ETV Bharat / state

ଯୁବକ ସଙ୍ଘର ନିଆରା ପ୍ରୟାସ, ନିଜ ଖର୍ଚ୍ଚରେ ଶୁଭାରମ୍ଭ କଲେ ବିଶୋଧନ ରଥ - youth are started refining chariot its own expense

ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରି ମହାମାରୀର ରୂପ ନେଇସାରିଲାଣି । ଏହି ମହାମାରୀରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରୟାସ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

youth are started refining chariot its own expense
ଯୁବକ ସଙ୍ଘର ନିଆରା ପ୍ରୟାସ, ନିଜ ଖର୍ଚ୍ଚରେ ଶୁଭାରମ୍ଭ କଲେ ବିଶୋଧନ ରଥ
author img

By

Published : Oct 2, 2020, 5:00 PM IST

କେନ୍ଦୁଝର: ଦିନକୁ ଦିନ କୋରୋନା ତାର କାୟା ବିସ୍ତାର କରି ମହାମାରୀର ରୂପ ନେଇସାରିଲାଣି । ଏହି ମହାମାରୀରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରୟାସ ଆରମ୍ଭ କରାଯାଇଛି । ଯେଉଁ ସ୍ଥାନ କିମ୍ବା ଘରଗୁଡିରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ପ୍ରଶାସନ ପକ୍ଷରୁ ସାନିଟାଇଜ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଧୀରେ ଧୀରେ ଏହି ମହାମାରୀ ଗାଁ ଗୁଡିକରେ ବ୍ୟାପିବାକୁ ଆରମ୍ଭ କଲାଣି ।

ଯୁବକ ସଙ୍ଘର ନିଆରା ପ୍ରୟାସ, ନିଜ ଖର୍ଚ୍ଚରେ ଶୁଭାରମ୍ଭ କଲେ ବିଶୋଧନ ରଥ

ଏହି ବ୍ୟାପକତା ଦେଖି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କେମ୍ପସଡ଼ା ଗ୍ରାମର ବାପୁଜୀ ଯୁବକ ସଙ୍ଘ ନିଆରା ପ୍ରୟାସ ଆରମ୍ଭ କରିଛି । ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଯୁବକ ସଙ୍ଘ ପକ୍ଷରୁ ଏକ ବିଶୋଧନ ରଥର ଶୁଭାରମ୍ଭ କରାଯାଇଛି ।

ଏହି ବିଶୋଧନ ରଥ ସଦର ବ୍ଲକ ଅନ୍ତର୍ଗତ ସମସ୍ତ ପଚିଶଟି ପଞ୍ଚାୟତକୁ ବୁଲିବୁଲି ବିଶୋଧନ କରିବ । ସମସ୍ତ ଖର୍ଚ୍ଚ ବାପୁଜୀ ଯୁବକ ସଂଘ ପକ୍ଷରୁ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । ଯୁବକ ସଙ୍ଘ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.