ETV Bharat / state

କୀଟନାଶକ ପିଇ ମହିଳା ମୃତ - pesticide death

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତର ପଙ୍ଗାପଶି ସାହିରେ ଜଣେ ମହିଳା କୀଟନାଶକ ପିଇବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 6, 2019, 1:16 PM IST

କେନ୍ଦୁଝର: କୀଟନାଶକ ପିଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତର ପଙ୍ଗାପଶି ସାହିରେ ଜଣେ ମହିଳା କୀଟନାଶକ ପିଇବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ପାରିବାରିକ କଳହକୁ ନେଇ ସେ ବିଷ ପିଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ସତ୍ୟ ମହାରଣାଙ୍କ ପତ୍ନୀ ସସ୍ମିତା ମହାରଣା । ଖବର ଅନୁଯାୟୀ, ବୁଧବାର ପରିବାରର ସମସ୍ତ ସଦସ୍ୟ ଜଣେ ସମ୍ପର୍କୀୟ ଝିଆରୀଙ୍କ ଘରକୁ ଶାଦ ନେଇ ଯାଇଥିବାବେଳେ ସେହିଦିନ ରାତିରେ ସସ୍ମିତା ପରିବାର ଲୋକଙ୍କ ସହ ଘରକୁ ଫେରି ଆସିଥିଲେ ।

ମାତ୍ର ଗୁରୁବାର ସକାଳେ ସତ୍ୟ ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ପରେ ଘରେ କେହି ନଥିବାର ସୁଯୋଗ ନେଇ ସସ୍ମିତା ବିଷ ପିଇ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ପରିବାରଲୋକେ ଜାଣିବା ପରେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଚିକିତ୍ସା ଚାଲିଥିବା ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.