ETV Bharat / state

କେନ୍ଦୁଝରରେ ଦୁଇଦିନ ଧରି ଚାଲିବ ଫାଇଲେରିଆ ଟୀକାକରଣ - ଫାଇଲେରିଆ ମୁକ୍ତ ହେବ ରାଜ୍ୟ

ଆଜିଠୁ ଦୁଇଦିନ ଧରି କେନ୍ଦୁଝର ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ସମୂହ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଫାଇଲେରିଆ ରୋଗର ନିରାକରଣ ପାଇଁ ସମୂହ ଟୀକାକରଣ କାର୍ଯ୍ୟକ୍ରମ

author img

By

Published : Feb 24, 2021, 7:28 AM IST

କେନ୍ଦୁଝର: 2022 ସୁଦ୍ଧା ରାଜ୍ୟକୁ ଫାଇଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ କେନ୍ଦୁଝର ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଆଜିଠୁ ସମୂହ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଚିକିତ୍ସାଧୀକାରୀ ।

ଫାଇଲେରିଆ ରୋଗର ନିରାକରଣ ପାଇଁ ସମୂହ ଟୀକାକରଣ କାର୍ଯ୍ୟକ୍ରମ

ଏହି ଟୀକାକରଣ ଦୁଇଦିନ ଧରି ଚାଲିବ । ପାଞ୍ଚ ବର୍ଷରୁ କମ ଶିଶୁ,ଗର୍ଭବତୀ ମହିଳା ଏବଂ ରୋଗାଗ୍ରସ୍ତ ବ୍ୟକ୍ତି ଏହି ଟିକା ସେବନ କରିପାରିବେ ନାହିଁ । ଅନ୍ୟ ସମସ୍ତଙ୍କୁ ଏହି ଟିକା ଦିଆଯିବ । ଏହି ଟୀକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସମସ୍ତ ଆଶାକର୍ମୀ,ଅଙ୍ଗନବାଡିକର୍ମୀ ଓ ସ୍ବେଚ୍ଛାସେବୀମାନେ ଘର ଘର ବୁଲି ଲୋକଙ୍କୁ ଟିକା ସେବନ କରାଇବେ । 2 ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ଗୋଟିଏ ଜି.ଇ.ସି ବଟିକା, ଗୋଟିଏ ଆଲବେଣ୍ଡାଳର ବଟିକା ଖାଇବେ ।

ସେହିଭଳି 2 ବର୍ଷରୁ 14ବର୍ଷ ବୟସର ପିଲାମାନେ 2ଟି କି.ଇ.ସି ବଟିକା ଏବଂ ଆଲବେଣ୍ଡାଜଲ ବଟିକା ଖାଇବେ । 15ବର୍ଷକୁ ଅଧିକ ବୟସର ସମସ୍ତେ 3ଟି ଜିଇସି,ବଟିକା ଏବଂ ଗୋଟିଏ ଆଲବେଣ୍ଡାଜଲ ବଟିକା ଖାଇବେ । ସରକାରଙ୍କ ତରଫରୁ ଏହି ବଟିକା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ । ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବ ନାହିଁ ।

ଜିଲ୍ଲାରେ ସମସ୍ତ 2066ଟି ଗ୍ରାମରେ ଏବଂ 5ଟି ସହରରେ ଏହି କାର୍ଯ୍ୟକ୍ରମ କରାଯିବ । ଜିଲ୍ଲାରେ ମୋଟ 18ଲକ୍ଷ 68ହଜାର 238ଜଣଙ୍କୁ ବଟିକା ଦିଆଯିବ । ମୋଟ 405 ଜଣ ସୁପରଭାଇଜର ଏହି କାର୍ଯ୍ୟକ୍ରମକୁ ତଦାରଖ କରିବେ । ଏହି କାର୍ଯ୍ୟକ୍ରମରେ ବଳକା ରହିଯାଇଥିବା ହିତାଧିକାରୀଙ୍କୁ ଫେବୃଆରୀ 28 ତାରିଖଠାରୁ ମାର୍ଚ୍ଚ 16 ତାରିଖ ପ୍ରର୍ଯ୍ୟନ୍ତ ଫାଇଲେରିଆ ବଟିକା ଦିଆଯିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.