ETV Bharat / state

ଯନ୍ତ୍ରୀଙ୍କ ଭାଇରାଲ ଭିଡ଼ିଓ: କିଏ ମାତୁଛି ତ କିଏ ଲୁଟୁଛି - DRDA

ତେଲକୋଇ ବ୍ଲକର ଦୁଇ ଜଣ ଯନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ଜଣେ ମାତାଲ ହୋଇ ହଙ୍ଗାମା କରୁଥିବାବେଳେ ଅନ୍ୟ ଏକ ଭିଡିଓରେ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 11, 2019, 6:22 PM IST

କେନ୍ଦୁଝର: ସରକାର ଦୁର୍ନୀତି ବିରୋଧରେ ଲଢେଇ କରିବାକୁ ଆହ୍ବାନ ଦେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟର ଉନ୍ନତି କରିବାକୁ ରାଜ୍ୟ ସରକାର ବେଶ ତତ୍ପର । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ । କିଏ ସରକାରୀ କାର୍ଯ୍ୟକୁ ନେଇ ପିସି ମାଗିବାରେ ବ୍ୟସ୍ତ ତ କିଏ ଦିନ ଦ୍ବିପହରରେ ନିଶାସକ୍ତ ହୋଇ ଉତ୍ପାତ କରିବାରେ ବ୍ୟସ୍ତ । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ । ତେଲକୋଇ ବ୍ଲକର ଦୁଇ ଜଣ ଯନ୍ତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯନ୍ତ୍ରୀ ନିଶାସକ୍ତ ଅବସ୍ଥାରେ ଏକ ହୋଟେଲରେ ହଙ୍ଗାମା କରୁଥିବାର ଦେଖିବାକୁ ମିଳୁଛି । ସେହିପରି ଅନ୍ୟ ଜଣେ ଯନ୍ତ୍ରୀ ଆଉ ଏକ ଭିଡ଼ିଓରେ ଆମ ଗାଁ ଆମ ବିକାଶ କାର୍ଯ୍ୟରେ ବିଲ କରିବାକୁ ନେଇ ପିସି ମାଗୁଥିବା ଦେଖାଯାଉଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

ତେବେ ଭିଡିଓରେ ସଂପୃକ୍ତ ଦୁଇ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏନେଇ ଭାଇରାଲ ଭିଡିଓକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆରଡିଏର ଯୋଜନା ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ViralvideoBody:ViralvideoConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.