କେନ୍ଦୁଝର: ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି କୁଆ ପଥର ବର୍ଷା ଯୋଗୁଁ ଅନେକ ବିଲରେ ପାଣି ଜମିବା ସହ ପରିବା ଚାଷ ନଷ୍ଟ ଜଣାପଡିଛି ।
ବିଶେଷ କରି ସାହରପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କୁଆ ପଥର ବର୍ଷା ଯୋଗୁଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଫଳରେ ପଞ୍ଚାୟତର ଅନେକ ଚାଷୀଙ୍କ ଉପରେ ଏହାର ବ୍ୟପକ ପ୍ରଭାବ ପଡିଛି । ଗୋଟିଏ ପଟେ ଲକଡାଉ୍ କାରଣରୁ ଗୁଜୁରାଣ ମେଣ୍ଟାଇବା ପାଇଁ କୌଣସି କାମଧନ୍ଦା ମିଳୁ ନଥିବା ବେଳେ ଚାଷ ନଷ୍ଟ ହେବା ଚାଷୀଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ