କେନ୍ଦୁଝର: ଜିଲ୍ଲା ପାଟଣାରେଞ୍ଜ ବନବିଭାଗର ଚଢାଉ । ଗୋଟିଏ ପିକଅପ ସହ ଶାଳ କାଠଗଣ୍ଡି ଜବତ । ଜବତ କାଠର ମୂଲ୍ୟ ପଚାଶ ହଜାରରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଅନୁସାରେ, ଚୋରାରେ ଶାଳକାଠ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା। ଖବର ପାଇ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ଫରେଷ୍ଟର ସନାତନ ମିଶ୍ର,ଫରେଷ୍ଟ ଗାଡ଼ ତ୍ରିନାଥ ଜେନା ଏବଂ ପାରାଷ୍ଟାପଙ୍କ ନେତୃତ୍ବରେ ମିଳିତ ଚଢ଼ାଉ କରାଯାଇଥିଲା । ଚଢାଉରେ ଗୋଟିଏ ପିକଅପ ଗାଡିରେ ଲୋଡ ହୋଇଥିବା ଶାଳକାଠକୁ ଜବତ କିରିଛି ବନବିଭାଗ।
ଘଟଣାସ୍ଥଳରୁ ମାଫିଆ ଫେରାର ଥିବା ଜଣାପଡିଛି । ଜବଦ କାଠର ଅନୁମାନିକ ମୂଲ୍ୟ ପଚାଶ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି କହିଛି ବନବିଭାଗ। ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିିଭି ଭାରତ