ETV Bharat / state

ସଂଘର ପାତରଅନ୍ତରରେ ଶିକାର ଜୋନ ଟ୍ରକ ମାଲିକ, ଜିଲ୍ଲାପାଳଙ୍କୁ ହେଲେ ଫେରାଦ

କେନ୍ଦୁଝର ଟ୍ରକ ମାଲିକ ସଙ୍ଘର ରାମଚନ୍ଦ୍ରପୁର ଜୋନ ଟ୍ରକ ମାଲିକଙ୍କୁ ଆସୋସିଏସନ ପକ୍ଷରୁ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସଂଘର ପାତରଅନ୍ତରରେ ଶିକାର ଜୋନ ଟ୍ରକ ମାଲିକ: ଜିଲ୍ଲାପାଳଙ୍କୁ ଦେଲେ ଫେରାଦ

author img

By

Published : Jul 19, 2021, 5:38 PM IST

କେନ୍ଦୁଝର: କେନ୍ଦୁଝର ଟ୍ରକ ମାଲିକ ସଙ୍ଘ ରାଜ୍ୟରେ ବିତ୍ତଶାଳୀ ଟ୍ରକ ସଙ୍ଘ ରୂପେ ପରିଚିତ । ଏହି ଟ୍ରକ ସଂଘରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଗତ କିଛି ଦିନ ହେଲା ରାମଚନ୍ଦ୍ରପୁର ଯୋନର କର୍ମକର୍ତ୍ତାଙ୍କୁ ଆସୋସିଏସନ ପକ୍ଷରୁ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି ।

ସଂଘର ପାତରଅନ୍ତରରେ ଶିକାର ଜୋନ ଟ୍ରକ ମାଲିକ: ଜିଲ୍ଲାପାଳଙ୍କୁ ଦେଲେ ଫେରାଦ

ସଙ୍ଘ ଉକ୍ତ ଯୋନର ଟ୍ରକ ମାଲିକଙ୍କୁ ଟୋକନ ଦେବାରେ ଅନିୟମିତତା କରୁଥିବା ଅଭିଯୋଗ କରିଛନ୍ତି କିଛି ମାଲିକ । ଏନେଇ ଆଜି(ସୋମବାର) ଶତାଧିକ ଟ୍ରକ ମାଲିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିଛି ସଙ୍ଘ କର୍ମକର୍ତ୍ତା ନିଜସ୍ୱ ଲାଭଖୋର ମନବୃତ୍ତି ପାଇଁ ଶହ ଶହ ଗାଡି ମାଲିକଙ୍କ ପେଟ ପାଟଣାକୁ ନେଇ ହଇରାଣ କରୁଥିବା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମାଲିକ ମାନେ । ପରେ ଆରକ୍ଷୀ ଅଧିକ୍ଷକ ଓ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟ ଯାଇ ଅଭିଯୋଗ ପତ୍ର ଦେଇଥିଲେ । ଆଗାମୀ ଦିନରେ ସଙ୍ଘ କର୍ମକର୍ତ୍ତା ପାତର ଅନ୍ତର ମନବୃତି ଛାଡି ମାଲିକଙ୍କ ସ୍ୱାର୍ଥକୁ ଯଦି ପ୍ରଧାନ୍ୟ ନଦେବେ ଶତାଧିକ ମାଲିକ ରାଜରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.