ଆନନ୍ଦପୁର: ବିଦ୍ୟାଳୟ ମିଶ୍ରଣକୁ ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ ପତ୍ର ଦେଲେ ଗ୍ରାମବାସୀ । ସୂଚନାନୁଯାୟୀ ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତ କୁଣ୍ଡାକୋଟ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକଙ୍କ ଅଜାଣତରେ ଅମାରଙ୍ଗ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ସମ୍ପୃକ୍ତ ବିଦ୍ୟାଳୟରେ ୨୧ ଛାତ୍ରଛାତ୍ରୀ ଥିବା ବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଯାଇଛି ତାହା ଗ୍ରାମବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅମାରଙ୍ଗ ଗାଁରେ ବାଲିଘାଟ ଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଗାଡି ରାସ୍ତାରେ ଚଳପ୍ରଚଳ କରୁଛି । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ନଖେଳିବା ସହିତ ବିଦ୍ୟାଳୟକୁ ମିଶ୍ରଣ ନକରିବାକୁ ଦାବି ରଖିଛନ୍ତି ଗ୍ରାମବାସୀ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ