ETV Bharat / state

BJP Executive Meeting: ୧୧ଟି ରାଜନୈତିକ ଚିଠା ପ୍ରସ୍ତାଵ ପାରିତ

author img

By

Published : Jan 22, 2023, 8:24 PM IST

Updated : Jan 22, 2023, 9:19 PM IST

ଶେଷ ହୋଇଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ୧୧ଟି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଅଧିକ ପଢନ୍ତୁ

BJP Executive Meeting
BJP Executive Meeting
୧୧ଟି ରାଜନୈତିକ ଚିଠା ପ୍ରସ୍ତାଵ ପାରିତ

ଭୁବନେଶ୍ବର: ସରିଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ୧୧ଟି ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟବାସୀ ଅସୁରକ୍ଷିତ ରହିଛନ୍ତି । ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ, ଧାନମଣ୍ଡି ଅବ୍ୟବସ୍ଥା, ବେକାରୀ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଛି ।

ବୈଠକ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "କିଛିଦିନ ତଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ ରାଜ୍ୟ ସରକାରକୁ ପ୍ରକୃତରେ କିଏ ଚଳାଉଛି । ରାଜ୍ୟ ସରକାରଙ୍କ ପଛରେ କିଏ ଅଛି । ମୁଖ୍ୟମନ୍ତ୍ରୀ ଏନେଇ ସମ୍ପୂର୍ଣ ଭାବେ ଅବଗତ ଅଛନ୍ତି ତ ? ଯଦି ଅବଗତ ନାହାଁନ୍ତି ତେବେ ଏ ସରକାରକୁ କିଏ ଚଳାଉଛି ? ଏ ପ୍ରସଙ୍ଗ ରାଜ୍ୟ କାର୍ଯ୍ୟକାରିଣୀରେ ଉଠିଛି । ଯଦି ଏଠି ଗଣତନ୍ତ୍ର ଅଛି ବୋଲି ପ୍ରଶ୍ନ ଆସେ ତାହାହେଲେ ଏହା ଦୁର୍ଭାଗ୍ୟଜନକ । ଗଣତନ୍ତ୍ର ଓଡିଶାରେ ନାହିଁ କେବଳ ଅମଲାତନ୍ତ୍ର ଶାସନ ଯଦି ଓଡିଶାରେ ଚାଲିବ, ଓଡିଶାବାସୀଙ୍କ ଭାଗ୍ୟ ଏବଂ ବିକାଶର ଚିତ୍ର ବହୁ ପଛରେ ।"

ଏହାକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଦବେଗ ପ୍ରକାଶ ହୋଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହି ଶାସନ ବ୍ୟବସ୍ଥାକୁ ନେଇ ଲୋକଙ୍କ ପାଖକୁ ଯିବ ଏବଂ ରାଜ୍ୟବାସୀଙ୍କ ପାଇଁ ଲଢେଇ କରିବ। ସେ ଆହୁରି କହିଛନ୍ତି, "ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କାରଣରୁ ରାଜ୍ୟବାସୀ ଅସୁରକ୍ଷିତ ଅଛନ୍ତି । ଲୋକମାନଙ୍କ ଶାନ୍ତି ସୁରକ୍ଷା ଓ ଧନ ଜୀବନକୁ ସୁରକ୍ଷା ଦେବାରେ ଏ ସରକାର ବିଫଳ । ଦିନକୁ ହାରାହାରି ରାଜ୍ୟରେ 9ଟି ଦୁଷ୍କର୍ମ ଓ 8ଟି ହତ୍ୟାକାଣ୍ଡ ହେଉଛି । ମନ୍ତ୍ରୀ ବିଧାୟକ ମାନେ ମଧ୍ୟ ହତ୍ୟାକାଣ୍ଡରେ ସାମିଲ ରହୁଛନ୍ତି । ରକ୍ଷକ ଭକ୍ଷକ ସାଜିଛି ଏଠି । ଏ ପ୍ରସଙ୍ଗକୁ ବିଜେପି ଆଜି ରାଜନୈତିକ ଚିଠା ପ୍ରସ୍ତାଵରେ ପାରିତ କରି ନିନ୍ଦା କରିଛି ।"

ଏହା ବି ପଢନ୍ତୁ- BJP Executive Meet: ଜାତୀୟ କାର୍ଯ୍ୟକାରିଣୀ 2 ସୁତ୍ରୀକୁ ଫୋକସ

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଘର କେନ୍ଦ୍ର ସରକାର ଓଡ଼ିଶାକୁ ଯୋଗାଇ ଦେଲେଣି । କିଛି ଦିନ ତଳେ ସାଢ଼େ ୯ ଲକ୍ଷ ଘର ଦେଇଛନ୍ତି । କିନ୍ତୁ ହିତାଧିକାରୀ ଚୟନ ଦଳୀୟ ଆଧାରରେ କରାଯାଇଛି । ୧୬ ତାରିଖରେ ହିତାଧିକାରୀଙ୍କ ତାଲିକା ଲାଗିବା ପରେ ଗାଁଗାଁରେ ଅସନ୍ତୋଷ ଦେଖାଦେଇଛି । ୨୦୧୮-୧୯ରେ ସ୍ଥାୟୀ ୱେଟିଂ ଲିଷ୍ଟକୁ ଆଧାର କରି ତାଲିକା ପ୍ରସ୍ତୁତ ହେଉ । ଯୋଗ୍ୟ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାଵରେ ପାରିତ କରାଯାଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଛି ।

ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ନେଇ ମୋହନ କହିଛନ୍ତି, "ମଣ୍ଡି ଅବ୍ୟବସ୍ଥା ଆଜି ଚାଷୀ ମୁଣ୍ଡରେ ଚଡ଼କ ପକାଇଛି । କଟନୀଛଟନୀ ବଢିଛି । ମଣ୍ଡିରେ ଦଲାଲି ଚାଲିଛି । ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରାଯାଇ ଦଳ ପକ୍ଷରୁ ମଣ୍ଡିଚାଲ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଦୁଇଟି ମେକ ଇନ ଓଡ଼ିଶାରେ ସେଭଳି ନିଯୁକ୍ତି କିମ୍ବା ପୁଞ୍ଜି ନିବେଶ ହୋଇପାରିନି । କେବଳ ଏକ ପ୍ରତିଶତ ପୁଞ୍ଜି ନିବେଶ ହୋଇଛି । ନିଯୁକ୍ତି ମାତ୍ର ୫୮୭୮ ହୋଇଛି ଯାହାକି ୦.୭୬ ପ୍ରତିଶତ । କୋଭିଡ ସମୟରେ ୨୦ଲକ୍ଷ ଲୋକଙ୍କୁ ପଞ୍ଜିକୃତ କରି ନିଯୁକ୍ତି ଦେବା ବଦଳରେ ପ୍ରତାରଣା କରିବାରୁ ଲୋକେ ପୁଣି ଥରେ ଦାଦନ ଖଟିବାକୁ ବାହାରକୁ ୟାଇଛନ୍ତି । ଏହାକୁ ଆଜି ରାଜନୈତିକ ଚିଠା ପ୍ରସ୍ତାଵରେ ମଧ୍ୟ ପାରିତ କରାଯାଇଛି ।"

ରାଜ୍ୟରେ ମହିଳା ହିଂସା ଓ ନିର୍ଯାତନା ବଢ଼ି ଚାଲିଛି ବୋଲି କହିଛନ୍ତି ମୋହନ । ନାରୀଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି ସରକାର । ପୋଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି । ହକି ବିଶ୍ବକପ ସମୟରେ ରାଜ୍ୟର ରାଜଧାନୀରେ ଗଣଦୁଷ୍କର୍ମ ହେଲା । ଏହା ଦୁର୍ଭାଗ୍ୟଜନକ କଥା । ହକି ବିଶ୍ବକପ ବେଳେ ସାରା ବିଶ୍ଵ ଦେଖୁଛି ଓଡ଼ିଶାକୁ । ରାଜନୈତିକ ଚିଠା ପ୍ରସ୍ତାଵରେ ଏହାକୁ ନିନ୍ଦା କରାଯାଇଛି । ହକି ବିଶ୍ବକପରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା ଏବେ ପ୍ରଶ୍ନବାଚୀ । ବିର୍ସାମୁଣ୍ଡା ହକି ଷ୍ଟାଡିୟମ ହେଲା କିନ୍ତୁ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଲା ନାହିଁ । ମୋଦିଙ୍କ ଟଙ୍କାରେ ଷ୍ଟାଡିୟମ ହେଲା ଡିଏମଫ ଫଣ୍ଡର ବ୍ୟବହାର ହେଲା । କିନ୍ତୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କଲେ । ବିର୍ସାମୁଣ୍ଡା ଷ୍ଟାଡିୟମରେ ୧୬୮ କୋଟି ଟଙ୍କାର ହୋଟେଲ କରିଛନ୍ତି । ତାହା ବି ସନ୍ଦେହ ସୃଷ୍ଟି କରିଛି ଏବଂ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏ ସବୁ ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ମୋହନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 22, 2023, 9:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.