ETV Bharat / state

ପଥର ବ୍ଳାଷ୍ଟିଂକୁ ବିରୋଧ କରି କ୍ରସର ଘେରିଲେ ଗ୍ରାମବାସୀ

author img

By

Published : Mar 4, 2021, 6:39 PM IST

କେନ୍ଦୁଝର ପାଟଣା ତହସିଲ ଅଙ୍କୁରା ଗ୍ରାମରେଲ ପଥର ବ୍ଲାଷ୍ଚିଂକୁ ବିରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ପଥର ବ୍ଳାଷ୍ଟିଂକୁ ବିରୋଧ କରି କ୍ରସର ଘେରିଲେ ଗ୍ରାମବାସୀ
ପଥର ବ୍ଳାଷ୍ଟିଂକୁ ବିରୋଧ କରି କ୍ରସର ଘେରିଲେ ଗ୍ରାମବାସୀ

କେନ୍ଦୁଝର: ପାଟଣା ତହସିଲ ଅଙ୍କୁରା ଗ୍ରାମରେ ଥିବା ବଡ଼ପଥର ଚତୁରି ହୁଡ଼ିକୁ ଏକ ଠିକା ସଂସ୍ଥା ଲିଜ୍ ନେଇ ବ୍ଲାଷ୍ଟିଙ୍ଗ୍ ଆରମ୍ଭ କରିଛି । ଏହି ବ୍ଲାଷ୍ଟିଙ୍ଗକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର କିଛି ଆଗଧାଡ଼ିର ଲୋକ ଅର୍ଥ ନେଇ ଗାଁ ଚତୁରିକୁ ୨୨ ଲକ୍ଷ ଟଙ୍କା ବିନିମୟରେ ବିକ୍ରି କରିଦେଇଛନ୍ତି ।

ବିନା ପଲ୍ଲୀସଭାରେ ଲୋକଙ୍କ ଅଗୋଚରରେ ଦସ୍ତଖତ କରି ପୂର୍ବପୁରୁଷ ଅମଳରୁ ରହିଥିବା ଗ୍ରାମର ପଥର ଚତୁରିକୁ ନେଇ କିଛି ଲୋକ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ତେବେ ଲିଜ ନେଇଥିବା ଏହି ଠିକା ସଂସ୍ଥା ପଥର ଚତୁରିକୁ ବ୍ଲାଷ୍ଟିଙ୍ଗ କରି ଫଟାଇବାବେଳେ ଏହାର ପଥର ଖଣ୍ଡ ପାଖଆଖ ଜମିରେ ପଡୁଥିବାରୁ ଜମି ନଷ୍ଟ ହୋଇଯିବା ଆଶଙ୍କା କରୁଛନ୍ତି ଗ୍ରାମବାସୀ । ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ମହିଳା ପଥର ବ୍ଲାଷ୍ଟିଂକୁ ନିକଟରେ ବିରୋଧ କରିଛନ୍ତି । ଅନ୍ୟପଟେ କ୍ରସର ବିରୋଧରେ ମୁହଁ ଖୋଲୁଥିବା ଲୋକଙ୍କୁ ପୋଲିସ ଭୟ ଦେଖାଇ ଭୟଭୀତ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ବିରୋଧ ସ୍ଥାନରେ ପୋଲିସ ପହଞ୍ଚି ଥିବାବେଳେ ଉତ୍ତେଜନା ଲାଗି ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.