ETV Bharat / state

ଫନି ପ୍ରକୋପରେ ଜଳଛତ୍ରକୁ ଭୁଲିଗଲେ କେନ୍ଦୁଝର ପୌରପାଳିକା - effect

ଖରାର ପ୍ରକୋପ ବଢିବା ସହ ପାନୀୟ ଜଳ ସମସ୍ୟା ଚିନ୍ତାର ବିଷୟ ପାଲଟିଛି କେନ୍ଦୁଝର ବାସିନ୍ଦାଙ୍କ ପାଇଁ । ଏପଟେ ପୌରପାଳିକା ଅଧିକାରୀ ଏହାର କୌଣସି ସମାଧାନ କରୁନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, କେନ୍ଦୁଝର
author img

By

Published : May 9, 2019, 3:12 PM IST

କେନ୍ଦୁଝର: ଫନି ପ୍ରଭାବରେ ସାରା ରାଜ୍ୟ ଆଉଟପାଉଟ ହେଉଛି । ପ୍ରଚଣ୍ଡ ଖରା ସାଙ୍ଗକୁ ନା ଅଛି ବିଦ୍ୟୁତ ନା ଅଛି ଜଳ । ତେବେ ଖରାର ପ୍ରକୋପ ବଢିବା ସହ ପାନୀୟ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ଆହୁରି ବଢାଇଛି କେନ୍ଦୁଝରର ପୌରପାଳିକା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କେନ୍ଦୁଝର

ସୂଚନା ମୁତାବକ, ଖରାଦିନରେ ସମସ୍ତ ସହରବାସୀଙ୍କ ସୁବିଧା ପାଇଁ କେନ୍ଦୁଝର ପୌରପାଳିକା ପକ୍ଷରୁ ଜଳଛତ୍ରମାନ ଖୋଲାଯାଇଥିଲା । ଏହି ଜଳଛତ୍ର ସମସ୍ତ ବସ୍ ଷ୍ଟାଣ୍ଡ ,ସହର ମଧ୍ୟରେ ଥିବା ମୁଖ୍ୟ ସ୍ଥାନ ଗୁଡିକରେ ରଖାଯାଇଥିଲା । କିନ୍ତୁ ବାତ୍ୟା ଫନି ପରେ ପୌରପାଳିକା ଯେପରି ଏହି ଜଳଛତ୍ର ଗୁଡିକୁ ଭୁଲିଯାଇଥିବା ଜଣାପଡୁଛି ।

ତେବେ ସମସ୍ତ ସ୍ଥାନରେ ଥିବା ପାଣି ହାଣ୍ଡି ଗୁଡିକ ଓଲଟି ପଡିଛି ତ ଆଉ କେଉଁଠି ପାଣି ହାଣ୍ଡି ନାହିଁ । ଯେଉଁ କେତେକ ସ୍ଥାନରେ ପାଣି ଡ୍ରମ ବ୍ୟବସ୍ଥା ଅଛି ସେଠି ପାଣି ନଥିବା ଅଭିଯୋଗ ହୋଇଛି । ତେଣୁ ଏନେଇ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ଯାତ୍ରୀ ।

ତେବେ ବସଷ୍ଟାଣ୍ଡ ଗୁଡିକରେ ପୌରପାଳିକାର ଜଳଛତ୍ର ଗୁଡିକରେ ପାଣି ବ୍ୟବସ୍ଥା ଠିକ ଭାବେ ନଥିବାରୁ ଯାତ୍ରୀମାନେ ଅଧିକ ଟଙ୍କା ଦେଇ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି । ଏନେଇ ପୌରପାଳିକା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

-କାର ବାଇକ ଧକ୍କା , ବାଇକ ଆରୋହି ଗୁରୁତର , କାର  ଚୁର ମାର , ଉତକ୍ତା ଲୋକଙ୍କ ରସ୍ଥା ରୋକ ।ଯାହାକୁ ହଟାଇବାକୁ ପୋଲିସ ହୋଇଥିଲା ନକେଦାମ ଲାଗିଥିଲା ଚାରି ଘଣ୍ଟା ରୁ ଅଧିକ ସମୟ ।ଅନୁଗୋଳ ଥାନା  କୁଇଓ ନିକଟରେଘଟିଛି ଏହି ଦୁର୍ଘଟଣା । କାର-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଚନ୍ତି । ଆହତ ଜଣକ ବିନୋଦ ପ୍ରଧାନ । ତାଙ୍କ ଘର ପରତରା ଗାଁରେ । ସେ ତାଳଚେର କୋଇଲା ଖଣିରେ ଠିକା ଶ୍ରମିକ ଭାବେ କାମ କରୁ ଥିବାରୁ ଡ଼ିଉଟି ପାଇଁ ବାଇକରେ ଯାଉଥିଲେ । ତାଙ୍କୁ ପ୍ରଥମେ ଅନୁଗୋଲବ ଡାକ୍ତରଖାନାକୁ ନିଆ ଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରା ଯାଇଛି । ତେବେ ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିନୋଦଙ୍କ ସମ୍ପର୍କିୟ ଓ ସ୍ଥାନୀୟ ଲୋକେ ଅନୁଗୋଳ-କଲମଛୁଇଁ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ସେ ରାସ୍ତା ଦେଇ କୈାଣସି ଯାନ ବାହାନ ଚଳାଚଳ କରି ପାରି ନଥିଲା । ପୋଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲା ଫଳରେ ଦୀର୍ଘ 4 ଘଣ୍ଟା ପରେ ରାସ୍ତା ଅବରୋଧରୁ ଓହରି ଥିଲେ ଗ୍ରାମବାସୀ ।
ବାଇଟ-ମୃତ ବିନୋଦର ସମ୍ପର୍କିୟ
Visual on mojo .
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.