ଆନନ୍ଦପୁର: ମଜୁରୀ ମାଗିବାରୁ ଶ୍ରମିକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ଏକ ଧାରୁଆ ଅସ୍ତ୍ରରେ ହାଣିଲେ ଶ୍ରମିକଙ୍କ ମୁଣ୍ଡ । ଲେବର କଣ୍ଟ୍ରାକ୍ଟର ସହଯୋଗଙ୍କ ସହ ମିଶି ଯୋଜନା ବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରମିକଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରମିକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି ।
ତିନି ମାସ ତଳେ ପଇତାପାଣି ଗାଁର ଲେବର କଣ୍ଟ୍ରାକ୍ଟର ପ୍ରତାପ ନାୟକ ବିଭୀଷଣଙ୍କୁ କାମରେ ନିୟୋଜିତ କରିଥିଲେ । କାମ ସରିବା ପରେ ମଜୁରୀ ନ ଦେଇ ଠକି ଚାଲିଥିଲେ । ରବିବାର ବିଭୀଷଣ ପ୍ରତାପଙ୍କୁ ନିଜ ପାରିଶ୍ରମିକ ଜୋରକରି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ସଙ୍ଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରାଯାଇଥିଲା ।
ଆନ୍ଦନପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ