ETV Bharat / state

ଆଧୁନିକତା ଭିତରେ ଏବେ ବି ଜୀବତି ‘କାଠ ଦୋଳି’

ବର୍ତ୍ତମାନ ସମୟରେ ପ୍ରାଚୀନ ସଂସ୍କୃତିକୁ ଯୁବପୀଢି ପାଖରେ ପହଞ୍ଚାଇବାର ସଂସ୍ଥାର ଏହି ପ୍ରୟାସ ଶତ ପ୍ରଶଂସନୀୟ । ସଂସ୍ଥାର ଏହି ଉଦ୍ୟମକୁ ବଡମାନେ ପ୍ରଶଂସା କରିବା ସହ ଛୁଆମାନେ ବେଶ୍‌ ଉତ୍ସାହର ସହ ଉପଭୋଗ କରିଛନ୍ତି ।

author img

By

Published : Jun 16, 2019, 3:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’ । ବର୍ଷକୁ ଥରେ ପାଳନ ହେଉଥିବା ଏହି ଗଣପର୍ବରେ ଛୁଆଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସଭିଏଁ ଏକାଠି ହୋଇ ମଜା ନିଅନ୍ତି । ହେଲେ ଆଧୁନିକତାର ଛାପ ଆଗରେ ଏକପ୍ରକାର ଫିକା ପଡିବାରେ ଲାଗିଛି ପ୍ରାଚୀନ ସଂସ୍କୃତି । ଯାହାକୁ ପୁନଃଜୀବିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସହରରେ ଥିବା ରଜ ମହୋତ୍ସବ କମିଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ମୁଖ୍ୟତଃ କୃଷି ଆରମ୍ଭ ପୂର୍ବରୁ ଏହି ପର୍ବ ପାଳନ ହେଉଥିବାରୁ ପ୍ରତିଟି ଓଡିଆ ମନରେ ଏହି ପର୍ବ ପ୍ରତି ରହିଛି ସ୍ବତନ୍ତ୍ର ଆନ୍ତରିକତା । ତେବେ ରଜ ଅବସରରେ ସଂସ୍ଥା ପକ୍ଷରୁ ଆୟୋଜିତ ରଜ ମହୋତ୍ସବରେ ସାତ ଦିନ ଧରି ଲୋକେ ମଜା ନିଅନ୍ତି ଏହି ପର୍ବର । ମହୋତ୍ସବରେ ରଜ ଗୀତ ସହ ଝୋଟି, ପାରମ୍ପରିକ ନୃତ୍ୟ ଗୀତ ଆଦିର ଆୟୋଜନ କରାଯାଇଥାଏ । ହେଲେ ସବୁଠାରୁ ଆକର୍ଷଣୀୟ ହୋଇଥାଏ ପାରମ୍ପରିକ ଦୋଳିର ଆସର । କାଠ ରାମ ଦୋଳି, କାଠ ଦୋଳି ଆଦି ହେଉଛି ଏସବୁ ମଧ୍ୟରେ ଗୋଟିଏ ଗୋଟିଏ ମୁଖ୍ୟ ଆକର୍ଷଣ ।

ବର୍ତ୍ତମାନ ସମୟରେ ପ୍ରାଚୀନ ସଂସ୍କୃତିକୁ ଯୁବପୀଢି ପାଖରେ ପହଞ୍ଚାଇବାର ସଂସ୍ଥାର ଏହି ପ୍ରୟାସ ଶତ ପ୍ରଶଂସନୀୟ । ସଂସ୍ଥାର ଏହି ଉଦ୍ୟମକୁ ବଡମାନେ ପ୍ରଶଂସା କରିବା ସହ ଛୁଆମାନେ ବେଶ୍‌ ଉତ୍ସାହର ସହ ଉପଭୋଗ କରିଛନ୍ତି । ଏହାଦ୍ବାରା ରଜ ପର୍ବ ସହ ଜଡିତ ରାଜ୍ୟର ପରମ୍ପରୀକୁ ନିକଟରୁ ଜାଣିବାର ସୁଯୋଗ ପାଇପାରିଛନ୍ତି ବର୍ତ୍ତମାନର ଯୁବପୀଢି ।

ତେବେ ଆଗାମୀ ଦିନମାନଙ୍କରେ ଏପରି ଉଦ୍ୟମ ସମସ୍ତ ଜିଲ୍ଲାରେ ହୋଇ ପାରିଲେ ହୁଏତ ପୁଣି ଜୀବିତ ହୋଇପାରନ୍ତା ଆମର ପ୍ରାଚୀନ ପରମ୍ପରା, କଳା ଓ ସଂସ୍କୃତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ-ସହରରେ ରଜ ପରମ୍ପରା କୁ ବଞ୍ଚାଇବାକୁ ପ୍ରୟାସ
ଆଙ୍କର- କୃଷି ଭିତ୍ତିକ ପର୍ବ ହେଉଛି ରଜ । ଏହି ରଜ ପରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ । ରଜ ଏହି ତିନିଦିନ ଗାଁରୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ। କିନ୍ତୁ ଧୀରେ ଧୀରେ ଗ୍ରାମ ଗୁଡିକରେ ଏହି ରଜ ପରମ୍ପରା ଲୁଚିବାକୁ ବସିଲାଣି । ସହରରେ ମଧ୍ୟ ଆଧୁନିକତା ର ଚାକଚକ୍ୟରେ ଏହା ଲିଭିଗଲାଣି। ନୂତନ ପିଢ଼ିର ଯୁବକ ଯୁବତୀ ଏହି ରଜ ପରମ୍ପରା କୁ ଜାଣିବାକୁ ସୁଯୋଗ ପାଉନାହାନ୍ତି । ଏହି ସଂସ୍କୃତି ଭିତ୍ତିକ ପରମ୍ପରା କୁ ବଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି କିଛି ଅନୁଷ୍ଠାନ ।କେନ୍ଦୁଝର ସହରରେ ରଜ ମହୋତ୍ସବ କମିଟି ପକ୍ଷରୁ ସାତ ଦିନ ଧରି ଏହି ରଜ ପର୍ବ ପାଳନ କରାଯାଉଛି । ପରମ୍ପରା କୁ ବଞ୍ଚାଇବାକୁ ଯାଇ କାଠ ନିର୍ମିତ ଦୋଳି ସବୁ ନିର୍ମିତ କରାଯାଇଛି । ଏହା ସହ ରଜ ଗୀତ, ଝୋଟି,ପାରମ୍ପରିକ ନୃତ୍ୟ ଗୀତ ର ମଧ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହା ସହ କମିଟି ପକ୍ଷରୁ ଇଲକ୍ଟ୍ରୋନିକ ଦୋଳି ସହ ମେଳା ର ମଧ୍ୟ ଆୟୋଜନ କରାଯାଇଛି । କେନ୍ଦୁଝର ସହରର ହଜାର ହଜାର ଲୋକ ଏହି ପାରମ୍ପରିକ ଦୋଳି ର ମଜା ନେବା ସହ ମେଳା ର ମଧ୍ୟ ମଜା ନେଉଛନ୍ତି।

ବାଇଟ-୧-ମିନତୀ ସେଠୀ( ରଜ ବୁଲିବାକୁ ଆସିଥିବା ମହିଳା)

ବାଇଟ-୨-ସରିତା ବେହେରା( ରଜ ବୁଲିବାକୁ ଆସିଥିବା ମହିଳା)

ବାଇଟ-୩-ଶ୍ରୀପଦା ନାଏକ( ରଜ ବୁଲିବାକୁ ଆସିଥିବା ଝିଅ)

ବାଇଟ-୪-କୃଷ୍ଣଚନ୍ଦ୍ର ରାଉତ(ସଭାପତି, ରଜ ମହୋତ୍ସବ କମିଟି)

ପିଟିସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.