗର ଏସବୁ ଗାଡ଼ିକୁ ସ୍ଵତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥିରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖିପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେସ୍କ୍ୟୁ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ଶୁକ୍ରବାର ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ଶୁଭାରମ୍ଭ ହୋଇଛି କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏସବୁ ଗାଡ଼ିର ଶୁଭାରମ୍ଭ କରିଛନ୍ତି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷାରେ ମୁତୟନ ହେବ ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଏହି ଗାଡିଗୁଡିକ ଆଜିଠାରୁ ଶିମିଳିପାଳରେ ମୁତୟନ ହେବାର ସୂଚନା ରହିଛି । ଏପଟେ ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉ ନିର୍ଦ୍ଦେଶକ ସମ୍ରାଟ ଗୌଡା କହିଛନ୍ତି, ''ଏହିସବୁ ଗାଡ଼ି ସବୁ ପ୍ରକାର ପାଣିପାଗରେ ଗଡି ପାରିବ । ବର୍ଷା ହେଉ କିମ୍ବା ଶୀତ ସବୁ ସମୟରେ ଏହି ଗାଡ଼ି ଚାଲିବ । ଜଙ୍ଗଲରେ ଯଦି କୌଣସି ସ୍ଥାନରେ କିଛି ଅସୁବିଧା ଦେଖାଯାଏ ତେବେ ଗାଡ଼ିରେ ଲାଗିଥିବା ୩୬୦ ଡିଗ୍ରୀ ଲାଇଟ ଦ୍ଵାରା ଯାଞ୍ଚ କରାଯାଇ ପାରିବ ।''

ଏହା ମଧ୍ୟ ପଢ଼ନ୍ତୁ... ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି ଚିତା ବାଘ

ଏହି ଗାଡ଼ିରେ କ'ଣ ରହିଛି ସୁବିଧା:

ଏହି ଗାଡ଼ିରେ ପାଖାପାଖି ୯ ଜଣ ବସିବାର ସୁବିଧା ରହିଛି । ଗାଡ଼ିରେ ୩୬୦ ଡିଗ୍ରୀର ଲାଇଟ ବୁଲି ପାରୁଥିବା ବ୍ୟବସ୍ଥା କରାଯାଇଛି । ଏହି ଗାଡ଼ି ଯେକୌଣସି ରାସ୍ତାରେ ଯାଇପାରିବ । ଯଦି ଜଙ୍ଗଲ ମଧ୍ୟରେ କୌଣସି ଗାଡ଼ି ଖାଲ ମଧ୍ୟରେ ଫସି ରହିଥିବ, ତେବେ ଏହି ଗାଡ଼ିର ଫସି ରହିଥିବା ଗାଡିକୁ ଉଦ୍ଧାର କରିବାର କ୍ଷମତା ରହିଛି । ଯଦି କୌଣସି ଜନ୍ତୁ କୂଅ ମଧ୍ୟରେ ପଡ଼ିଯାଇଥିବ ତେବେ ଏହି ଗାଡ଼ି ଉଦ୍ଧାର ମଧ୍ୟ କରିବ । ଜିପିଏସ ମାଧ୍ୟମରେ ଗାଡ଼ିର ଲୋକେସନ ଟ୍ରାକ କରାଯାଇ ହେବ । ଶିମିଳିପାଳ ଜଙ୍ଗଲରେ ଅଲଗା ଗାଡ଼ି ମଧ୍ୟ ରହିଛି । କିନ୍ତୁ ସେହି ଗାଡ଼ି ଯେଉଁ ଅଞ୍ଚଳକୁ ଯାଇ ପାରୁନଥିଲା କିମ୍ୱା ବନ କର୍ମଚାରୀମାନେ ଯାଇପାରୁ ନଥିଲେ ବିଶେଷ ଭାବରେ ରାତି ସମୟରେ ଏହି ଗାଡି ସେହି ଅଞ୍ଚଳକୁ ଖୁବ ସହଜରେ ଯାଇପାରିବ । ଏହି ଗାଡ଼ି କୁହୁଡ଼ିରେ ମଧ୍ୟ ଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 30, 2023, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.