ETV Bharat / state

ନେତା ହେବତ ଏମିତି, ଚାନ୍ଦା କରି ଗ୍ରାମବାସୀଙ୍କୁ ଉପହାର ଦେଲେ ବୋଟ

ନେତା ହେବତ ଏମିତି, ଚାନ୍ଦା କରି ଗ୍ରାମବାସୀଙ୍କୁ ଉପହାର ଦେଲେ ବୋଟ । ମୋଟରଚାଳିତ ବୋଟ ଅଚଳ ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲା ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢାଙ୍ଗରା ଗାଁ । ଏଣିକି ଆଉ ରହିବନି ଯାତାୟତରେ ଅସୁବିଧା । ଅଧିକ ପଢ଼ନ୍ତୁ

author img

By

Published : Jul 25, 2022, 9:34 PM IST

ନେତା ହେବତ ଏମିତି, ଚାନ୍ଦା କରି ଗ୍ରାମବାସୀଙ୍କୁ ଉପହାର ଦେଲେ ବୋଟ
ନେତା ହେବତ ଏମିତି, ଚାନ୍ଦା କରି ଗ୍ରାମବାସୀଙ୍କୁ ଉପହାର ଦେଲେ ବୋଟ

ଖୋର୍ଦ୍ଧା : ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀଙ୍କ ଯାତାୟତ ପାଇଁ ଏକ ବୋଟ୍ ଉପହାର ଦେଇଛନ୍ତି ନେତା ଓ ଜନ ପ୍ରତିନିଧି । ବର୍ଷା ଦିନେ ଗମନା ଗମନ ସୁବିଧା ନଥିବାରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ ଏହି ଦୁଇ ଗାଁ । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତିଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଜନ ପ୍ରତିନିଧିମାନେ ଏକ ଲକ୍ଷ ଟଙ୍କା ଯୋଗାଡ କରି ବୋଟ କିଣିଥିବା ଜଣାଯାଇଛି । ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀ ।

ସୂଚନାନୁସାରେ ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଏପରିକି ସାମାନ୍ୟ ବର୍ଷା ହେଲେ ଯିବାଆସିବା ବନ୍ଦ ହୋଇଯାଏ । ତେଣୁ ରାସ୍ତା ପାର୍ ହେବାପାଇଁ ଏକମାତ୍ର ଭରସା ହେଲା ବୋଟ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏକ ମୋଟରଚାଳିତ ବୋଟ ଉକ୍ତ ଦୁଇଟି ଗ୍ରାମକୁ ଦିଆଯାଇଥିଲା । ହେଲେ ବୈଷୟିକ କାରଣ ଯୋଗୁଁ ତାହା ମଧ୍ୟ ଆଉ କାମରେ ଲାଗୁନି । ଫଳରେ ଯାତାୟତରେ ନାହିଁନଥିବା ଅସୁବିଧା ଭୋଗୁଥିଲେ ସ୍ଥାନୀୟ ବାସିନ୍ଦା ।

ଏସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଳବନ୍ତରାୟ ଜାଣିପାରି ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ବୋଟ ଯୋଗାଇ ଦେବାପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ଏଥି ନିମନ୍ତେ ପ୍ରଥମେ ନିଜ ପକେଟରୁ କିଛି ଟଙ୍କା ବାହାର କରିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ କିଛି କିଛି ଚାନ୍ଦା ଦେଇ ଯୋଗାଡ କରିଥିଲେ ଏକ ଲକ୍ଷ ଟଙ୍କା । ଆଉ ଏହି ଟଙ୍କାରେ ବୋଟ କିଣି ଗାଁ ଲୋକଙ୍କୁ ପ୍ରଦାନ କରିଥିଲେ । ଫଳରେ ଏହି ବୋଟ ପାଇ ଉପକୃତ ହୋଇଛନ୍ତି ପାଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମବାସୀ । ଏହି ଡଙ୍ଗାର ଉଦଘାଟନ ଉତ୍ସବରେ ବିଜେଡି ଜିଲ୍ଲା ସଭାପତିଙ୍କ ସହ ବ୍ଲକ ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଦଳୀୟକର୍ମୀ ଉପସ୍ଥିତ ଥିଲେ l

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.