ETV Bharat / state

ଘରକୁ ଫେରିବାକୁ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ମିଳୁନି ଅନୁମତି - ପଶ୍ଚିମବଙ୍ଗ ଶ୍ରମିକ

ଲକଡାଉନ ଯୋଗୁଁ କେନ୍ଦୁଝରରେ ଫସିରହିଛନ୍ତି ଅନେକ ପଶ୍ଚିମବଙ୍ଗ ଶ୍ରମିକ । ନିଜ ନିଜ ଘରକୁ ଫେରିବାକୁ ଏହି ଶ୍ରମିକଙ୍କୁ ଅନୁମତି ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଘରକୁ ଫେରିବାକୁ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ମିଳୁନି ଅନୁମତି

author img

By

Published : May 15, 2020, 8:19 PM IST

କେନ୍ଦୁଝର: କୋରୋନା ସଂକ୍ରମଣ ରୋକିବାକୁ ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଗାଡିମୋଟର ଚାଲୁନଥିବାରୁ କେନ୍ଦୁଝର ଜିଲ୍ଲାରେ ଫସିରହିଛନ୍ତି ହଜାର ହଜାର ପଶ୍ଚିମବଙ୍ଗ ଶ୍ରମିକ । ଘରକୁ ଯିବାକୁ ଚାହୁଁଥିଲେ ବି ଜିଲ୍ଲାପ୍ରଶାସନ ପକ୍ଷରୁ ମିଳୁନାହିଁ ଅନୁମତି । ଏହି ଅଭିଯୋଗରେ ଶୁକ୍ରବାର ୧୦୦ରୁ ଉର୍ଦ୍ଧ୍ବ ପଶ୍ଚିମବଙ୍ଗ ଶ୍ରମିକ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି ।

ଘରକୁ ଫେରିବାକୁ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ମିଳୁନି ଅନୁମତି

କେନ୍ଦୁଝର ଜିଲ୍ଲାରେ 5 ହଜାରରୁ ଉର୍ଦ୍ଧ ଶ୍ରମିକ ଫସିରହିଛନ୍ତି । କାମଧନ୍ଦା ସବୁ ଠପ୍‌ ହୋଇଯାଇଥିବାରୁ ଏବେ ଖାଇବାକୁ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଏହି ଶ୍ରମିକମାନେ । ଏଣୁ ଏମାନେ ନିଜ ଖର୍ଚ୍ଚରେ ନିଜନିଜ ଘରକୁ ଫେରିଯିବାକୁ ଚାହୁଁଛନ୍ତି । ଏହା ସତ୍ତ୍ବେ ବି ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯିବାକୁ ଅନୁମତି ମିଳୁନଥିବା ଅଭିଯୋଗ ହୋଇଛି ।

୧୫ ଦିନ ହେବ ଏହି ଶ୍ରମିକମାନେ ଜିଲ୍ଲାପାଳ ଅଫିସରୁ ଥାନା, ଥାନାରୁ ତହସିଲ ଅଫିସ, ପୁଣି ତହସିଲ ଅଫିସରୁ ଜିଲ୍ଲପାଳଙ୍କ ଅଫିସ ଦଉଡୁଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବା ତ ଦୁରକଥା, ଗୁହାରୀ ଜଣାଇଥିବା ଶ୍ରମିକଙ୍କୁ ପୋଲିସ ଡକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରୁ ଘଉଡାଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଆଗକୁ ଘରକୁ ଯିବାକୁ ଅନୁମତି ନମିଳିଲେ 5000ରୁ ଉର୍ଦ୍ଧ୍ବ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ବି କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.