ETV Bharat / state

Odisha Train Tragedy: ଆଜି ୧୨ଟି ଟ୍ରେନ ବାତିଲ

author img

By

Published : Jun 3, 2023, 4:48 PM IST

ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା । ଆଜି ୧୨ଟି ଟ୍ରେନ ବାତିଲ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣା ନେଇ ଯାତାୟତ ପ୍ରଭାବିତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ଟ୍ରାକରେ ଗୋଟିଏ ବଗି ପଡ଼ିଥିବାରୁ ଅନେକ ଟ୍ରେନ ବାତିଲ ହୋଇଛି । ଅନେକ ଟ୍ରେନର ରୁଟ୍‌ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ଆଜି (ଶନିବାର) ୧୨ଟି ଟ୍ରେନ ବାତିଲ ହୋଇଛି । ଏପଟେ ଖବର ଲେଖାଯିବା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୬୧ ଓ ଆହତ ୯୦୦ରୁ ଅଧିକ ରହିଛନ୍ତି ।

ତେବେ ବାତିଲ ହୋଇଥିବା 12ଟି ଟ୍ରେନଗୁଡ଼ିକ ହେଲା:-

1. 18037 ଖଡ଼ଗପୁର - 03.06.2023ରେ ଖଡ଼ଗପୁର ଯାଜପୁର କେନ୍ଦୁଝର ଏକ୍ସପ୍ରେସ ।
2. 22877 ହାୱଡା - 03.06.2023ରେ ହାୱଡାରୁ ଏର୍ନାକୁଲମ ଏକ୍ସପ୍ରେସ ।
3. 12841 ଶାଲିମାର - 03.06.2023ରେ ଶାଲିମରରୁ ଚେନ୍ନାଇ କରମଣ୍ଡଲ ଏକ୍ସପ୍ରେସ।
4. 18043 ହାୱଡା - 03.06.2023ରେ ହାୱଡାରୁ ଭଦ୍ରକ ଏକ୍ସପ୍ରେସ୍ ।
5. 18409 ଶାଲିମାର - 03.06.2023ରେ ଶାଲିମାରରୁ ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ।
6. 18046 ହାଇଦ୍ରାବାଦରୁ ହାଇଦ୍ରାବାଦ-ଶାଲିମର ଇଷ୍ଟକୋଷ୍ଟ ଏକ୍ସପ୍ରେସ 03.06.2023ରେ ବାତିଲ ହୋଇଛି ।
7. 18038 04.06.2023ରେ ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ।
8. 18044 ଭଦ୍ରକ - 04.06.2023 ରେ ଭଦ୍ରକରୁ ହାୱଡା ଏକ୍ସପ୍ରେସ।
9. 03.06.2023ରେ ଚେନ୍ନାଇରୁ 12840 ଚେନ୍ନାଇ-ହାୱାର ସୁପରଫାଷ୍ଟ ମେଲ।
10. 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ 04.06.2023ରେ ।
11. 22202 ପୁରୀ - 03.06.2023 ରେ ପୁରୀରୁ ସିଲାଦ ଦୁରୋନ୍ତୋ ଏକ୍ସପ୍ରେସ୍।
12. 18410 ପୁରୀ - ସାଳିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 03.06.2023 ରେ ପୁରୀରୁ ବାତିଲ କରାଯାଇଛି।

ବିଭାଜିତ ହୋଇଥିବା ଟ୍ରେନ:-

1. 22503 କନ୍ୟାକୁମାରୀ-03.06.2023ରେ କନ୍ୟାକୁମାରୀ ଦିବୃଗଡ ବିବେକ ଏକ୍ସପ୍ରେସ ବିଜୟନଗରମ-ଟିଟିଲାଗଡ଼-ଝାରସୁଗୁଡ଼ା ଦେଇ ଚାଲିବ।
2. 18477 ପୁରୀ- ହୃଷିକେଶ କଲିଙ୍ଗା ଉତ୍କଳ ଏକ୍ସପ୍ରେସ 03.06.2023ରେ ସମ୍ବଲପୁର ସହର-ଝାରସୁଗୁଡ଼ା-ଇବ ଦେଇ ଚାଲିବ।
3. 12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ 03.06.2023ରେ ଜାଖପୁରା ଏବଂ ଜାରୋଲି ଦେଇ ଚାଲିବ।
4. 15643 ପୁରୀ-କାମାଖିଆ ଏକ୍ସପ୍ରେସ 03.06.2023ରେ କଟକ-ସମ୍ବଲପୁର ସହର-ଝାରସୁଗୁଡ଼ା ଦେଇ ଚାଲିବ।

ସୂଚନା ଥାଉ କି ଗତକାଲି (ଶୁକ୍ରବାର) ବାଲେଶ୍ଵର ବାହାନଗାଠାରେ ଟ୍ରେନ ଦୁର୍ଘଟଣା ଘଟିଛି । ଏଭଳି ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶ ବିଦେଶରୁ ଅନେକ ରାଷ୍ଟ୍ର ନେତା ଶୋକ ପ୍ରକାଶ କରିଛନ୍ତି । ଟ୍ରେନରୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଘଟଣାସ୍ଥଳରେ ଗତକାଲି ଠାରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପହଞ୍ଚିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦି ଆଜି ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.