କେନ୍ଦୁଝର: ସୀମା ଟପିଲା ବର୍ବରତା । ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କୁଟୁଗାଁ କଟଲପଶି ରାସ୍ତା ହାତୀଦରୀ ହାଟ ନିକଟସ୍ଥ ଜଙ୍ଗଲ ଘଟିଛି ଅଘଟଣ । ଏ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।
ହାତୀଦରୀ ହାଟ ନିକଟସ୍ଥ ଜଙ୍ଗଲ ନିକଟରେ ଯୁବକଙ୍କ ମୃତଦେହ ନିକଟରେ ବଡ଼ ବଡ଼ ପଥରରେ ପଡିଥିବା ବେଳେ ମୁଣ୍ଡ କ୍ଷତବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି । କେହି ତାଙ୍କୁ ହତ୍ୟା କରି ଉକ୍ତ ଜଙ୍ଗଲ ନିକଟରେ ପକେଇ ଦେଇଥିବା ଅନୁମାନ କରାଯାଉଛି । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତକ ଜଣଙ୍କ କିଏ ଓ ତାଙ୍କୁ କିଏ ଏପରି ଭାବେ ହତ୍ୟା କରିଚାଲିଗଲା ସେନେଇ କିଛି ସୂଚନା ମିଳିପାରିନାହିଁ । ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭ ଭାରତ