କେନ୍ଦୁଝର: ଜିଲ୍ଲା ଟିକରପଡା ଗାଁରେ ଅଘଟଣ । ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡି ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡାର କାହ୍ମୁଚରଣ ବେହେରା ଓ ତାଙ୍କ ପତ୍ନୀ ଦୂତିକା ବେହେରା ଛପର ଘରେ ଶୋଇଥିଲେ । ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଘରର ଗୋଟିଏ ପଟ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଘଟଣାସ୍ଥଳରେ ଦୂତିକାଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଥିବା କାହ୍ମୁଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଇଟିଭି ଭାରତ,କେନ୍ଦୁଝର