କେନ୍ଦୁଝର: ପୌରପାଳିକାରେ ଆରମ୍ଭ ହେଲା ବର୍ଜ୍ୟବସ୍ତୁ ପୃଥକୀକରଣ ସେଣ୍ଟର । କେନ୍ଦୁଝରର ପୁରୁଣା ସହରରେ ନୂତନ ନିର୍ମିତ ବର୍ଜ୍ୟବସ୍ତୁ ପୃଥକୀକରଣ ସେଣ୍ଟରକୁ ଜିଲ୍ଲାପାଳ ଆଶିଷ ଠାକରେ ଉଦଘାଟନ କରିଛନ୍ତି ।
ସହରରେ ଦିନକୁ ଦିନ ବର୍ଜ୍ୟବସ୍ତୁ ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଏନଜିଟି ନିୟମ ଜାରୀ କରିଛନ୍ତି । ଏହି ନିୟମାନୁସାରେ କେନ୍ଦୁଝର ସହରରେ ବର୍ଜ୍ୟବସ୍ତୁ ପରିଚାଳନା ସେଣ୍ଟର କେନ୍ଦୁଝର ପୌରପାଳିକା ଦ୍ବାରା ନିର୍ମିତ ହୋଇଛି । ଏହି ସେଣ୍ଟରରେ ସହରର ବିଭିନ୍ନ ୱାର୍ଡରୁ ସଂଗୃହିତ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯିବ । ଏଥିରେ ପ୍ଲାଷ୍ଟିକ ଗୁଡିକୁ ପୁନଃ ବ୍ୟବହାର ଯୋଗ୍ୟ ଓ ଅନ୍ୟ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରାଯିବ । ଏହି ସେଣ୍ଟର ସହରରେ ସ୍ବଚ୍ଛତା ବଜାୟ ରଖିବାରେ ବିଶେଷ ସହାୟକ ହେବ ବୋଲି ପୌରପାଳିକା ଅଧିକାରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ