ଆନନ୍ଦପୁର: ପାରିବାରିକ କଳହର କରୁଣ ସ୍ଥିତି । ପ୍ରଥମେ ସ୍ତ୍ରୀକୁ ହାଣି ପରେ ସ୍ବାମୀ ଆତ୍ମହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘସିପୁରା ଥାନା ବାରିଗାଁ ଗ୍ରାମରେ ।
ମଙ୍ଗଳବାର ରାତିରେ ବାରିଗାଁର ନବଘନ ସାହୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବୁଧବାର ଭୋରରୁ ଏକ ମାରଣାସ୍ତ୍ରରେ ନବଘନ ତାଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ମଞ୍ଜୁଲତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।
ସ୍ତ୍ରୀକୁ ମାରିବାର କିଛି ସମୟ ପରେ ନବଘନଙ୍କୁ ଲୋକେ ନିକଟସ୍ଥ ପଳାସବଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ନବଘନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ