କେନ୍ଦୁଝର : ଜିଲ୍ଲା ଓକିଲ ସଂଘର ନିଷ୍ପତି କ୍ରମେ କରୋନା ମହାମାରୀ କମୁ ନ ଥିବାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଓକିଲମାନେ କୋର୍ଟ କାର୍ଯ୍ୟରୁ ବିରତ ରହିବା ନେଇ ଘୋଷଣା କରିଛନ୍ତି । ଏନେଇ ଆଜି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଂଘ ସମ୍ପାଦକ ଆଲୋକ ମହାନ୍ତ ସୂଚନା ଦେଇଛନ୍ତି ।
ପୂର୍ବରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟରୁ ବିରତ ରହିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଜାମିନ ତଥା ଗାଡ଼ି ରିଲିଜ୍ କେସ ଭିଡିଓ କନଫରେନ୍ସ ଜରିଆରେ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ