ETV Bharat / state

ଉନ୍ନତ କୃଷି ପାଇଁ ଉନ୍ନତ ମାନର ବିହନ ଉତ୍ପାଦନ କରିବା ଆମର ପ୍ରୟାସ: କେନ୍ଦ୍ର କୃଷିମନ୍ତ୍ରୀ

author img

By ETV Bharat Odisha Team

Published : Dec 24, 2023, 8:16 PM IST

Arjun munda visit to Keonjhar:ଦୁୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।ଓୟୁଏଟିରସ ଏକ କାର୍ଯ୍ୟକ୍ରମରେ ଯୋଦଦେଇ କେନ୍ଦ୍ର ଦ୍ଵାରା ପରିଚାଳିତ ବିଭିନ୍ନ ଚାଷର ପର୍ଯ୍ୟବେକ୍ଷଣ କରିଛନ୍ତି । ଅଧିକ ପଢନ୍ତୁ

ଉନ୍ନତ କୃଷି ପାଇଁ ଉନ୍ନତ ମାନର ବିହନ ଉତ୍ପାଦନ କରିବା ଆମର ପ୍ରୟାସ: କେନ୍ଦ୍ର କୃଷି ମନ୍ତ୍ରୀ

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଏହି ଗସ୍ତ ସମୟରେ ପ୍ରଥମ ଦିନରେ ଚମ୍ପୁଆ ବିଧାନସଭା ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଆଜି ଓୟୁଏଟି ଦ୍ୱାରା ଜୁଡ଼ିଆଠାରେ ଆୟୋଜିତ ହୋଇଥିବା କିଷାନ ସମ୍ମାନ ଓ ଚାଷୀ-ବୈଜ୍ଞାନିକ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ କେନ୍ଦ୍ର ଦ୍ଵାରା ପରିଚାଳିତ ହେଉଥିବା ବିଭିନ୍ନ ପରିବା ଚାଷ, କୁକୁଡ଼ା ଚାଷ ଆଦି ବୁଲି ଦେଖିଥିଲେ । ଏହାପରେ ମନ୍ତ୍ରୀ ସାମ୍ବାଦିକଙ୍କ ସହ କୃଷି ବିଭାଗର କାର୍ଯ୍ୟଧାରା ନେଇ ଆଲୋଚନା କରିଥିଲେ ।

ଏହି ଅବସରରେ କୃଷୀ ମନ୍ତ୍ରୀ କହିଛନ୍ତି,"କେନ୍ଦ୍ର ସରକାର ଏବେ କୃଷକମାନଙ୍କ ଅଧିକ ଆୟା ନେଇ ବେଶ୍ ଯତ୍ନବାନ ରହିଛନ୍ତି । ଉନ୍ନତ ମାନର କୃଷି ପାଇଁ ଉନ୍ନତ ମାନର ବିହନ ଆବଶ୍ୟକ । ଏଥିପାଇଁ କେନ୍ଦ୍ର ସରକାରଙ୍କ ବିହନ ଉତ୍ପାଦନ କେନ୍ଦ୍ରଗୁଡିକ ରୋଗମୁକ୍ତ ବିଭିନ୍ନ ପ୍ରକାରର ବିହନ ଉତ୍ପାଦନ କରୁଛନ୍ତି । ଏହାଦ୍ବାରା କୃଷକ ଅଧିକ ଫସଲ ଉତ୍ପାଦନ କରିବାକୁ ସକ୍ଷମ ହୋଇଥିବା ବେଳେ ଅଧିକ ଆୟ ମଧ୍ୟ କରି ପରିବେ ।"

ସେ ଆହୁରୀ ମଧ୍ୟ କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ସସକ୍ତ ଭାରତ ନାରାକୁ ସଫଳ କରିବା ପାଇଁ କୃଷି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରକଳ୍ପ ହାତକୁ ନିଆଯାଇଛି । କେନ୍ଦ୍ର ସରକାରଙ୍କ ମାଣ୍ଡିଆ ମିଶନ ନେଇ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଲୋକଙ୍କ ଭାଗିଦାରୀ ସହ ସରକାରୀ ପ୍ରୋତ୍ସାହନ ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢନ୍ତୁ....ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଓଡ଼ିଶା ଫେରିଲେ ବିଜେପି ବିଧାୟକ

ଏହାପରେ କୃଷିମନ୍ତ୍ରୀ ଓୟୁଏଟି ଦ୍ଵାରା କିଷାନ ସମ୍ମାନ ଓ ଚାଷୀ-ବୈଜ୍ଞାନିକ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଚାଷ, ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଷ୍ଟଲ୍‌ ବୁଲି ଦେଖିବା ସହ ଏହାର ପରିଚାଳନା ଓ ବଜାର ନୀତି ନେଇ ବୁଝିଥିଲେ କେନ୍ଦ୍ର କୃଷିମନ୍ତ୍ରୀ । ପରେ ମନ୍ତ୍ରୀ ଘଷିପୁରା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ସଦର ବିଧାୟକ ମୋହନ ଚରଣ ମାଝୀ, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସହ ଓୟୁଏଟିର ବହୁ ବୈଜ୍ଞାନିକ ଯୋଗ ଦେଇଥିଲେ ।

ଇଟିଭି ଭାରତ , କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.