ETV Bharat / state

ଚାଲିଛି ନିର୍ବାଚନୀ ପ୍ରତିସ୍ପର୍ଧା, ଗାଁରେ ନାହିଁ ମୌଳିକ ସୁବିଧା - basic needs

କେନ୍ଦୁଝର ସହର ନିକଟସ୍ଥ କବିତ୍ରା ଗ୍ରାମ ମୌଳିକ ସୁବିଧାରୁ ଆଜି ବି ବଞ୍ଚିତ। ଗାଁଟି ଏପର୍ଯ୍ୟନ୍ତ ନା ପୌରପାଳିକା ନା ପଞ୍ଚାୟତରେ ସାମିଲ ହୋଇ ପାରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Mar 26, 2019, 3:21 PM IST

କେନ୍ଦୁଝର: ନିର୍ବାଚନ ପାଖେଇ ଆସିଲାଣି । ଏଥିପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚଳଚଞ୍ଚଳ। ଏହା ସହ ଗାଁ ରାଜନୀତି ମଧ୍ୟ ସରଗରମ। କିନ୍ତୁ କେନ୍ଦୁଝର ସହର ନିକଟସ୍ଥ କବିତ୍ରା ଗ୍ରାମ ମୌଳିକ ସୁବିଧାରୁ ଆଜି ବି ବଞ୍ଚିତ। ଗାଁଟି ଏପର୍ଯ୍ୟନ୍ତ ନା ପୌରପାଳିକା ନା ପଞ୍ଚାୟତରେ ସାମିଲ ହୋଇ ପାରିଛି । ତାଙ୍କର ଏହି ମୌଳିକ ଦାବି ପୂରଣ ପାଇଁ ମଙ୍ଗଳବାର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗାଁର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ବିଜୁଳି ପ୍ରଦାନ, ଯୋଗ୍ୟ ହିତାଧିକାରୀକୁ ଭତ୍ତା ପ୍ରଦାନ, ସୁଲଭ ଶୌଚାଳୟ, ଗାଁ ସ୍କୁଲର ଉନ୍ନତିକରଣ ଆଦି ଦାବି ନେଇ ଗାଁର ଶତାଧିକ ମହିଳା ଜିଲ୍ଲାପାଳ କାର୍ଯ୍ୟଳୟ ପହଞ୍ଚିଥିଲେ । ଗାଁର ୧୨ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ସମୂହ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି । ତେବେ ଏନେଇ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.