କେନ୍ଦୁଝର/ନବରଙ୍ଗପୁର: ଶନିବାର ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ । କେନ୍ଦୁଝରରେ ହାଇୱାକୁ ଟ୍ରକ ଧକ୍କା ଦେବା ଫଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେହିପରି ନବରଙ୍ଗପୁରରେ କାର ବାଇକ ମୁହାଁମୁହିଁ ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ଆଜି ସକାଳୁ ସଦର ଥାନା ଅନ୍ତର୍ଗତ ବାଲିଆ ଗୋଡ଼ା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଆଇରନ ବୋଝେଇ ଟ୍ରକ ଯୋଡ଼ା ଆଡୁ ଆସୁଥିବା ବେଳେ ଏକ ହାଇୱାକୁ ଓଭର ଟେକ କରିବାକୁ ଯାଇ ପଛ ଆଡୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।
ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏପଟେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଠିକ୍ ସେହିପରି ନବରଙ୍ଗପୁର ମଇଦଲପୁର୍ ନିକଟସ୍ଥ 26 ନମ୍ବର ଜାତୀୟ ରାଜପଥ ଡୁମୁରିପଦର ଛକ ନିକଟରେ ସଡକ ଦୁର୍ଘଟଣାରେ ବାଇକ ଆରୋହୀ ଖିତେସ୍ ପାଞ୍ଜିୟା (17)ଙ୍କ ମୁତ୍ୟୁ ହେଇଛି । ସୂଚନାନୁଯାୟୀ ବାଇକ ଆରୋହୀ ଖିତେସଙ୍କ ଗାଡି ଦ୍ରୁତ ଗତିରେ ମଇଦଲପୁରରୁ ପାପଡାହାଣ୍ଡି ଆସୁଥିବା ସମୟରେ ହୁଣ୍ଡାଇ କାର ସହ ସାମ୍ନା ପଟୁ ଧକ୍କା ହେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଖିଲେସଙ୍କ ପ୍ରାଣବାୟୁ ଚାଲି ଯାଇଥିବା ବେଳେ କାର ଡ୍ରାଇଭର ଫେରାର ହୋଇଯାଇଛି । ମଇଦଲପୁର୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର ଓ ନବରଙ୍ଗପୁରରୁ ତପନ କୁମାର ବିଷୋଇ, ଇଟିଭି ଭାରତ