ETV Bharat / state

ଦେଢ ମାସ ହେଲା ଭାଙ୍ଗିଲାଣି ପୋଲ: ହନ୍ତସନ୍ତ ଗ୍ରାମବାସୀ, ଜରୁରୀକାଳୀନ ସେବା ଠପ୍ - ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତା

ଦେଢ ମାସ ତଳେ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିଲା ପୋଲ ଏବଂ ରାସ୍ତା । ଦୁଇଟି ଗ୍ରାମକୁ ଯୋଗାଯୋଗ ପାଇଁ ଗୋଟିଏ ରାସ୍ତା ହିଁ ଭରସା । ଲୋକେ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି। ଗ୍ରାମକୁ ଆସିପାରୁନାହିଁ କୌଣସି ଜରୁରୀ କାଳୀନ ସେବା ।

ଫଟୋ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର
author img

By

Published : Nov 5, 2019, 12:09 PM IST

ଆନନ୍ଦପୁର: ଯୋଗାଯୋଗ ପାଇଁ କେବଳ ଗୋଟିଏ ହିଁ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଗତ ଦେଢ ମାସ ତଳେ ପୋଲଟି ସମ୍ପୂର୍ଣ୍ଣ ଧୋଇଯାଇଥିଲା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁରା, ରଙ୍ଗମାଟିଆରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକ ମାତ୍ର ରାସ୍ତାରେ ଉପରେ ଦୁଇଟି ଗାଁ ଲୋକେ ନର୍ଭରଶୀଳ। କୌଣସି ଜରୁରୀ କାଳିନ ସେବା ଗ୍ରାମକୁ ଆସିପାରୁନାହିଁ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

ଘସିପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁରା, ରଙ୍ଗମାଟିଆରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକମାତ୍ର ରାସ୍ତା ରହିଛି । ଫଳରେ ଗ୍ରାମବାସୀ ଅନ୍ୟ ଉପାୟ ନ ପାଇ ନାଳରେ ପାର ହୋଇ ଯିବାଆସିବା କରୁଛନ୍ତି । ଅନେକ ଦାବି ପରେ ୨୭ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ପୋଲ। ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ଧୋଇଗଲା ପୋଲ ଓ ରାସ୍ତା। ଫଳରେ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା। ଏହାଦ୍ବାରା କୌଣସି ଜରୁରୀ ସେବା ଗାଡ଼ି ଗୁଡିକ ଗାଁ ମଧ୍ୟକୁ ଯାଇପାରୁନାହିଁ ଏବଂ ଆବାସ ହିତାଧିକାରୀମାନେ ଘର ତିଆରି ସାମଗ୍ରୀ ମଧ୍ୟ ଗାଡ଼ିରେ ଆଣି ପାରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କହିଛନ୍ତି ଗ୍ରାମବାସୀ ।ଗ୍ରାମକୁ ଗୋଟିଏ ରାସ୍ତା ହୋଇଥିବାରୁ ପୋଲ ଭାଙ୍ଗିଯିବା ଫଳରେ ବହୁ ଅସୁବିଧା ହେଉଥିବାବେଳେ ଗୋଟିଏ ବଡ଼ ପୋଲ ପାଇଁ ଲୋକଙ୍କର ଦାବି ହେଉଛି । ଏବିଷୟରେ ଘସିପୁରା ବିଡ଼ିଓଙ୍କୁ ପଚାରିବାରୁ ସେ ଜାଣିନଥିବାବେଳେ ଆମ ପାଖରୁ ଖବର ପାଇଲେ ଏବଂ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:0511_EB_AND_PKG_Bridge_R

Anchor-ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ ଏବଂ ଧୋଇଗଲା ରାସ୍ତା । ବହୁ ଅସୁବିଧାରେ ଲୋକ ମାନେ ଯାତାୟତ କରୁଛନ୍ତି। ଗ୍ରାମକୁ ଆସିପାରୁନାହିଁ ଜରୁରୀ କାଳୀନ ସେବା ଗାଡି । ବାରମ୍ବାର ଅଭିଯୋଗ କଲେଣି ହେଲେ ନିଆଯାଉନି ପଦକ୍ଷେପ ଯାହାକି ଜନ ଆନ୍ଦୋଳନର ଆଭାସ ଦେଇଛି। ଦେଖିବା ଈଟିଭି ଭାରତ ର ଏଇ ରିପୋର୍ଟ।

ଭିଓ-୧-ଏ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବସନ୍ତପୁରା, ରଙ୍ଗମାଟିଆ ରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକ ମାତ୍ର ରାସ୍ତା । ଏଇ ରାସ୍ତା ଉପରେ ୨ଟି ଗ୍ରାମର ଶତାଧିକ ଲୋକମାନେ ନିର୍ଭର କରିଥାନ୍ତି। ବର୍ଷା ଦିନରେ ଗ୍ରାମବାସୀ ମାନେ ବହୁ ଅସୁବିଧା ରେ ନାଳଟିକୁ ପାର ହେଉଥିବା ବେଳେ ଅନେକ ଦାବି ପରେ ୨୭ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ପୋଲ। ହେଲେ ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଠିକାଦାର ଲାଭଖୋର ମନଭାବ ଯୋଗୁଁ ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ ଏବଂ ଧୋଇଗଲା ରାସ୍ତା। ଫଳରେ ବିପଦ ଭାବରେ ରାସ୍ତା ଥିବାରୁ ଯାଇପାରୁନାହାନ୍ତି ଜରୁରୀ ସେବା ଗାଡ଼ି ଏବଂ ଆବାସ ହିତାଧିକାରୀ ମାନେ ଘର ତିଆରି ସାମଗ୍ରୀ ମଧ୍ୟ ଗାଡ଼ିରେ ଆଣି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ବାଇଟି-୨-ଦାସ ମୂର୍ମୁ(ବସନ୍ତପୁରା )ଗ୍ରାମବାସୀ
ବାଇଟି-୨-ଚରଣ ମୂର୍ମୁ(ରାଇଘାଟି ଗ୍ରାମବାସୀ)

ଭିଓ-୨-୨ଟି ଗ୍ରାମକୁ ଗୋଟିଏ ରାସ୍ତା ହୋଇଥିବାରୁ ପୋଲ ଭାଙ୍ଗିଯିବା ଫଳରେ ବହୁ ଅସୁବିଧା ହେଉଥିବା ବେଳେ ଗୋଟିଏ ବଡ଼ ପୋଲ ପାଇଁ ଲୋକମାନଙ୍କର ଦାବୀ ହେଉଛି । ଏବିଷୟରେ ଘସିପୁରା ବିଡ଼ିଓ ଙ୍କୁ ପଚାରିବାରୁ ସେ ଜାଣିନଥିବା ବେଳେ ଆମ ପାଖରୁ ଖବର ପାଇଲେ ଏବଂ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ବାଇଟି-ଚନ୍ଦ୍ରଚୁଡ ହେମ୍ବ୍ରମ,ୱାର୍ଡ ମେମ୍ବର
ବାଇଟି-୪-ମଧୁସ୍ମିତା ସାମନ୍ତରାୟ, ବିଡ଼ିଓ ଘସିପୁରା

FVO-ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ଦ୍ୱିମତ ନାହିଁ। ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ।
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.