କେନ୍ଦୁଝର: ଟାଉନ ଥାନା ଜୁଆଡି ଘାଟି ତଳକୁ ଖସିଲା ଟ୍ରକ । ଡ୍ରାଇଭର ମୃତ ଓ ହେଲପର ଗୁରୁତର । ଆଜି ସକାଳୁ କୋଲକାତା ଅଭିମୁଖେ ଯାଉଥିବା ଟ୍ରକଟି ବ୍ରେକ ଫେଲ ହୋଇଯିବାରୁ ଘାଟି ତଳକୁ ଖସିପଡିଥିବା ଜଣାପଡିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।
ସେପଟେ, ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ଟ୍ରକ ତଳେ ଚାପି ହୋଇଥିବା ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ହେଲପରଙ୍କ ଚିକିତ୍ସା ଜାରି ରହିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ